Advertisment

କେଉଁଠି ଅଛନ୍ତି IPS ଡି.ଏସ୍. କୁଟ୍ଟେ ? ଗୃହ ବିଭାଗରେ ନାହିଁ କିଛି ବି ସୂଚନା !

ପୁଣି ଚର୍ଚ୍ଚାରେ ବିବାଦୀୟ IPS ଅଫିସର ଡିଏସ କୁଟ୍ଟେ । ନିର୍ବାଚନ ପରେ ନିଲମ୍ବନ ହଟିଲା, ହେଲେ ଏବେ ସେ କେଉଁଠି, କେଉଁ ପଦବୀରେ । ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

DS Kutey

କୁଟ୍ଟେ ଏବେ କେଉଁଠି ? କୁଆଡେ ଗଲେ IPS ଅଫିସର ଡିଏସ କୁଟ୍ଟେ ? ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଛି ନା ନାହିଁ? ଯଦି ପ୍ରତ୍ୟାହାର ହୋଇଛି, କାହିଁକି କାର୍ଯ୍ୟରେ ଯୋଗ ଦେଉନାହାନ୍ତି କୁଟ୍ଟେ ? ନା ରାଜ୍ୟ ସରକାର ତାଙ୍କୁ କୌଣସି ପୋଷ୍ଟିଂ ଦେଇ ନାହାନ୍ତି । ୨୪ ନିର୍ବାଚନରେ ବିଜେଡିକୁ ସହାୟତା କରୁଥିବା ଅଭିଯୋଗରେ ଫସିଥିବା କୁଟ୍ଟେଙ୍କୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା । କାହିଁକି ନା ନିର୍ବାଚନ ପରବର୍ତ୍ତୀ ସମୟରେ, ଜୁନ୍ ୬ ତାରିଖ ଦିନ କୁଟ୍ଟେଙ୍କ ଉପରୁ ନିଲମ୍ବନଙ୍କୁ ସର୍ତ୍ତମୂଳକ ଭାବେ ତତ୍କାଳ ପ୍ରଭାବରୁ ହଟାଇ ଦେବା ପାଇଁ ମୁଖ୍ୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ। ଏହା ସହ କୁଟ୍ଟେଙ୍କୁ ପରବର୍ତ୍ତୀ ନିଯୁକ୍ତି ପାଇଁ ମୁଖ୍ୟ ଶାସନ ସଚିବଙ୍କ ପାଖେ ରିପୋର୍ଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହା ଭିତରେ ମାସେରୁ ଅଧିକ ସମୟ ବିତିଥିଲେ ବି କୁଟ୍ଟେଙ୍କୁ ନେଇ ଗୃହ ବିଭାଗ ପାଖେର କିଛି ସୂଚନା ନାହିଁ ।

Advertisment

ପୋଲିସ ମୁଖ୍ୟାଳୟର ୱେବ ସାଇଟ୍ କହୁଛି ଡି.ଏସ. କୁଟ୍ଟେ ଏବେ ବି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ । ଯଦିଓ ଦୁଇ ଦିନ ତଳେ ବଦଳି ହୋଇଥିବା ଆଇପିଏସ ଆଶିଷ ସିଂଙ୍କ ପଦବିକୁ ଗୃହ ବିଭାଗ ଓଏସଡି ଭାବେ ଅପଡେଟ୍ କରାଯାଇଛି। ଏଠି ପ୍ରଶ୍ନ ଉଠୁଛି କୁଟ୍ଟେଙ୍କ ନିଲମ୍ବନ ପ୍ରତ୍ୟାହାର ଏବଂ ପୁନଃ ନିଯୁକ୍ତି ନେଇ ଅବଗତ ନାହିଁ କି ଗୃହ ବିଭାଗ । ତେବେ ଏ ସଂପର୍କରେ ଗୃହ ବିଭାଗର ପ୍ରତିକ୍ରିୟା ମିଳିପାରି ନାହିଁ।

ବଡ଼ କଥା ହେଲା ଗୃହ ବିଭାଗରେ ବଢିବାରେ ଲାଗିଛି OFFICER ON SPECIAL DUTY ବା ଓଏସ୍‌ଡିଙ୍କ ସଂଖ୍ୟା । କାମ ନକରି ବି ଦରମା ନେଉଛନ୍ତି ୩ ଆଇପିଏସ ଅଧିକାରୀ । ଏମିତି କି ଡିଜି ଏବଂ ଅତିରିକ୍ତ ଡିଜି ପାହ୍ୟାରେ ରହି ବି ଓଏସ୍‌ଡି ଭାବେ ସରକାର ସେମାନଙ୍କୁ ଅବସ୍ଥାପିତ କରିଛନ୍ତି । ନିକଟରେ ଆଇପିଏସ ଆଶିଷ ସିଂଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ବଦଳି କରାଯାଇଛି । ନିର୍ବାଚନ କାର୍ଯ୍ୟରେ ହସ୍ତକ୍ଷେପ ଏବଂ ଶାସକ ଦଳକୁ ସହଯୋଗ ଅଭିଯୋଗରେ ଆଶିଷଙ୍କ ଉପରେ ବାଜିଥିଲା ଇସିଆଇ ଛାଟ । ପରେ ମେଡିକାଲ ରିପୋର୍ଟ ଦେଖାଇ ଛୁଟିରେ ରହିଥିଲ ଆଶିଷ । ଯାହାକୁ ଏମ୍ସ ଦ୍ୱାରା ପରୀକ୍ଷା କରି ମେଡିକାଲ ରିପୋର୍ଟକୁ ଭୁଲ ବୋଲି ଧରିଥିଲେ ନିର୍ବାଚନ କମିଶନ ।

Advertisment

ଅନ୍ୟପକ୍ଷରେ ପୂର୍ବ ସରକାରରେ ମଧ୍ୟ ୮୯ ବ୍ୟାଚର ଡିଜି ରାଙ୍କର ଆଇପିଏସ ଅଧିକାରୀ ଏସଏମ ନରୱଣେ ଏବଂ ଅତିରିକ୍ତ ଡିଜି ପାହ୍ୟାରେ ଥିବା ୯୫ ବ୍ୟାଚର ଆଇପିଏସ ରୀତୁ ଆରୋରାଙ୍କୁ ମଧ୍ୟ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତ କରିଥିଲେ। ଏଠି ପ୍ରଶ୍ନ ଉଠୁଛି ରାଜ୍ୟରେ ଅନେକ ଆଇପିଏସ ପଦବି ଖାଲି ପଡ଼ିଥିବା ବେଳେ କାହିଁକି ଅଯଥା ଆଇପିଏସଙ୍କୁ ଓଏସଡି ନିଯୁକ୍ତ କରୁଛନ୍ତି ସରାକର । ଯଦି ଅଧିକାରୀମାନେ ଭୁଲ କରୁଛନ୍ତି ତାହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନେଇ ଓଏସଡି ବଦଳି କେତେ ଦୂର ଯଥାର୍ଥ ।

Election Commission Lok Seva Bhawan
Advertisment
Advertisment