Advertisment

E-Registration App: ଇ-ରେଜିଷ୍ଟ୍ରେସନ ଆପ୍ ଲଞ୍ଚ କଲେ ମୁଖ୍ୟମନ୍ତ୍ରୀ, ଗୋଟିଏ ଟିପରେ ମିଳିପାରିବ ୧୮ ପ୍ରକାରର ସେବା

ଏଣିକି ଆଉ ଜମି କିଣାବିକା ପାଇଁ ବି ବାରମ୍ବାର ସବ୍ ରେଜିଷ୍ଟ୍ରାର ଅଫିସ୍ ଦୌଡ଼ିବା ଦରକାର ନାହିଁ । ଦଲାଲ ହାବୁଡ଼ରେ ପଡିବେନି କି ଲାଞ୍ଚ ଦେବାକୁ ପଡ଼ିବନି । ଦଲାଲ ଆଉ ଦୁର୍ନୀତି ମୁକ୍ତ ହେବ ସବ୍ ରେଜିଷ୍ଟ୍ରାର ଅଫିସ୍ ।

undefined

ଇ-ରେଜିଷ୍ଟ୍ରେସନ୍‌ ଆପ୍‌ରୁ କି ଫାଇଦା ?

Advertisment

ଘରେ ବସି ନିଜ ମୋବାଇଲରେ ଜମି କିଣାବିକା ପାଇଁ ବୁକ୍ କରିପାରିବେ ସ୍ଲଟ୍ । ବାହାର କରିପାରିବେ EC, ଚେକ୍ କରି ପାରିବେ ବେଞ୍ଚ୍ ମାର୍କ ଭାଲ୍ୟୁ । ଏଥିପାଇଁ ସବ୍ ରେଜିଷ୍ଟ୍ରାର ଅଫିସକୁ ଧାଇଁବା ଦରକାର ନାହିଁ । ଏସବୁ ସେବା ପାଇଁ ମୁଖ୍ୟମନ୍ତ୍ରୀ ଲଞ୍ଚ୍ କରିଛନ୍ତି ଏକ ଇ-ରେଜିଷ୍ଟ୍ରେସନ ଆପ୍ ।

Advertisment

ଅଧିକ ପଢ଼ନ୍ତୁ: ୨୦୦ ବର୍ଷରେ ବିଶ୍ୱ ଦେଖିଛି ୭ଟି କଲେରା ମହାମାରୀ, ବେଳେବେଳେ ପଦା ହୋଇଯାଉଥିଲା ଗୋଟେ ଗୋଟେ ସହର

ଏଣିକି ଆଉ ଜମି କିଣାବିକା ପାଇଁ ବି ବାରମ୍ବାର ସବ୍ ରେଜିଷ୍ଟ୍ରାର ଅଫିସ୍ ଦୌଡ଼ିବା ଦରକାର ନାହିଁ । ଦଲାଲ ହାବୁଡ଼ରେ ପଡିବେନି କି ଲାଞ୍ଚ ଦେବାକୁ ପଡ଼ିବନି । ଦଲାଲ ଆଉ ଦୁର୍ନୀତି ମୁକ୍ତ ହେବ ସବ୍ ରେଜିଷ୍ଟ୍ରାର ଅଫିସ୍ । ପେପର ଲେସ୍ ଆଉ କ୍ୟାସ୍ ଲେସ୍ ହେବ ସରକାରୀ ପ୍ରକ୍ରିୟା। ଘରେ ବସି ମୋବାଇଲରେ ହେଇଯିବ ଏସବୁ କାମ । ରାଜସ୍ବ ସେବା ପାଇଁ ଆସିଲା ଇ-ରେଜିଷ୍ଟ୍ରେସନ ଆପ୍ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହି ଆପକୁ ଲଞ୍ଚ କରିଛନ୍ତି । ଏଣିକି ଗୋଟିଏ ମୋବାଇଲ ଆପରେ ମିଳିବ ଏକାଧିକ ରାଜସ୍ବ ସେବା ।

Advertisment

ଏହି ଆପରେ ଜମିଜମା ପଞ୍ଜୀକରଣ ପାଇଁ ଅନଲାଇନ୍ ସ୍ଳଟ୍ ବୁକିଂ, ବ୍ଳକ୍ ହୋଇଥିବା ସ୍ଳଟର ସ୍ଥିତି ଜାଣିବା, EC ବା ଏନ୍କ୍ୟୁମ୍ବ୍ରାନ୍ସ ସାର୍ଟିଫିକେଟ ପାଇଁ ଆବେଦନ, ପ୍ରମାଣୀକୃତ ନକଲ ପାଇଁ ଆବେଦନ। ନିଜର ସବ୍ ରେଜିଷ୍ଟ୍ରାର ଅଫିସ୍ ଜାଣିବା, ଜମିର ସରକାରୀ ନିର୍ଦ୍ଧାରିତ ମୂଲ୍ୟ ଜାଣିବା, ପରିଦର୍ଶକମୂଳକ ପଞ୍ଜୀକରଣ ନିମନ୍ତେ ଆବେଦନ ଏବଂ ସେବା ସଂପର୍କିତ ମତାମତ ପ୍ରଦାନ ବା feedback ବି ଦେଇପାରିବେ।

ଆଗରୁ ଯଦିଓ ୱେବସାଇଟ ଜରିଆରେ ସ୍ଲଟ୍ ବୁକ୍ ପାଇଁ ଆବେଦନ କରିବାକୁ ପଡୁଥିଲା, ଏଥିପାଇଁ ମୋ ସେବା କେନ୍ଦ୍ର କିମ୍ବା ଘରୋଇ ଦୋକାନରେ ଆବେଦନ କରିବାକୁ ହେଉଥିଲା। ଏଥି ପାଇଁ ଖର୍ଚ୍ଚ ମଧ୍ୟ କରିବାକୁ ପଡୁଥିଲା। ବଡ଼ କଥା ହେଲା ଇସି କାଢ଼ିବା ପାଇଁ ଏବଂ ବେଞ୍ଚ ମାର୍କ ଭାଲ୍ୟୁ ବି ଜାଣିବାକୁ ସବ୍ ରେଜିଷ୍ଟ୍ରାର୍ ଅଫିସ ଯିବାକୁ ପଡୁଥିଲା । ଆପ୍ ଜରିଆରେ କଲେ ଟଙ୍କା ବଂଚିବା ସହ ସବୁକିଛି ସେଥିରୁ ଜାଣିହେବ। ଗୋଟିଏ ଆପରେ ସମସ୍ତ ସୁବିଧାକୁ ନେଇ ବେଶ ଖୁସି ସାଧାରଣ ଲୋକେ । ପ୍ରାଥମିକ ଭାବେ ଏହି ଆପ୍‌ରେ ପ୍ରାୟ ୧୮ ପ୍ରକାର ସେବା ରହିଥିବା ବେଳେ ଅନ୍ୟ ସେବା ବି ଖୁବ୍ ଶୀଘ୍ର ଯୋଡ଼ାଯାଇ ପାରେ ।

Advertisment

ଅଧିକ ପଢ଼ନ୍ତୁ: ଅଧାବାଟରେ ଅଚଳ ହେଲା ଆମ୍ବୁଲାନ୍ସ, ପଡ଼ିରହିଲେ ସାପକାମୁଡ଼ା ରୋଗୀ

Odisha Suresh Pujari Revenue Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ