Advertisment

Illegal Constructions: ବିଲଡିଂ ପ୍ଲାନ ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ; ଜାରିହେଲା ନୂଆ ନିର୍ଦ୍ଦେଶାବଳୀ...

ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ, ୧୯୮୨ ଏବଂ ଓଡ଼ିଶା ସହର ଯୋଜନା ଏବଂ ଉନ୍ନତି ଟ୍ରଷ୍ଟ ଆଇନ, ୧୯୫୬ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Illegal Constructions

Illegal Constructions

ବେଆଇନ ନିର୍ମାଣକୁ ନେଇ କଠୋର ହେଲା ନଗର ଉନ୍ନୟନ ବିଭାଗ । ବିଲଡିଂ ପ୍ଲାନ ଉଲ୍ଲଘଂନ କଲେ ହେବ କାର୍ଯ୍ୟାନୁଷ୍ଠାନ । ସୁପ୍ରିମକୋର୍ଟଙ୍କ ଉଦବେଗ ପରେ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ।

Advertisment

ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ, ୧୯୮୨ ଏବଂ ଓଡ଼ିଶା ସହର ଯୋଜନା ଏବଂ ଉନ୍ନତି ଟ୍ରଷ୍ଟ ଆଇନ, ୧୯୫୬ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଣିକି କଠୋର ହେବ ଯାଞ୍ଚ ପ୍ରକ୍ରିୟା । ବିଲଡିଂ ପ୍ଲାନ ଉଲ୍ଲଘଂନ କଲେ ଦିଆଯିବନି ଅକ୍ୟୁପାନ୍ସି ସାର୍ଟିଫିକେଟ। ନୂଆ ନିର୍ଦ୍ଦେଶନାମାରେ କୁହାଯାଇଛି, ବିଲ୍ଡର ବିଲଡିଂ ପ୍ଲାନର ଏକ କପି ନିର୍ମାଣ ସ୍ଥାନରେ ପ୍ରଦର୍ଶନ କରାଇବେ। ପ୍ଲାନ ଅନୁମୋଦନକାରୀ କର୍ତ୍ତୃପକ୍ଷ ସମୟ ସମୟରେ ନିର୍ମାଣାଧୀନ ବିଲ୍ଡିଂ ଯାଞ୍ଚ କରିବେ।

ନିର୍ମାଣ ସମୟରେ ଯଦି କୌଣସି ବିଚ୍ୟୁତି ଲକ୍ଷ୍ୟ କରାଯାଏ, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଓସି ବା ଦଖଲ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟାକୁ ସ୍ଥଗିତ ରଖାଯିବ। OC ଜାରି କରିବା ପରେ ମଧ୍ୟ, ଯଦି ବିଲଡିଂ ପ୍ଲାନର ଉଲ୍ଲଂଘନ ହୋଇଥିବା ଜଣାପଡ଼େ ତେବେ ସମ୍ପୃକ୍ତ ମାଲିକ ବିରୋଧରେ ପଦକ୍ଷେପ ନିଆଯିବ । ଓସି ପ୍ରଦାନ ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ । OC ନଥିବା ବିଲଡିଂକୁ ବିଦ୍ୟୁତ୍, ପାଣି ଓ ଡ୍ରେନେଜ୍ ସଂଯୋଗ ଦିଆଯିବ ନାହିଁ। ଅନଧିକୃତ ନିର୍ମାଣ ହୋଇଥିଲେ, ମିଳିବନି ଟ୍ରେଡ୍ ଲାଇସେନ୍ସ। ଅନ୍ୟ ବିଭାଗଗୁଡ଼ିକ ଅନଧିକୃତ ନିର୍ମାଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ସହାୟତା ପ୍ରଦାନ କରିବେ। ସହଯୋଗ ନକଲେ ରାଜ୍ୟ ସରକାର ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

Advertisment

ଅନଧିକୃତ ବିଲ୍ଡିଂ ସମ୍ପର୍କିତ ସମସ୍ତ ପ୍ରକାର ଆବେଦନର ସମାଧାନ ୯୦ ଦିନ ଭିତରେ ସାରିବାକୁ ଦିଆଯାଇଛି ନିର୍ଦ୍ଦେଶ। OC ନଥିବା କୌଣସି ବିଲ୍ଡିଂ ବ୍ୟାଙ୍କ କିମ୍ବା ଆର୍ଥିକ ଅନୁଷ୍ଠାନରୁ ଋଣ ଲାଗି ବନ୍ଧକ ବା ସିକ୍ୟୁରିଟି ଜମା ହୋଇପାରିବ ନାହିଁ।

Supreme Court Illegal Construction
Advertisment
Advertisment