Advertisment

Odisha Minister Urges DFOs To Work In Field: ଜଙ୍ଗଲୀ ବାବୁଙ୍କୁ କଡ଼ା ତାଗିଦ୍; ଅଫିସରେ ନ ବସି ଫିଲ୍ଡକୁ ଯାଅ !

୪ ଦିନ ଭିତରେ ୩-୩ଟି ହାତୀ ଏବଂ ଗୋଟେ କଲରାପତରିଆର ଜୀବନ ଯିବା ପରେ ଏମିତି କଠୋର ହୋଇଛି ବନ ବିଭାଗ । ମନ୍ତ୍ରୀ କହିଛନ୍ତି, ଡିଏଫ୍ଓ ହୁଅନ୍ତୁ ବା ଆଉ କିଏ, ହାତୀ ମୃତ୍ୟୁ ଘଟଣାରେ ଯିଏ ବି ଅବହେଳା କରିଥିବେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

undefined

Forest Department Faces Allegations Of Animal Poaching

Advertisment

ଡିଏଫ୍ଓ ସମ୍ମିଳନୀରେ ବର୍ଷିଲେ ସରକାର। ଅଫିସରେ ନ ବସି ଫିଲ୍ଡକୁ ଯିବାକୁ ତାଗିଦ୍ ବି କଲେ । ୪ ଦିନ ଭିତରେ ୩-୩ଟି ହାତୀ ଏବଂ ଗୋଟେ କଲରାପତରିଆର ଜୀବନ ଯିବା ପରେ ଏମିତି କଠୋର ହୋଇଛି ବନ ବିଭାଗ । ମନ୍ତ୍ରୀ କହିଛନ୍ତି, ଡିଏଫ୍ଓ ହୁଅନ୍ତୁ ବା ଆଉ କିଏ, ହାତୀ ମୃତ୍ୟୁ ଘଟଣାରେ ଯିଏ ବି ଅବହେଳା କରିଥିବେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପଟେ ନୂଆପଡ଼ାରେ କଲରାପତରିଆର ମାଂସ ପୋଡ଼ି ଖାଇବା ଘଟଣାରେ ଶିକାରୀଙ୍କୁ ସାମାଜିକ ବାସନ୍ଦ ପାଇଁ ଆହ୍ବାନ ଦେଇଛି ବନ ବିଭାଗ। 

Advertisment

ଜଙ୍ଗଲୀ ବାବୁଙ୍କୁ କଡ଼ା ତାଗିଦ୍ । ଅଫିସରେ ନ ବସି ଫିଲ୍ଡକୁ ଯାଅ ! ୪ ଦିନ ଭିତରେ ବିଦ୍ୟୁତ୍ ଆଘାତରେ ୩ ହାତୀ ସହ ଗୋଟିଏ କଲରାପତରିଆ ବାଘର ଜୀବନ ଯିବା ପରେ ଏମିତି କଡ଼ା ଆଭିମୁଖ୍ୟ ରଖିଛନ୍ତି ରାଜ୍ୟ ସରକାର । ଭୁବନେଶ୍ବରରେ ଆୟୋଜିତ ରାଜ୍ୟସ୍ତରୀୟ ଡିଏଫ୍ଓ ସମ୍ମିଳନୀରେ ଜଙ୍ଗଲ ସଚିବ ସତ୍ୟବ୍ରତ ସାହୁ ଡିଏଫ୍ଓମାନଙ୍କୁ ସିଧା ସିଧା ଏମିତି ଶୁଣାଇଛନ୍ତି । କହିଛନ୍ତି, କେବଳ ପ୍ଲାଣ୍ଟେସନ ନାଁରେ ଗଛ ଲଗେଇ ଦେଲେ ହେବନି, ସେଗୁଡ଼ିକର ରକ୍ଷଣାବେକ୍ଷଣ ଉପରେ ବି ଦୃଷ୍ଟି ଦିଅ । ଏହାଛଡ଼ା ଜଙ୍ଗଲ ଭିତରେ ବେଆଇନ ଗଞ୍ଜେଇ ଚାଷ ରୋକିବାକୁ ସରକାରଙ୍କ ସ୍ବତନ୍ତ୍ର ଆକ୍ସନ ପ୍ଲାନ ହୋଇଛି । ଜିଲ୍ଲା ପ୍ରଶାସନ, ପୋଲିସ ସହଯୋଗରେ ଗଞ୍ଜେଇ ଗଛ ନଷ୍ଟ କର । ସେହିପରି ଜଙ୍ଗଲ ମନ୍ତ୍ରୀ କହିଛନ୍ତି, କିଛି ଦିନ ହେବ 
ଜଙ୍ଗଲ ବିଭାଗ ଅପବାଦ ମୁଣ୍ଡାଉଛି । ରେଢ଼ାଖୋଲ ବନଖଣ୍ଡରେ ୩ ହାତୀ ମୃତ୍ୟୁ ଘଟଣାକୁ ସରକାର ଗୁରୁତର ସହ ନେଇଛନ୍ତି । ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ବଡ଼ ଅଧିକାରୀଙ୍କ ବିରୋଧରେ ବି ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପଟେ ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି, ଅଫିସର କେବଳ ଜଙ୍ଗଲକୁ ଯାଇ ଫେରି ଆସିଲେ ହେବନି । ଜଙ୍ଗଲରେ ରାତି କଟାନ୍ତୁ । ଫଳରେ କର୍ମଚାରୀ ଅଧିକ ତତ୍ପର ହେବେ । 

ଅଧିକ ପଢ଼ନ୍ତୁ: Cyber Fraud: ଭୁବନେଶ୍ୱରରେ ଠକେଇ, ଚେନ୍ନାଇରୁ ଗିରଫ; ଉତୁରିଗଲା ଫିଲ୍ମ କରିବା ନିଶା

Advertisment

ବନ ବିଭାଗରେ ଏବେ ଖାଲି ପଡ଼ିଛି ୪୦ ପ୍ରତିଶତ ପଦବି । ସେଥିମଧ୍ୟରୁ ୨୦ ପ୍ରତିଶତ ଅର୍ଥାତ୍ ୧ ହଜାର ୬୭୭ ଫରେଷ୍ଟ ଗାର୍ଡ, ୩୧୬ ଫରେଷ୍ଟର, ୧୩୧ ରେଞ୍ଜ ଅଫିସର ଓ ୪୫ ଏସିଏଫ୍ ପଦବି ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ବନ ବାହିନୀ ମୁଖ୍ୟ କହିଛନ୍ତି, ବନ୍ୟଜନ୍ତୁ ଶିକାର ପାଇଁ କର୍ମଚାରୀ ଅଭାବର ବାହାନା ଗ୍ରହଣୀୟ ନୁହେଁ। ଯେତିକି କର୍ମଚାରୀ ଅଛନ୍ତି, ଅଫିସରମାନଙ୍କୁ ସେତିକିରେ ବିଭିନ୍ନ ସଂଗଠନ ସହ ସୁସଂପର୍କ ସ୍ଥାପନ କରି ଶିକାରୀଙ୍କୁ ପ୍ରତିହତ କରିବାକୁ ପଡ଼ିବ । 

ଏସବୁ ଭିତରେ ନୂଆପଡ଼ାରେ ଶିକାରୀମାନେ କଲରାପତରିଆ ଶିକାର କରି ତାର ମାଂସ ଖାଇଥିବା ପ୍ରସଙ୍ଗକୁ ସମ୍ବେଦନଶୀଳତାର ସହ ନେଇଛି ବନ ବିଭାଗ। ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, କଠିନ ସ୍ଥିତିରେ ମହାବଳ ବା କଲରାପତରିଆ ମଣିଷ ଶିକାର କରିଥାଏ। କିନ୍ତୁ ଲୋକେ କଲରାପତରିଆ ମାଂସ ଖାଇବା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ଏଭଳି ଲୋକଙ୍କୁ ସାମାଜିକ ବାସନ୍ଦ କରିବାକୁ ସେ ଆହ୍ବାନ ଦେଇଛନ୍ତି।

Advertisment
Forest Department Elephant Death Odisha Minister Animal Forester
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ