• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମିଠା ହୋଇଯିବ ସମୁଦ୍ରର ଲୁଣି ପାଣି। ଆଉ ଏହାକୁ ପାଇପ ଯୋଗେ ଘରକୁ ସପ୍ଲାଏ କରାଯିବ । ଯାହାକୁ ପାନୀୟ ଜଳ ଭାବେ ବ୍ୟବହାର କରିବେ ସାଧାରଣ ଲୋକେ । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି ? ଆପଣ ଭାବୁଥିବେ ସମୁଦ୍ର ଲୁଣିଆ ପାଣିକୁ କିପରି ପିଇବା ଉପଯୋଗୀ କରାଯିବ ? କିନ୍ତୁ ଏକଥା ପୂରା ସତ ଆଉ ଏହାର ଶୁଭାରମ୍ଭ ହେବାକୁ ଯାଉଛି ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ।

ଇଣ୍ଡିଆନ୍ ରେଅର୍ ଆର୍ଥସ୍ ଲିମିଟେଡ୍ ବା IREL ଏବଂ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଏହି ପଦକ୍ଷେପ ନେଇଛନ୍ତି । ଆଉ ଏନେଇ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିବା କଥା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଯାହା ଫଳରେ ଗଂଜାମରେ ଦେଖାଯାଉଥିବା ଜଳକଷ୍ଟ କିଛି ମାତ୍ରାରେ ଦୂର ହୋଇପାରିବ ।

ଅଧିକ ପଢ଼ନ୍ତୁ: ‘ସେଦିନ ଯାହା ଘଟିଛି, ତାହା ଭୁଲି ହେଉନି...ହଷ୍ଟେଲ ଫେରିବାକୁ ବହୁତ ଭୟ ଲାଗୁଛି’

ସମୁଦ୍ର ପାଣିକୁ ମଧୁର ଜଳରେ ପରିଣତ କରି ଦୈନିକ ୧.୫ ଏମଏଲଡି ପାଣି ଆର୍ଯ୍ୟପଲି ଏବଂ ମାଟିଖାଲକୁ ଛଡାଯିବ । ଯାହାଦ୍ୱାରା ପ୍ରାୟ ୨୦୦୦ ପରିବାରର ଜଳକଷ୍ଟ ଦୂର ହୋଇପାରିବ । ଭାରତର କେବଳ ଚେନ୍ନାଇରେ ଏବଂ ବିଭିନ୍ନ ଆରବ ଦେଶରେ ଏହାଦ୍ୱାରା ଲୋକଙ୍କ ଜଳକଷ୍ଟ ଦୂର କରାଯାଉଥିବା ବେଳେ ରାଜ୍ୟରେ ଏହା ପ୍ରଥମ ବୋଲି କୁହାଯାଇଛି ।

ପ୍ରଥମ କରି ଏହି ପ୍ରକଳ୍ପ ଦ୍ୱାରା ପରୀକ୍ଷଣ ଭାବେ ଦୁଇ ଗ୍ରାମକୁ ପାଣି ଯୋଗାଯିବା ସହ ଆଗାମୀ ଦିନରେ ଆହୁରି ଅଧିକ ଗ୍ରାମକୁ ପାଣି ଯୋଗାଯିବ । ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରର ଟେକନିକ୍‌ ଦ୍ୱାରା ସମୁଦ୍ର ପାଣିରୁ ଲବଣ ଅଂଶ ବାହାର କରାଯିବ । ଯେଉଁଥିପାଇଁ ଖର୍ଚ୍ଚ ହେବ ୪ .୨ କୋଟି ଟଙ୍କା । ଏହି ପ୍ରଳଳ୍ପକୁ ଭାରତର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରିଥିବା କଥା କହିଛନ୍ତି IREL ମ୍ୟାନେଜର ।

ତେବେ IRELର ଏହି ପାଣିକୁ ପ୍ରାୟ ୪ କିଲୋମିଟର ଦୂର ପର୍ଯ୍ୟନ୍ତ ପାଇପ୍‌ ବିଛାଯାଇ ଲୋକଙ୍କୁ ବଂଟନ କରିବାର ଦାୟିତ୍ୱ ନେଇଛି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ । ବଡ଼ ଟ୍ୟାଙ୍କ କରାଯାଇ ପାଣିକୁ ସୁରକ୍ଷିତ ରଖାଯାଇପାରିବ ବୋଲି RWSS ପକ୍ଷରୁ କୁହାଯାଇଛି । ତେବେ ପ୍ରଶାସନର ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ବି ବେଶ ସ୍ୱାଗତ କରିଛନ୍ତି । ଯଦି ଏହା ସଫଳ ହୁଏ ତେବେ ଅଂଚଳବାସୀଙ୍କ ଜଳକଷ୍ଟ ଦୂର ହେବ ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ: KIIT କ୍ୟାଂପସରେ ସାଂଘାତିକ ସୁଇସାଇଡ୍ ଟ୍ରେଣ୍ଡ; ପାଲଟିଛି କି ମୌତ୍ କା କୁଆଁ ?

OTV is now on Whatsapp

Join and get latest news update delivered to you via whatsapp

Join Now