Advertisment

ମୁମ୍ବାଇରେ ବି ଚମକିଲା ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଭିଜନ୍, ଇନଭେଷ୍ଟର୍ସଙ୍କ ସହ ରୋଡ୍ ସୋ’ କଲେ ରାଜ୍ୟ ସରକାର

ଦିଲ୍ଲୀ ପରେ ମୁମ୍ବାଇରେ ବି ଚମକିଲା ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଭିଜନ୍। ବଡ଼ ଶିଳ୍ପସଂସ୍ଥା ମୁଖିଆଙ୍କୁ ଭେଟି ୱାନ ଟୁ ୱାନ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ, ତାସହ ୩ ଶହ ନିବେଶକଙ୍କ ଆଗରେ ସଫଳତାର ସହ ରୋଡ୍ ସୋ ବି କଲେ ରାଜ୍ୟ ସରକାର।

author-image
Santosh Kumar Sahoo
undefined

Investor Meet

ରିଲାଏନ୍ସ, ଟାଟା, ଜେଏସ୍ଡବ୍ଲୁ, ବିର୍ଲା ଗ୍ରୁପ୍, ପାର୍ଲେ ଆଗ୍ରୋ । ଏମିତି ଅନେକ ବଡ଼ ବଡ଼ ଶିଳ୍ପ ସଂସ୍ଥାର ମୁଖିଆ ଓ ସେମାନଙ୍କ ପ୍ରତିନିଧିଙ୍କୁ ଭେଟି ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁମ୍ବାଇରେ ୨ ଦିନିଆ ଇନଭେଷ୍ଟର୍ସ ମିଟ୍ ରୋଡ୍ ସୋ ଅବସରରେ ବିସ୍ତୃତ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି- ଆସନ୍ତାବର୍ଷ ଓଡ଼ିଶାକୁ ୫ ଲକ୍ଷ କୋଟିର ନିବେଶ ଆଣିବାର ଲକ୍ଷ୍ୟ ରହିଛି । ଏଥିପାଇଁ ଆସନ୍ତା ଜାନୁଆରୀ ୨୮ ଓ ୨୯ରେ ଭୁବନେଶ୍ବରରେ ହେବାକୁ ଯାଉଥିବା ଉତ୍କର୍ଷ ଓଡ଼ିଶା ମେକ୍-ଇନ୍ ଓଡ଼ିଶା କନକ୍ଲେଭ ୨୦୨୫କୁ ଆସିବାକୁ ସବୁ ପ୍ରମୁଖ ଶିଳ୍ପ ସଂସ୍ଥାମାନଙ୍କୁ ଆମନ୍ତ୍ରଣ କରିଛୁ ।

Advertisment

ଯେହେତୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଭରପୁର ସମ୍ଭାବନା ରହିଛି ଓ ୮.୫ ପ୍ରତିଶତ ବିକାଶ ହାରରେ ରାଜ୍ୟ ଆଗକୁ ଯାଉଛି ତେଣୁ ନିବେଶମାନେ ଆଗ୍ରହ ଦେଖାଇଛନ୍ତି । ରାଜ୍ୟରେ ପର୍ଯ୍ୟାପ୍ତ ପ୍ରାକୃତିକ ଖଣିଜ ପଦାର୍ଥ, କୋଷ୍ଟ ଲାଇନ୍ ଓ ବନ୍ଦର ଥିବାରୁ ଓଡ଼ିଶା ଆଗାମୀ ଦିନରେ ଇଣ୍ଡଷ୍ଟ୍ରି ହବ୍ ହେବାକୁ ଯାଉଛି । ଆଇଟି, ଟେକ୍ସଟାଇଲସ୍, ଅକ୍ଷୟ ଶକ୍ତି, ପ୍ଲାଷ୍ଟିକ୍ ଓ କେମିକାଲ୍ସ ଓ ପେଟ୍ରୋକେମିକାଲସ୍ କ୍ଷେତ୍ରକୁ ରାଜ୍ୟ ସରକାର ଅଧିକ ପ୍ରାଧାନ୍ୟ ଦେଉଛନ୍ତି ।

ମୁମ୍ବାଇରେ ୩ଶହରୁ ଅଧିକ ନିବେଶକଙ୍କ ସହ ରୋଡ୍ ସୋ ସଫଳ ହୋଇଛି ଓ ଆଗାମୀ ଦିନରେ ଓଡ଼ିଶାକୁ ଅଧିକ ପୁଞ୍ଜିନିବେଶକାରୀ ଆସିବେ ବୋଲି ଦୃଢ ଆଶା ପୋଷଣ କରିଛନ୍ତି ଶିଳ୍ପମନ୍ତ୍ରୀ ସଂପଦ ସ୍ବାଇଁ । ତାସହ ଶିଳ୍ପମନ୍ତ୍ରୀ କହିଛନ୍ତି- ପୂର୍ବ ସରକାର ଅମଳରେ କେବଳ ଶିଳ୍ପସଂସ୍ଥାଙ୍କ ସହ ଏମଓୟୁ ସହ ମେଟାଲ ବେସ୍‌ଡ ଇଣ୍ଟଷ୍ଟ୍ରିକୁ ଗୁରୁତ୍ବ ଦିଆଯାଉଥିଲା, ହେଲେ ମୋହନ ସରକାର ଉତ୍ପାଦନ ସହ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା କ୍ଷେତ୍ର ଯେମିତିକି ଟେକ୍ସଟାଇଲ୍ସ, ଗାର୍ମେଣ୍ଟ, ଫାର୍ମା, ଫୁଡ୍ ପ୍ରୋସେସିଂ ଓ ଆଗ୍ରୋ ବେସଡ ଶିଳ୍ପସଂସ୍ଥାଙ୍କୁ ଗୁରୁତ୍ବ ଦେଉଛନ୍ତି।

Advertisment

ଏସବୁ ସଂସ୍ଥାର ମୁଖ୍ୟଙ୍କ ସହ ୱାନ ଟୁ ୱାନ୍ ଆଲୋଚନା ବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡ଼ା ଦିନକ ତଳେ ଇଣ୍ଡିଆ କେମ୍ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ଉପସ୍ଥିତିରେ ଓଡ଼ିଶା ସହ ଗୁଜରାଟ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମାନେ ବିଭିନ୍ନ କେମିକାଲ୍ସ ଇଣ୍ଟଷ୍ଟ୍ରୀଙ୍କ ସହ ପୁଞ୍ଜିନିବେଶ ନେଇ ଆଲୋଚନା କରିଛନ୍ତି । ଓଡ଼ିଶାରେ ପାରାଦୀପ, ଗୋପାଳପୁର ଓ ଧାମରାରେ ପୁଞ୍ଜି ନିବେଶ ପାଇଁ ନିବେଶକ ମନ ବଳାଇଥିବା ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ।

ଜାନୁଆରୀରେ ଉତ୍କର୍ଷ ଓଡ଼ିଶା ମେକ୍-ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ ପାଇଁ ପୂର୍ବରୁ ଦିଲ୍ଲୀରେ ବି ରୋଡ୍ ସୋ କରିଥିଲେ ଓଡ଼ିଶା ସରକାର । ଆଗକୁ ହାଇଦ୍ରାବାଦ୍, ବେଙ୍ଗଳୁରୁ ଓ ୟୁରୋପରେ ବି ନିବେଶକ ସମ୍ମିଳନୀ କରିବା ଯୋଜନାରେ ଅଛନ୍ତି ରାଜ୍ୟ ସରକାର ।

Mohan Majhi Investors’ Meet
Advertisment
Advertisment