• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapaswini Nayak

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ୩୧ ମାର୍ଚ୍ଚ ଯାଏଁ ବଢ଼ିଲା e-KYC ଅପ୍ ଡେଟ୍ ଅବଧି। ୫ମ ଥର ପାଇଁ e-KYC ଅବଧି ବଢ଼ାଇଲେ ରାଜ୍ୟ ସରକାର। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ନେଟ୍ ୱର୍କ ସମସ୍ୟା ପାଇଁ କିଛି ସ୍ଥାନରେ e-KYC ଅପଡେଟ୍ ହେଉନି। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସମୟ ଅବଧି ବଢ଼ାଗଲା। ରାଜ୍ୟର ମୋଟ ୩୪୧ ପଏଣ୍ଟରେ ନେଟ୍ ୱର୍କ ଡିଭାଇସ୍ ଲଗାଯିବ। ୧୧୧ଟି ସ୍ଥାନରେ ସ୍ଲୋ ନେଟ୍ ୱର୍କ ଓ ୨୩୦ ସ୍ଥାନରେ ଜିରୋ ନେଟୱର୍କ ଅଛି। ରାସନ କାର୍ଡ e-KYC ପାଇଁ ଆଜି ଡେଡଲାଇନ ସରୁଥିଲା। ୯୦% e-KYC ଅପଡେଟ୍ କଲେଣି, ଆହୁରି ୩୩ ଲକ୍ଷ ବାକି ଅଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୨ କୋଟି ୯୯ ଲକ୍ଷ ୮ହଜାର ୪୫୭ ଜଣ e-KYC କରିଛନ୍ତି। ୩୩ଲକ୍ଷ ୨୩ ହଜାର ୮୫୪ ହିତାଧିକାରୀ e-KYC କରିବା ବାକି ରହିଛି। ରାଜ୍ୟ ବାହାରେ ଥାଇ ୧ଲକ୍ଷ ୩୫ହଜାର ୨୫୮ ଜଣ e-KYC ଅପଡେଟ୍ କରିଛନ୍ତି। ସମସ୍ୟା ଥିଲେ ଟୋଲ୍ ଫ୍ରି ନଂ '୧୯୬୭'କୁ କଲ୍ କରି ବୁଝିପାରିବେ।

ସୂଚନାଯୋଗ୍ୟ, ରାଜ୍ୟରେ ଭୂତ ହିତାଧିକାରୀ ଚିହ୍ନଟ ଓ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ୍ କାର୍ଡ ଯୋଗାଇ ଦେବାର ଉଦ୍ଦେଶ୍ୟରେ ରାଜ୍ୟ ସରକାର ଗତ ଜୁନ୍ ମାସରୁ e-KYC ଅପଡେଟ୍ ପ୍ରକ୍ରିୟା ଆରମ୍ଭ କରିଥିଲେ।

ଅଧିକ ପଢ଼ନ୍ତୁ: ଆଜି ତୁରନ୍ତ କରନ୍ତୁ ଏହି କାମ.. ନହେଲେ କଟିବ ରାସନ କାର୍ଡ।

OTV is now on Whatsapp

Join and get latest news update delivered to you via whatsapp

Join Now