Advertisment

Covid-19 Death In Odisha: ରାଜ୍ୟରେ ପ୍ରଥମ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ପ୍ରଥମ କରି ଭୁବନେଶ୍ୱରରେ ଜଣେ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସାରା ଦେଶରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୩୯୫କୁ ବୃଦ୍ଧି ପାଇଥିବା ବେଳେ ଓଡିଶାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୭ରେ ପହଞ୍ଚିଛି।

ଅଦ୍ୟତନ ହୋଇଛି
Covid-19

Covid-19

Advertisment

ରାଜ୍ୟରେ ଏବର୍ଷ ବଢୁଥିବା କରୋନା ସଂକ୍ରମଣ ଭିତରେ ଜଣଙ୍କ ମୃତ୍ୟୁ ଚର୍ଚ୍ଚାକୁ ନେଇ ବଢ଼ିଛି ଚିନ୍ତା । କୁହାଯାଉଛି, ଭୁବନେଶ୍ବରରେ ସଂପୃକ୍ତ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ ସଂପୃକ୍ତ ବ୍ୟକ୍ତି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ତେବେ ଏହି ବ୍ୟକ୍ତି ଜଣକ କୋଭିଡ୍ ସହ ବହୁବିଧ ତଥା ଜଟିଳ ରୋଗରେ ବି ଆକ୍ରାନ୍ତ ଥିଲେ । ତଥାପି ତାଙ୍କର ମୃତ୍ୟୁ କୋଭିଡ୍ ସଂକ୍ରମଣରୁ ହେଲା ନା ବହୁବିଧ ରୋଗ କାରଣରୁ ହେଲା, ସେନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା କିମ୍ବା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଉକ୍ତ ରୋଗୀଙ୍କ ବୟସ ୮୦ ବର୍ଷ ପାଖାପାଖି ହେବ । ସେ ଘରେ ରହି ଚିକିତ୍ସିତ ହେଉଥିଲେ ।

Advertisment

ଅଧିକ ପଢ଼ନ୍ତୁ: କଡ଼ ଲେଉଟାଇଲା କି କରୋନାର ନୂଆ ଲହର ? ଦିନକରେ ୨ ଜଣଙ୍କ ମୃତ୍ୟୁକୁ ନେଇ ବଢିଲା ଟେନସନ୍...

ସୂଚନାଯୋଗ୍ୟ, ଗତକାଲି ରାଜ୍ୟରେ ୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଏବଂ ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୭କୁ ଛୁଇଁଥିଲା । ପୂର୍ବରୁ ୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସାରା ଦେଶରେ ସକ୍ରିୟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୩୯୫କୁ ବୃଦ୍ଧି ପାଇଛି । ୧୪୩୫ ଜଣଙ୍କୁ ହସ୍ପିଟାଲରୁ ଡିସଚାର୍ଜ ସରିଲାଣି । କେରଳରେ ସବୁଠୁ ଅଧିକ୧୩୩୬ ଜଣ କୋଭିଡରେ ସଂକ୍ରମିତ ହୋଇଥିବା ବେଳେ ମହାରାଷ୍ଟ୍ରରେ ୪୬୭ ଜଣ ଓ ଦିଲ୍ଲୀରେ ୩୭୫ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ସାରା ଦେଶରେ ୨୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି ।

Advertisment

ଅଧିକ ପଢ଼ନ୍ତୁ: ପୁଣି ଫେରିଲା କୋଭିଡ-୧୯, ଚିନ୍ତା ବଢ଼ାଇଲା ନୂଆ ଲହର

Coronavirus COVID-19 Covid19 In India Odisha Corona Cases
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ