DA
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ଜାନୁଆରୀ ପହିଲା ୨୦୨୫ରୁ ପିଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଏପ୍ରିଲ ମାସ ଦରମାରେ ନଗଦ ଆକାରରେ ମିଳିବ । ଏହା ସହିତ ପେନସନଭୋଗୀ ମାନଙ୍କ ଟି.ଆଇରେ ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ଏପ୍ରିଲ ମାସ ପେନସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ। ଏହା ଦ୍ୱାରା ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ ।
ଅଧିକ ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ ଉପହାର, ବଢିଲା ମହଙ୍ଗା ଭତ୍ତା
ଗତ ଅକ୍ଟୋବର ମାସରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିଥିଲେ ରାଜ୍ୟ ସରକାର । ଏହା ଫଳରେ ସରକାରୀ କର୍ମଚାରୀଙ୍କ ଡିଏ ୫୦ରୁ ୫୩ ପ୍ରତିଶତକୁ ବୃଦ୍ଧି ପାଇଥିଲା । ୨୦୨୪ ଜୁଲାଇ ପହିଲାରୁ ପିଛିଲା ଭାବେ ଏହା ଲାଗୁ କରାଯାଇଥିଲା । ବର୍ଦ୍ଧିତ ମହଙ୍ଗା ଭତ୍ତା ଗତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିଥିଲା ।
ଏହାସହିତ ପେନସନଭୋଗୀଙ୍କ ଟିଆଇରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରାଯାଇଥିଲା । ସେମାନେ ମଧ୍ୟ ଅନୁରୂପ ଭାବେ ଅକ୍ଟୋବର ମାସ ପେନସନରେ ଏହି ବର୍ଦ୍ଧିତ ଟିଆଇ ପାଇଥିଲେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ସାଢ଼େ ୭ ଲକ୍ଷ କର୍ମଚାରୀ ଓ ପେନସନ୍ ଭୋଗୀ ଉପକୃତ ହୋଇଥିଲେ ।
ଗତ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ମିଳିଛି। ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର। ପୂର୍ବରୁ ଏହା ୫୩ ପ୍ରତିଶତ ରହିଥିବା ବେଳେ ବର୍ତ୍ତମାନ ଏହାକୁ ୫୫ ପ୍ରତିଶତକୁ ବୃଦ୍ଧି କରାଯାଇଛି।
କେନ୍ଦ୍ର ସରକାରଙ୍କ ମାର୍ଚ୍ଚ ମାସରେ ନିଆଯାଇଥିବା ନିଷ୍ପତ୍ତିରେ ପ୍ରାୟ ୧.୧ କୋଟି ସରକାରୀ କର୍ମଚାରୀ ଓ ପେନ୍ସନ୍ ଭୋଗୀ ଉପକୃତ ହେବେ। ଏମାନଙ୍କୁ ଅଧିକ ଲାଭ ମିଳିବ । ୨୦୨୫ ଜାନୁଆରୀ ୧ ତାରିଖରୁ ଏହାକୁ ପିଛିଲା ଭାବେ ଲାଗୁ କରାଯାଇଛି। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଅଧୀନରେ ୩୬.୫୭ ଲକ୍ଷ କର୍ମଚାରୀ ଓ ୩୩.୯୧ ଲକ୍ଷ ପେନସନ ଗ୍ରହଣ କରୁଥିବା କର୍ମଚାରୀ ରହିଛନ୍ତି।
ଅଧିକ ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଦୀପାବଳି ଭେଟି, ବଢ଼ିଲା ମହଙ୍ଗା ଭତ୍ତା
.....
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/DA_1744359784.jpg)