Advertisment

ଗଞ୍ଜାମ ଚିକିଟି ମଦମୃତ୍ୟୁ ଘଟଣା; ୨ ମାସରେ ତଦନ୍ତ ସାରିବାକୁ ବିଜ୍ଞପ୍ତିରେ ନିର୍ଦ୍ଦେଶ

ଚିକିଟି ମଦମୃତ୍ୟୁ ମାମଲାର ତଦନ୍ତ କରିବେ ରାଜସ୍ବ ପର୍ଷଦ ସଦସ୍ୟ ତଥା ବୋର୍ଡ ଅଫ ରେଭନ୍ୟୁ। ଏନେଇ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି।

author-image
Sujit kumar Swain
ଅଦ୍ୟତନ ହୋଇଛି
Odisha Government to order RDC probe into liquor deaths in Ganjam

Hooch Tragedy

ଚିକିଟି ମଦମୃତ୍ୟୁ ମାମଲାର ତଦନ୍ତ କରିବେ ରାଜସ୍ବ ପର୍ଷଦ ସଦସ୍ୟ ତଥା ବୋର୍ଡ ଅଫ ରେଭନ୍ୟୁ। ଏନେଇ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ଏଥିପାଇଁ ୪ଟି ଟର୍ମ ଅଫ ରେଫେରାନ୍ସ ଦିଆଯାଇଛି। 

Advertisment

କେଉଁ କାରଣ ପାଇଁ ଏଭଳି ଘଟଣା ଘଟିଲା ? ଏହି ଘଟଣା ପାଇଁ କିଏ ଦାୟୀ ? ଅବକାରୀ ବିଭାଗ ଓ ପୋଲିସ ବିଭାଗର ଅବହେଳା ଅଛି ନା ନାହିଁ ? ଭବିଷ୍ୟତରେ ଏଭଳି ଘଟଣା ଯେପରି ନଘଟେ, ସେନେଇ ସରକାରଙ୍କୁ ରାଜସ୍ବ ପର୍ଷଦ ସଦସ୍ୟ ପରାମର୍ଶ ଦେବାକୁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ଅଧିକ ପଢ଼ନ୍ତୁ: ଖୁସି ଖବର ଦେଲେ ରାଜ୍ୟ ସରକାର; ଏଣିକି ସରୋଗାସୀ ପିତୃତ୍ବକୁ ମିଳିବ ୧୫ ଦିନର ଛୁଟି

Advertisment

ବହୁଚର୍ଚ୍ଚିତ ଚିକିଟି ମଦମୃତ୍ୟୁ ମାମଲାରେ ଆରଡିସି ତଦନ୍ତ ନେଇ ଗତ ବିଧାନସଭା ଅଧିବେଶନ ସମୟରେ ଗଣମାଧ୍ୟମକୁ କହିଥିଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଅଗଷ୍ଟ ୧୯ରେ ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅନ୍ତର୍ଗତ ମାଉନ୍ଦପୁର ଗାଁରେ ଦେଶୀ ମଦ ପିଇ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।

Odisha Government Hooch Tragedy Probe
Advertisment
Advertisment