/odishatv-khabar/media/post_attachments/uploadimage/library/16_9/16_9_0/Tiger__1730048631.jpg)
Tiger
ଶିମିଳିପାଳରେ ମହାବଳ ବାଘ ବଂଶ ବିସ୍ତାର ଦିଗରେ ବଡ଼ ପଦକ୍ଷେପ । ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳକୁ ଆସିଲା ଗୋଟିଏ ବାଘୁଣୀ । ଅଢ଼େଇ ବର୍ଷର ବାଘୁଣୀକୁ ଧରି ବନବିଭାଗ ଟିମ୍ ଶିମିଳିପାଳ ପହଞ୍ଚିଥିବା ସୂଚନା ମିଳିଛି। ଆସନ୍ତାକାଲି ଶିମିଳିପାଳ କୋର୍ ଏରିଆରେ ଏହି ବାଘକୁ ଛଡ଼ାଯିବ ବୋଲି କହିଛି ବନ ବିଭାଗ ।
Advertisment
ରାଜ୍ୟରେ ବର୍ତ୍ତମାନ ମୋଟ୍ ୩୦ଟି ମହାବଳ ବାଘ ଥିବାବେଳେ ତା’ମଧ୍ୟରୁ ୨୭ଟି ଅଛନ୍ତି ଶିମିଳିପାଳ ଅଭୟାରଣ୍ୟରେ । ଏହି ୨୭ଟି ଭିତରୁ ୧୩ଟି ହେଉଛି କଳା ମେଲାନିଷ୍ଟିକ ବାଘ । ତେବେ ଜେନେଟିକ୍ ଇନବ୍ରିଡିଂକୁ ରୋକିବା ସହ ମହାବଳ ବଂଶ ବିସ୍ତାର ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଖୁବଶୀଘ୍ର ମହାରାଷ୍ଟ୍ରରୁ ଆଉ ଏକ ମହାବଳ ବାଘକୁ ଶିମିଳିପାଳ ଅଣାଯିବ ବୋଲି ସୂଚନା ଦେଇଛି ବନ ବିଭାଗ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)