Advertisment

Ration Card: ‘IT ରିଟର୍ଣ୍ଣ ଫାଇଲ୍ କରିଥିଲେ କଟିବନି ରାସନ୍ କାର୍ଡ’

ରାସନ କାର୍ଡ ଫେରାଇବାକୁ ଆପଣଙ୍କୁ ଆସିଛି କି ନୋଟିସ୍ ? ଜିରୋ ଇନକମ୍ ଟାକ୍ସ ରିଟର୍ଣ୍ଣ ଫାଇଲ୍ କରି ରାସନ କାର୍ଡ କଟିବା ଆଶଙ୍କାରେ ଅଛନ୍ତି କି ?

ଅଦ୍ୟତନ ହୋଇଛି
‘ଜିରୋ ରିଟର୍ଣ୍ଣ କଟିବନି ରାସନ୍‌’

‘ଜିରୋ ରିଟର୍ଣ୍ଣ କଟିବନି ରାସନ୍‌’

Advertisment

କିଏ କୃଷି ଋଣ ପାଇଁ ଜିରୋ IT ରିଟର୍ଣ୍ଣ ଫାଇଲ୍ କରିଥିଲେ ତ ଆଉ କିଏ ଛୋଟମୋଟ୍ ବ୍ୟବସାୟ ଲୋନ୍ ପାଇଁ । କିନ୍ତୁ ଏବେ ତାହା ସେମାନଙ୍କ ଲାଗି ଅଡୁଆ ହୋଇଛି । କାହିଁକି ନା ଆୟକର ରିଟର୍ଣ୍ଣ ଫାଇଲ୍ କରିଥିବା ହିତାଧିକାରୀମାନଙ୍କୁ ରାସନ କାର୍ଡ ଫେରାଇବାକୁ ଆସିଛି ନୋଟିସ୍। ଏହାରି ଭିତରେ ଯୋଗାଣ ମନ୍ତ୍ରୀ ଆଶ୍ୱାସନା ଦେଇ କହିଛନ୍ତି, କାହାର ବି ରାସନ କାର୍ଡ କାଟିବାକୁ ନିର୍ଦ୍ଦେଶ ଦିଆଯାଇନି। ଡୋର୍ ଟୁ ଡୋର୍ ବୁଲି ଅଧିକାରୀମାନେ ଫିଜିକାଲ୍ ଭେରିଫିକେସନ କଲା ପରେ ହିଁ ନିଷ୍ପତ୍ତି ନିଆଯିବ, କାହାର କାର୍ଡ କଟିବ, କାହାର ରହିବ ।

Advertisment

ଅଧିକ ପଢ଼ନ୍ତୁ: ପ୍ଲେସମେଣ୍ଟ ନାଁରେ କିଟ୍‌ରେ ଯୌନଶୋଷଣ, ପୂର୍ବତନ ଛାତ୍ରୀ ଆଣିଲେ ସଂଗୀନ ଅଭିଯୋଗ

ରାସନ କାର୍ଡ ଫେରାଇବାକୁ ଆପଣଙ୍କୁ ଆସିଛି କି ନୋଟିସ୍ ? ଜିରୋ ଇନକମ୍ ଟାକ୍ସ ରିଟର୍ଣ୍ଣ ଫାଇଲ୍ କରି ରାସନ କାର୍ଡ କଟିବା ଆଶଙ୍କାରେ ଅଛନ୍ତି କି ? ମାସିକ ୧୦ ହଜାରରୁ ଅଧିକ ଆୟ ଥିବାରୁ କାର୍ଡ କ୍ୟାନସଲ୍ ହେବା ଭୟ ଅଛି କି ? ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣଙ୍କ ନାଁ କଟିବନି କି କାର୍ଡ ଫେରାଇବାକୁ ପଡିବନି । ଯୋଗାଣ ମନ୍ତ୍ରୀ ଦେଇଛନ୍ତି ଏମିତି ପ୍ରତିଶ୍ରୁତି ।

Advertisment

ମନ୍ତ୍ରୀ କହିଛନ୍ତି ଆୟକର ଫାଇଲ କରିଥିଲେ କାର୍ଡ କଟିବନି । ଏଥିପାଇଁ ଫିଜିକାଲ୍ ଭେରିଫିକେସନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଆୟକର ଫାଇଲ କରିଥିବା ହିତାଧିକାରୀଙ୍କ ତାଲିକା ଜିଲ୍ଲା ଅଧିକାରୀମାନଙ୍କୁ ଦିଆଯାଇଛି। ସେମାନେ ଡୋର୍ ଟୁ ଡୋର୍ ବୁଲି ଯାଂଚ କରିବେ । କିଏ ଜିରୋ ଇନକମ୍ ଟାକ୍ସ ଫାଇଲ କରିଛନ୍ତି, କେଉଁ କାରଣରୁ ଫାଇଲ୍ କରିଛନ୍ତି। ଏହା ସହ ସେମାନେ କେତେ ଆର୍ଥିକ ସ୍ୱଚ୍ଛଳ ? ଏସବୁ ଦେଖି ରିପୋର୍ଟ ଦେବା ପରେ କାହା କାର୍ଡ କଟିବ, କାହାର ରହିବ ସରକାର ନିଷ୍ପତ୍ତି ନେବେ। ଯଦି ଆୟକର ଫାଇଲ ଯୋଗୁଁ କାହାର କାର୍ଡ କଟିଛି ତାହେଲେ ବିଭାଗକୁ ଜଣାଇବାକୁ ମଧ୍ୟ ଅପିଲ କରିଛନ୍ତି ମନ୍ତ୍ରୀ।

ଏପଟେ କାର୍ଡ କଟିବା ଭୟରେ ଭଦ୍ରକ ଜିଲ୍ଲା ଯୋଗାଣ ଅଫିସ୍ ଏବଂ ବିଡିଓ କାର୍ଯ୍ୟାଳୟରେ ଲାଗୁଛି ଗହଳି। ଭଦ୍ରକ ଜିଲ୍ଲା ଓଲଙ୍ଗ ପଞ୍ଚାୟତର ରଜନୀକାନ୍ତ ବେହେରା। କୃଷି ଋଣ ପାଇଁ ତିନି ବର୍ଷ ତଳେ ଜିରୋ ଆଇଟି ରିଟର୍ଣ୍ଣ ଫାଇଲ୍ କରିଥିଲେ। ଏବେ ଏହା ତାଙ୍କ ରାସନ କାର୍ଡରେ ପ୍ରତିବନ୍ଧକ ସାଜିଛି। କାର୍ଡ କଟିବା ପାଇଁ ତାଙ୍କୁ ଲାଗିଛି ନୋଟିସ୍‌ । ତେଣୁ ସରକାର ଉପଯୁକ୍ତ ତଦନ୍ତ କରି ତାଙ୍କ କାର୍ଡ ନ କାଟିବାକୁ ବିଡିଓଙ୍କୁ ଭେଟି ଦରଖାସ୍ତ ଦେଇଛନ୍ତି ରଜନୀକାନ୍ତ। ସେମିତି ଧାମନଗରର ବ୍ୟବସାୟୀ ଅଜୟ ଶଙ୍ଖୁଆ । ତାଙ୍କୁ ବି କାର୍ଡ ଫେରାଇବାକୁ ଲାଗିଛି ନୋଟିସ୍। ବ୍ୟବସାୟ ପାଇଁ ବ୍ୟାଙ୍କରୁ ଋଣ ଆଣିବାକୁ ସେ ବି ଜିରୋ ଇନକମ୍‌ ଟାକ୍ସ ରିଟର୍ଣ୍ଣ ଫାଇଲ କରିଥିଲେ। ନୋଟିସ୍ ଆସିବା ପରେ ସେ ବି ଚିନ୍ତାରେ।

Advertisment

ରାଜ୍ୟରେ ପ୍ରାୟ ୮ ଲକ୍ଷରୁ ଉର୍ଦ୍ଧ୍ୱ ଆୟକର ରିଟର୍ଣ୍ଣ ଫାଇଲ୍ କରିଥିବା ରାସନକାର୍ଡ ହିତାଧିକାରୀ ରହିଛନ୍ତି । ଯେଉଁମାନଙ୍କୁ କାର୍ଡ ଫେରାଇବାକୁ ହୋଇଛି ନୋଟିସ୍ । ତେବେ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କେତେ ଅଯୋଗ୍ୟ ରାସନ କାର୍ଡ ବାଦ୍ ପଡୁଛି ତାଉପରେ ନଜର ।

ଅଧିକ ପଢ଼ନ୍ତୁ: କିଟ୍‌ କାଣ୍ଡ: ପୁଣି ୬ ଜଣଙ୍କୁ ନୋଟିସ୍‌, ୨୭ରେ ହାଜର ହେବାକୁ ନିର୍ଦ୍ଦେଶ

Ration Card IT Return
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ