Advertisment

Maha Kumbh 2025: ବୁଡ଼ ପକାଇବାକୁ ମନ, ହେଲେ ମହାକୁମ୍ଭକୁ ବାଟ ଓଗାଳିଛି ପରିବହନ

୧୪୪ ବର୍ଷ ପରେ ବିରଳ ସ୍ନାନ ଯୋଗ ପଡ଼ିଛି, ତେଣୁ ପ୍ରୟାଗରାଜ ତ୍ରିବେଣୀ ସଂଗମ ମହାକୁମ୍ଭ ମେଳାକୁ ଯାଇ ବୁଡ଼ ପକାଇବାକୁ ସଭିଙ୍କ ଇଚ୍ଛା। ହେଲେ ଯିବେ କେମିତି ? ସବୁ ଯିବା ବାଟ ତ ବନ୍ଦ ।

ଅଦ୍ୟତନ ହୋଇଛି
undefined

କୁମ୍ଭମେଳାକୁ ଗାଡ଼ି ନାହିଁ !

Advertisment

ପ୍ରୟାଗରାଜ ମହାକୁମ୍ଭ ମେଳାକୁ ଯିବାକୁ ଓଡ଼ିଶାରୁ ସବୁ ବାଟ ବନ୍ଦ । ୭ଟି ସ୍ବତନ୍ତ୍ର ଟ୍ରେନ୍ ଚାଲୁଥିବା ସତ୍ତ୍ବେ କେଉଁଥିରେ ଟିକେଟ୍ ମିଳୁନି । ତେଣେ ଓଏସଆରସିଟି ବସରେ ଯିବାକୁ ଲୋକ ହାଉଜାଉ ତ ଭୁବନେଶ୍ବରରୁ ବିମାନ ସଂଖ୍ୟା ବି ସମୁଦ୍ରକୁ ଶଙ୍ଖେ । ଫ୍ଲାଇଟ୍ ଫେୟାର ବି ହାଇଚାର୍ଜ । ଏଭଳି ସ୍ଥିତିରେ ଶ୍ରଦ୍ଧାଳୁ ସବୁଆଡୁ ନିରାଶ ହେବା ପରେ ପ୍ରୟାଗରାଜକୁ ପରିବହନ ସୁବିଧା ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ଗୁହାରି କରିଛନ୍ତି । ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାର ବିଚାର କରୁଛନ୍ତି ।

Advertisment

୧୪୪ ବର୍ଷ ପରେ ବିରଳ ସ୍ନାନ ଯୋଗ ପଡ଼ିଛି, ତେଣୁ ପ୍ରୟାଗରାଜ ତ୍ରିବେଣୀ ସଂଗମ ମହାକୁମ୍ଭ ମେଳାକୁ ଯାଇ ବୁଡ଼ ପକାଇବାକୁ ସଭିଙ୍କ ଇଚ୍ଛା। ହେଲେ ଯିବେ କେମିତି ? ସବୁ ଯିବା ବାଟ ତ ବନ୍ଦ । ଏଇ ଯେମିତି ଭୁବନେଶ୍ବର ଶୈଳଶ୍ରୀ ବିହାର ଅଞ୍ଚଳର ସୁରେଶ ରଥ । ବୟସର ଅପରାହ୍ନରେ ପହଞ୍ଚିଥିବାରୁ ପରିବାର ସହ କୁମ୍ଭମେଳା ଯାଇ ବୁଡ଼ ପକାଇବାକୁ ଇଚ୍ଛା କରିଥିଲେ, କିନ୍ତୁ ଟ୍ରେନ୍‌ରେ ଟିକେଟ ନପାଇ ନିରାଶ। କହିଛନ୍ତି ସରକାର ଆମ ଭଳି ବରିଷ୍ଠ ନାଗରିକଙ୍କ କଥା ନିହାତି ବିଚାର କରିବା କଥା । ସେମିତି ବଡ଼ କଷ୍ଟରେ ୩ ଦିନ ଧରି ରେଲୱେ ଟିକେଟ୍ କାଉଣ୍ଟରରେ ଛିଡ଼ା ହେବା ପରେ ୮ଜଣଙ୍କ ସ୍ଥାନରେ ମାତ୍ର ୪ଜଣଙ୍କ ପାଇଁ ରାଜଧାନୀ ଏକ୍ସପ୍ରେସରେ ବର୍ଥ ପାଇବାରେ ସମର୍ଥ ହୋଇଛନ୍ତି ବାଲେଶ୍ବରର ପର୍ଶୁରାମ ରାଉତ । କହିଛନ୍ତି- ଅଧିକ ଟ୍ରେନ୍ ଓଡ଼ିଶାରୁ ପ୍ରୟାଗରାଜକୁ ଚଳାଇଲେ, ବହୁ ଲୋକଙ୍କ କୁମ୍ଭମେଳା ଯିବାର ଇଚ୍ଛା ପୂରଣ ହୋଇପାରନ୍ତା ।

ଅଧିକ ପଢ଼ନ୍ତୁ: କୁଆଡ଼େ ଗଲା ନବ ଦାସଙ୍କ ରକ୍ତ ଭିଜା ସାର୍ଟ?

୪୫ ଦିନର କୁମ୍ଭମେଳା ଅବଧି ଭିତରେ ଓଡ଼ିଶାରୁ ପ୍ରୟାଗରାଜକୁ ଏଥର ୭ଟି ସ୍ପେଶାଲ ଟ୍ରେନ, ରାଜ୍ୟ ପରିବହନ ନିଗମ ବା ଓଏସଆରଟିସି ପକ୍ଷରୁ ୮ଟି ସ୍ପେଶାଲ୍ ଭଲବୋ ବସ୍ ଏବଂ ଭୁବନେଶ୍ବରରୁ ୪ଟି ନିୟମିତ ବିମାନ ଚାଲୁଛି । ହେଲେ ବି ଏ ସମୟରେ ତାହା ସମୁଦ୍ରକୁ ଶଙ୍ଖେ । ସବୁ ବସ୍‌ରେ ଟିକେଟ୍ ଧାଏଁ କରି ସରିଛି ତ ବହୁ ଟ୍ରେନ୍‌ରେ ଟିକେଟ୍ ନାହିଁ । ଯେଉଁ କିଛି ଥିରେ ମିଳୁଛି ସେଥିରେ ୱେଟିଂ ଦେଢ ଶହରୁ ୨ଶହ ଟପୁଛି । ତେଣୁ ଯାତ୍ରା ଦିନକୁ ତାହା କନଫର୍ମ ହେବ କି ନାହିଁ ସେ ଡରରେ ଲୋକେ ଟିକେଟ୍ କାଟୁ ନାହାନ୍ତି ।

Advertisment

ତେଣେ ବିମାନ ଭଡ଼ା ବି ଆକାଶଛୁଆଁ ହୋଇଗଲାଣି । ସାଧାରଣ ଦରଠୁ ପାଖାପାଖି ୨୧ରୁ ୫୦ ପ୍ରତିଶତ ଯାଏଁ ବଢ଼ି ସାରିଲାଣି । ଏଭଳି ସ୍ଥିତିରେ ଇଷ୍ଟକୋଷ୍ଟ ରେଲୱେ, ଓଏସଆରଟିସି ସମସ୍ତେ ଅଧିକ ସଂଖ୍ୟକ ଗାଡ଼ି ଚଳାଇବା ଉପରେ ଗୁରୁତ୍ବ ଦେଇଥିବାବେଳେ, ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛି- ରାଜ୍ୟ ସରକାରଙ୍କଠୁ ବିମାନ ଉଡ଼ାଣ କଂପାନୀଙ୍କୁ ଅନୁରୋଧ କରାଗଲେ ସେମାନେ ବିଚାର କରିବେ । ଆଉ ଏସବୁ ଭିତରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି-କୁମ୍ଭମେଳା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ- ରେଳ ବିଭାଗ ସହ ଆଲୋଚନା କରିଛି । ରୁଟ୍ କ୍ଲିୟରାନ୍ସ ମିଳିଲେ ଓଡ଼ିଶା ବାଟେ ଅଧିକ ଟ୍ରେନ୍ ଚାଲିବ ।

୪୫ ଦିନିଆ ପ୍ରୟାଗରାଜ ମହାକୁମ୍ଭର ପ୍ରଥମ ପର୍ଯ୍ୟାୟରେ ଦୁଇଟି ସ୍ନାନ ଯୋଗ ସଂପନ୍ନ ହୋଇଥିବାବେଳେ ଆଗକୁ ଜାନୁଆରୀ ୨୯ ଓ ଫେବ୍ରୁଆରୀ ୩ରେ ଦୁଇଟି ବୁଡ଼ ରହିଛି। ମଝି ପର୍ଯ୍ୟାୟରେ ମୌନି ଅମାବାସ୍ୟା ଥିବାରୁ ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ସଂଗମକୁ ଯିବା ଅନୁମାନ କରାଯାଉଛି ।

Advertisment

ଅଧିକ ପଢ଼ନ୍ତୁ: ଏଇ ମାସ ଶେଷ ସପ୍ତାହରେ ଆସିବ ସୁଭଦ୍ରା ଟଙ୍କା; ଶୀଘ୍ର KYC ଅପଡେଟ୍ ସାରିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଅପିଲ

Odisha Maha Kumbh Mela Pravati Parida
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ