Advertisment

କାହିଁକି ମାଦକ ଦ୍ରବ୍ୟରେ ସାମିଲ ହେଲା ଭାଙ୍ଗ ? କ’ଣ ହେବ ଫାଇଦା ? ଜାଣନ୍ତୁ...

ଭାଙ୍ଗିଗଲା ଭାଙ୍ଗପ୍ରେମୀଙ୍କ ହୃଦୟ । ହୋଲି ହେଉ ଅବା ଜାଗର, ଆଉ ସହଜ ହେବନି ସର୍ବସାଧାରଣରେ ଭାଙ୍ଗ ପକାଇ ମଉଜ କରିବା ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Bhang As An Intoxicant

ଆଉ ଜମିବନି ଖୋଲାଖୋଲି ଭାଙ୍ଗ ଆସର। ବିକ୍ରି ହୋଇପାରିବନି ଖୁଲମଖୁଲ୍ଲା। ଯିଏ ବି ହୁଅନ୍ତୁ, ଖିଲାପ କଲେ ବାନ୍ଧିନେବ ଅବକାରୀ ବିଭାଗ। ହୋଇପାରେ ୭ ବର୍ଷ ଯାଏଁ ଜେଲ୍ ଦଣ୍ଡ । କାରଣ ମଦ ଆଉ ମହୁଲି ଭଳି ଭାଙ୍ଗକୁ ମାଦକ ଦ୍ରବ୍ୟ ପରିସରଭୁକ୍ତ କରିଛନ୍ତି ରାଜ୍ୟ ସରକାର। ଧାର୍ମିକ ପରମ୍ପରା ସହ ଜଡ଼ିତ ଭାଙ୍ଗ ବିରୋଧରେ କଟକଣାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିବାବେଳେ ଅବକାରୀ ବିଭାଗ କହିଛି, ମାନସିକ ସ୍ଥିତିରେ କୁପ୍ରଭାବ ପକାଉଥିବା ଭାଙ୍ଗର ଚୋରା ଚାଲାଣକାରୀ ଏଣିକି ସାବାଡ୍ ହେବେ। 

Advertisment

ଭାଙ୍ଗିଗଲା ଭାଙ୍ଗପ୍ରେମୀଙ୍କ ହୃଦୟ । ହୋଲି ହେଉ ଅବା ଜାଗର, ଆଉ ସହଜ ହେବନି ସର୍ବସାଧାରଣରେ ଭାଙ୍ଗ ପକାଇ ମଉଜ କରିବା । ରାଜ୍ୟ ସରକାର ଭାଙ୍ଗକୁ ମାଦକ ଦ୍ରବ୍ୟ ଭାବେ ଘୋଷଣା କରିବା ପରେ ବ୍ୟବସାୟୀ ହୁଅନ୍ତୁ ଅବା ଗ୍ରାହକ, ସମସ୍ତଙ୍କ ବଢ଼ିଛି ଚିନ୍ତା। ପ୍ରକାଶ ପାଇଛି ମିଶ୍ର ପ୍ରତିକ୍ରିୟା। ପୁରୁଣା ଭୁବନେଶ୍ବରର ସରକାରୀ ସ୍ବୀକୃତିପ୍ରାପ୍ତ ଭାଙ୍ଗ ବ୍ୟବସାୟୀ ଲୁଲୁ ମହାପାତ୍ର ତାଙ୍କ କହିବା କଥା, ପୂର୍ବରୁ ଆଇନ କି କଟକଣା ନଥିବାରୁ ଖୋଲାମେଲାରେ ବ୍ୟବସାୟ କରୁଥିବା ବ୍ୟବସାୟୀ ପ୍ରଭାବିତ ହେବେ। କିଛି ଜନତାଙ୍କ ମତ, ଯେହେତୁ ଠାକୁରଙ୍କ ଭୋଗରେ ଭାଙ୍ଗ ବ୍ୟବହୃତ ହେଉଛି, ତେଣୁ ରାଜ୍ୟ ସରକାର ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ। 

ତେବେ କାହିଁକି ମାଦକ ଦ୍ରବ୍ୟରେ ସାମିଲ ହେଲା ଭାଙ୍ଗ ? ମଦ, ମହୁଲି ଭଳି ଭାଙ୍ଗକୁ କାହିଁକି ଓଡ଼ିଶା ଅବକାରୀ ଆଇନ ପରିସରଭୁକ୍ତ କରାଗଲା ? ଭାଙ୍ଗ ବିକ୍ରି ଉପରେ ଅଙ୍କୁଶ ଲାଗିଲେ କ’ଣ ହେବ ଫାଇଦା ? ଉଠିଛି ଏଭଳି ନାନା ପ୍ରଶ୍ନ। ରାଜ୍ୟ ଅବକାରୀ ବିଭାଗ ବିଜ୍ଞପ୍ତିରେ ଦର୍ଶାଇଛି, ବିଶୃଙ୍ଖଳା, ଶତ୍ରୁତା, ବିକୃତି, ମତିଭ୍ରମ ଏବଂ ଚିନ୍ତା ଶକ୍ତି ହରାଇବାର ପ୍ରମୁଖ ମାଧ୍ୟମ ସାଜିଛି ଗଂଜେଇ ଗଛ ପତ୍ରରୁ ପ୍ରସ୍ତୁତ ସାମଗ୍ରୀ ଭାଙ୍ଗ। ଓଡ଼ିଶା ଅବକାରୀ ଆଇନ-୨୦୦୮ କହୁଛି, ଭାଙ୍ଗ ଏକ ମାଦକ ଦ୍ରବ୍ୟ। ଧାରା-୫୨ ଅନୁଯାୟୀ, କୌଣସି ବ୍ୟକ୍ତି କୌଣସି ପ୍ରକାର ମାଦକ ଦ୍ରବ୍ୟ ସରକାରଙ୍କ ବିନା ସ୍ବୀକୃତିରେ ବିକ୍ରି କିମ୍ବା ପରିବହନ କରିବା ଦଣ୍ଡନୀୟ ଅପରାଧ। ଆଇନ ଅନୁଯାୟୀ, ୭ ବର୍ଷ ଯାଏଁ ଜେଲ୍ ଭୋଗିବାକୁ ପଡ଼ିବ। 

Advertisment

ରାଜ୍ୟରେ ଭାଙ୍ଗ ବିକ୍ରି ପାଇଁ ଏଯାଏଁ ପ୍ରାୟ ୯୦ ଜଣଙ୍କୁ ମିଳିଛି ସରକାରୀ ଅନୁମତି। ଏଥିରୁ ଜଣାପଡ଼ୁଛି ପୂର୍ବରୁ ବି ଭାଙ୍ଗକୁ ଖୋଲା ଛାଡ଼ିନି ଅବକାରୀ ବିଭାଗ। ଅବକାରୀ କମିଶନରଙ୍କ କହିବା କଥା, ପ୍ରତ୍ୟେକ ବର୍ଷ ବିପୁଳ ଭାଙ୍ଗ ଜବତ କରାଯାଉଛି। କିନ୍ତୁ ଓଡିଶା ଅବକାରୀ ନିୟମ-୨୦୦୮ ଅନୁସାରେ ପୂର୍ବରୁ ଭାଙ୍ଗ ଜବତ ମାମଲାରେ ଅଭିଯୁକ୍ତଙ୍କୁ କୋର୍ଟ ଦ୍ବାରା ଦଣ୍ଡିତ କରିବା ସହଜ ହେଉନଥିଲା। ଏବେ ଭାଙ୍ଗ ମାଦକ ଦ୍ରବ୍ୟ ପରିସରଭୁକ୍ତ ହେବା ପରେ କୋର୍ଟରେ ପ୍ରମାଣ ଦାଖଲ ସହ ଅବକାରୀ ଆଇନ ଅନୁଯାୟୀ, ଆକ୍ସନ ସହ ଦଣ୍ଡବିଧାନ ହୋଇପାରିବ।

Odisha Govt
Advertisment
Advertisment