/odishatv-khabar/media/post_attachments/uploadimage/library/16_9/16_9_0/satakosia_1729167077.jpg)
satakosia
ସାତକୋଶିଆକୁ ଖୁବଶୀଘ୍ର ଆସିବେ ମହାବଳ ବାଘ। ସାତକୋଶିଆ ଅଭୟାରଣ୍ୟକୁ ୧୨ରୁ ୧୪ଟି ମହାବଳ ବାଘ ଅଣାଯିବ । NTCAର ଟାଇଗର ରିକଭରି ପ୍ଲାନ ଅନୁୟାୟୀ ଏହାକୁ ୫ ବର୍ଷ ଭିତରେ କାର୍ଯ୍ୟକାରୀ କରାଯିବ । ପାଞ୍ଚ ବର୍ଷରେ ପର୍ଯ୍ୟାୟକ୍ରମେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ମହାବଳ ବାଘ ଅଣାଯିବ । ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ।
୨୦୦୭ରେ ସାତକୋଶିଆରେ ୧୩ରୁ ୧୫ ବାଘ ଥିବା ବେଳେ ଏବେ ଏହା ବାଘ ଶୂନ୍ୟ ହୋଇଯାଇଛି । ତେଣୁ ଟାଇଗର ରିକଭରି ପ୍ଲାନ ଅନୁଯାୟୀ ବାଘ ଆଣିବାକୁ ଯୋଜନା ଅଛି ବୋଲି କହିଛନ୍ତି ପିସିସିଏଫ । ସୁନ୍ଦରୀକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଭୁଲ ବୁଝାମଣା ଥିଲା । ତେବେ ଏହି ଯୋଜନା କେବଳ ସ୍ଥାନୀୟ ଲୋକଙ୍କ ସହାୟତାରେ ହିଁ ସଫଳ ହୋଇପାରିବ ବୋଲି ସେ କହିଛନ୍ତି । ତେବେ ସାତକୋଶିଆର କୋର ଏରିଆ ଏବେ ଖାଲି ହୋଇଗଲାଣି । ଅଭୟାରଣ୍ୟର ଅନ୍ୟ ଅଞ୍ଚଳରୁ ଲୋକ ସ୍ବଇଚ୍ଛାରେ ସ୍ଥାନାନ୍ତର ହେଲେ ଯାଇ ପ୍ରକଳ୍ପ ଆରମ୍ଭ ହେବ ବୋଲି ସେ କହିଛନ୍ତି ।
ସେପଟେ ଘୁମୁସରରେ ପୁଣି ମହାବଳ ବାଘ ଦେଖାଯିବା ପ୍ରସଙ୍ଗରେ ପିସିସିଏଫ୍ କହିଛନ୍ତି, ମହାରାଷ୍ଟ୍ରରୁ ହଜାର ହଜାର କିଲୋମିଟର ଦୂର ଅତିକ୍ରମ କରି ଆସିଥିଲେ ବି ସେ କାହାରି କିଛି କ୍ଷତି କରିନାହିଁ । ସ୍ୱତନ୍ତ୍ର ଟିମ ତାର ଗତିବିଧି ଉପରେ ନଜର ରଖିଛନ୍ତି । ବାଘଟି ମହାରାଷ୍ଟ୍ରରୁ ପାରଳାଖେମୁଣ୍ଡି ଓ ପରେ ଘୁମୁସର ବନଖଣ୍ଡରେ ରହିଛି। ତାକୁ ବନ ବିଭାଗ ପକ୍ଷରୁ ସୁରକ୍ଷା ଯୋଗାଯାଇଛି ଓ ଅନ୍ୟ ସମୟରେ ତାକୁ ଅନ୍ୟ ପ୍ରକଳ୍ପକୁ ସ୍ଥାନାନ୍ତର ଲାଗି ଯୋଜନା ରଖାଯାଇଥିବା କହିଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)