/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750669040.jpg)
Odisha Governor
କେନ୍ଦ୍ରର ବିଭିନ୍ନ ଜନହିତକର ଯୋଜନା ବିଷୟରେ ଜାଣିନାହାନ୍ତି ରାଜ୍ୟର ସରକାରୀ ଅଧିକାରୀ। ବିଭିନ୍ନ ଜିଲ୍ଲାରେ ସମୀକ୍ଷା ବୈଠକ ବେଳେ ଯୋଜନା ବିଷୟରେ ପଚାରିଲେ କେହି କହି ପାରୁ ନ ଥିଲେ । ଆଜି ଏଭଳି କହି ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି।
ଅଧିକ ପଢନ୍ତୁ: କମୁନି ସୁବର୍ଣ୍ଣରେଖା ଦୁର୍ଗତଙ୍କ ଦୁର୍ଦ୍ଦଶା, ୬୦ରୁ ଊର୍ଦ୍ଧ୍ୱ ଗାଁ ଉବୁଟୁବୁ
ଏକ କାର୍ଯ୍ୟକ୍ରମ ଅବସରରେ ରାଜ୍ୟପାଳ କହିଛନ୍ତି, ସରକାରୀ ଅଧିକାରୀଙ୍କ ବ୍ୟତୀତ ଓଡିଶାର ପ୍ରାୟ ୯୫ ପ୍ରତିଶତ ଲୋକ ମଧ୍ୟ ବିଭିନ୍ନ କେନ୍ଦ୍ରୀୟ ସାମାଜିକ ସୁରକ୍ଷା ଯୋଜନା ବିଷୟରେ ଜାଣି ନାହାନ୍ତି । ଯେଉଁମାନେ ବି ଯୋଜନା ବିଷୟରେ ଜାଣିଛନ୍ତି ସେମାନେ ନିଜକୁ ଏଥିରେ ସାମିଲ କରୁନାହାନ୍ତି ।
କେନ୍ଦ୍ର ଲାଗୁ କରିଥିବା ଏହି ସବୁ ଯୋଜନାର ପ୍ରିମିୟମ୍ ରାଶି ଖୁବ କମ ହୋଇଥିବା ବେଳେ ଲୋକେ ସଚେତନ ହୋଇ ଏଥିରେ ସାମିଲ ହେବା ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା ଯୋଜନାର ଉଦାହରଣ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଓ ଅଟଳ ପେନସନ ଯୋଜନା କଥା କହିଛନ୍ତି ରାଜ୍ୟପାଳ। କେବଳ ଘରର ମୁଖିଆ ନୁହେଁ, ପରିବାରର ସବୁ ସଦସ୍ୟ ସାମିଲ ହୁଅନ୍ତୁ, ବର୍ଷକୁ ୨୦ ଟଙ୍କା, ୪୩୬ ଟଙ୍କା ପ୍ରିମିୟମ କିଏ ଦେଇ ନ ପାରିବ ବୋଲି ପଚାରିଛନ୍ତି?
ସେହିପରି ବର୍ତ୍ତମାନ ସାଇବର ସିକ୍ୟୁରିଟି ମଧ୍ୟ ଏକ ବଡ ସମସ୍ୟା ଭାବରେ ଉଭା ହୋଇଛି ବୋଲି ରାଜ୍ୟପାଳ ଚିନ୍ତା ପ୍ରକଟ କରିଛନ୍ତି। ଏଥିପ୍ରତି ସତର୍କ ଓ଼ ସଚେତନତା ରହିବା ଉପରେ ଗୁରୁତ୍ବାରୋପ କରିଛନ୍ତି ରାଜ୍ୟପାଳ।
ଅଧିକ ପଢନ୍ତୁ: ନିଶା ରାତିରେ ପୋଲିସର ଚୋରା ପୀରତି, ଧରା ପକାଇଦେଲା ସିସିଟିଭି..
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)