ଖୁବ୍ଶୀଘ୍ର ରାଜ୍ୟର ସବୁ ପଡ଼ା ଗାଁକୁ ମିଳିବ ରାଜସ୍ବ ଗ୍ରାମର ମାନ୍ୟତା । ଆଜି ବିଧାନସଭାରେ ରାଜସ୍ବ ମନ୍ତ୍ରୀ ଏ ସମ୍ପର୍କୀତ ପ୍ରଶ୍ନର ଉତ୍ତର ରଖି, ନୂଆ ସରକାର ଆସିବା ପରେ ୨୬୩ ପଡ଼ା ଗାଁ ରେଭିନ୍ୟୁ ଭିଲେଜ୍କୁ ପରିବର୍ତ୍ତିତ ହୋଇଥିବା କହିଛନ୍ତି । ଆଉ ୧୪୭ ଗାଁକୁ ଜୁଲାଇ ୧୦ ତାରିଖ ସୁଦ୍ଧା ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ ପ୍ରକ୍ରିୟା ବିଚାରାଧୀନ ରହିଛି ।
ଏପଟେ ରାଜସ୍ବ ମନ୍ତ୍ରୀଙ୍କ ଏ ସୂଚନା ପରେ ରାଜସ୍ବ ଗାଁ ଅପେକ୍ଷାରେ ଥିବା ଗ୍ରାମବାସୀ ଏହାକୁ ସ୍ବାଗତ କରିଛନ୍ତି । ଖୁବ୍ଶୀଘ୍ର ସମସ୍ତ ପଡ଼ା ଗାଁ ପାଇବ ରାଜସ୍ବ ଗ୍ରାମର ମାନ୍ୟତା । ଜୁଲାଇ ୧୦ ସୁଦ୍ଧା ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରହିଛି । ନୂଆ ସରକାର ଆସିବାପରେ ୨୬୩ପଡ଼ା ଗାଁ ହେଲାଣି ରାଜସ୍ବ ଗ୍ରାମ । ଆଉ ୧୪୭ ପଡ଼ା ଗାଁକୁ ରାଜସ୍ୱ ଗାଁ କରିବା ପାଇଁ ଏବେ ବିଚାରାଧୀନ ଅଛି ବୋଲି ଗୃହରେ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
Also Read
ରାଜସ୍ୱ ଗ୍ରାମ ପାଇଁ ୬-୭ ଦିନ ଭିତରେ ସର୍ଭେ ସରିବ । ଏଥିପାଇଁ ଏପ୍ରିଲ ୨୮ରେ ଅଭିଯୋଗର ଶେଷ ତାରିଖ ରହିଛି । ଏପ୍ରିଲ ୩୦ରେ ଏନେଇ ଜିଲ୍ଲାସ୍ତରରେ ଶୁଣାଣି ହେବ । ଜୁଲାଇ ୧୦ ସୁଦ୍ଧା ପୂରା ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରହିଛି । ବର୍ତ୍ତମାନ ଟେକନୋଲୋଜି ମାଧ୍ୟମରେ ମ୍ୟାପ୍ ପରିବର୍ତ୍ତନ ଓ ବାଉଣ୍ଡ୍ରି ଡିମାର୍କେସନ କରାଯାଉଛି । ଯେଉଁଥିପାଇଁ କାମ ୬ ରୁ ୭ଦିନରେ ଶେଷ ହେବ ।
ଅଧିକ ପଢ଼ନ୍ତୁ: ସରକାର ଦେଉଛନ୍ତି ପ୍ରୋତ୍ସାହନ, ହଳଦିଆ ତରଭୁଜ ଚାଷକରି ଲକ୍ଷପତି ଚାଷୀ
ଅପରପକ୍ଷେ ଯେଉଁ ଗାଁ ରାଜସ୍ବ ହେବା ଦରକାର, ସେ ନେଇ ଗାଁ ଲୋକେ ତହସିଲଦାରଙ୍କ ମାଧ୍ୟମରେ ଆବେଦନ କରିବାକୁ କହିଛନ୍ତି ମନ୍ତ୍ରୀ । ରାଜସ୍ୱ ଗାଁ ଏକ ସ୍ୱୀକୃତି, ଯେଉଁଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ମିଳିପାରିବ । ଏହାସହ ମନ୍ତ୍ରୀ କହିଛନ୍ତି ଗତ ୩୦ବର୍ଷରେ ୧ ହଜାର ୫୩ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ ପାଇଁ ପ୍ରସ୍ତାବ ଥିଲା । କିନ୍ତୁ, ମାତ୍ର ୩୦୭ପଡ଼ା ଗ୍ରାମ ରାଜସ୍ବ ହୋଇପାରିଥିଲା । ବଳକା ପଡ଼ା ଗାଁ ଏବେ ବି ଅପେକ୍ଷାରେ ରହିଛି ।
ରାଜସ୍ବ ମନ୍ତ୍ରୀଙ୍କ ଆଶ୍ବସ୍ତି ପରେ ଖୁସି ପ୍ରକାଶ କରିଛନ୍ତି ବର୍ଷ ବର୍ଷ ଧରି ରାଜସ୍ବ ମାନ୍ୟତା ପାଇଁ ଅପେକ୍ଷା କରିଥିବା ଗ୍ରାମବାସୀ । ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲ୍ଲାର ଅନେକ ପଡ଼ା, ବର୍ଷ ବର୍ଷ ଧରି ରାଜସ୍ବ ଗ୍ରାମ ଅପେକ୍ଷାରେ ଅଛନ୍ତି । ଆଉ ମାନ୍ୟତା ମିଳିନଥିବାରୁ ଅନେକ ଯୋଜନାରୁ ବଞ୍ଚିତ ହେବା ସହ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଯେଉଁ ପଡ଼ା,ଗାଁରେ ୨୫୦ରୁ ଅଧିକ ଲୋକ ଥିବେ ଏବଂ ମୂଳ ରାଜସ୍ବ ଗ୍ରାମ ଠାରୁ ୫୦୦ ମିଟର ଦୂରରେ ରହିଥିବା । ସେହି ଗ୍ରାମ ରାଜସ୍ବ ମାନ୍ୟତା ପାଇ ପାରିବ । ଏବେ ପ୍ରକ୍ରିୟା ଜାରି ରହିଥିବା ବେଳେ ଗ୍ରାମବାସୀମାନେ ତହସିଲଦାରଙ୍କ ପାଖରେ ଏଥିପାଇଁ ଆବେଦନ କରି ପାରିବେ ।