Advertisment

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସୁରକ୍ଷା ଗାଇଡଲାଇନ୍‌, ଏଣିକି OPDରେ ରହିବେ ୨୪ ଘଣ୍ଟିଆ ସୁରକ୍ଷାକର୍ମୀ

ସେହିପରି ପୁରୁଷ ଓ ମହିଳା ଡାକ୍ତରଙ୍କ ପାଇଁ ଡ୍ୟୁଟି ଓ ରେଷ୍ଟ ରୁମ୍ ରହିବ । ସବୁ ସରକାରୀ ମେଡିକାଲ କଲେଜରେ ଫାଣ୍ଡି ବାଧ୍ୟତାମୂଳକ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Guidelines

Guidelines

ରାଜ୍ୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସୁରକ୍ଷା ନେଇ ଜାରି ହେଲା ଗାଇଡଲାଇନ୍। ଡାକ୍ତର, ଛାତ୍ରଛାତ୍ରୀ ଓ ସ୍ବାସ୍ଥ୍ୟ ସେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ଗାଇଡଲାଇନ ଜାରି ହୋଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରାଯାଇଛି ଯେ, ଏଣିକି ସବୁ ମେଡିକାଲ ଶିକ୍ଷାନୁଷ୍ଠାନ ଚାରିପାଖରେ ପାଚେରି ରହିବ । ସବୁ କର୍ମଚାରୀଙ୍କ ପାଇଁ ପରିଚୟପତ୍ର ଓ ସ୍ବତନ୍ତ୍ର ଡ୍ରେସ୍ କୋଡ୍ ରହିବ ।

Advertisment

ସେହିପରି ପୁରୁଷ ଓ ମହିଳା ଡାକ୍ତରଙ୍କ ପାଇଁ ଡ୍ୟୁଟି ଓ ରେଷ୍ଟ ରୁମ୍ ରହିବ । ସବୁ ସରକାରୀ ମେଡିକାଲ କଲେଜରେ ଫାଣ୍ଡି ବାଧ୍ୟତାମୂଳକ । ଇନଡୋର ରୋଗୀଙ୍କ ପାଇଁ ଭିଜିଟର ପାସ୍ ବ୍ୟବସ୍ଥା କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ସେହିପରି OPDରେ ୨୪ ଘଣ୍ଟିଆ ସୁରକ୍ଷାକର୍ମୀ ମୁତୟନ ରହିବେ। ଯେତେ ସମ୍ଭବ ଉଭୟ ପୁରୁଷ ଓ ମହିଳା ସୁରକ୍ଷାକର୍ମୀ ଦାୟିତ୍ବରେ ରହିବେ । ସୁରକ୍ଷାକର୍ମୀ କ୍ୟାମ୍ପସ ଭିତରେ ପାଟ୍ରୋଲିଂ କରି ଅନଧୀକୃତ ଯାତ୍ରୀଙ୍କୁ ତଡ଼ିବେ ।

ଗୁରୁତ୍ବପୂର୍ଣ୍ଣ ସ୍ଥାନ, ହଷ୍ଟେଲ ଓ ଗେଟ୍ ବାହାରେ CCTV କ୍ୟାମେରା ଲାଗିବ । ଆପଦକାଳୀନ ସୂଚନା ଦେବାକୁ ପାନିକ ବଟନ୍, ଜରୁରୀ ଫୋନ୍ ଏବଂ ଆପ୍ ରହିବ। କୌଣସି ଅଘଟଣ ସୂଚନା ହେଲେ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ। କୋଲକାତା ଆରଜି କର ମେଡିକାଲ ଘଟଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସୁରକ୍ଷା ନେଇ ଏହି ଗାଇଡଲାଇନ୍ ଜାରି ହୋଇଛି ।

Advertisment
Medical Staff Special Guidelines
Advertisment
Advertisment