/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726383580.jpg)
Vande Bharat Express
ଓଡ଼ିଶା ରେଳ ଇତିହାସରେ ନୂଆ ଅଧ୍ୟାୟ । ଗଡ଼ିଲା ଦୁଇଟି ଅତ୍ୟାଧୁନିକ ‘ବନ୍ଦେ ଭାରତ’ ଭାରତ ଏକ୍ସପ୍ରେସ୍ । ବ୍ରହ୍ମପୁର-ଟାଟାନଗର, ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ଭର୍ଚୁଆଲ ମୋଡରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରତି ଭାରତୀୟଙ୍କୁ ଅତ୍ୟାଧୁନିକ ଓ ସୁଗମ ଟ୍ରେନ୍ ବ୍ୟବସ୍ଥା ଦେବା ପାଇଁ କେନ୍ଦ୍ର ସରକାରଙ୍କ ଏ ପ୍ରୟାସ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଓଡ଼ିଶାର ଦୁଇଟି ବନ୍ଦେ ଭାରତ ସମେତ ମୋଟ ୬ଟି ବନ୍ଦେ ଭାରତର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଟ୍ ୬୫୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଉଦଘାଟନ କରୁଛନ୍ତି ପ୍ରଧାନମନ୍ତ୍ରୀ ।
ସେପଟେ ବ୍ରହ୍ମପୁର-ଟାଟାନଗର, ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଆଜି ଟ୍ରାକରେ ଦୌଡ଼ିଛି । ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଉରକେଲାରେ ରାଜ୍ୟପାଳ ରଘୁବର ଦାସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବ୍ରହ୍ମପୁରରେ ବିଶାଳ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଟ୍ରେନ୍ ଗଡ଼ିବା ପୂର୍ବରୁ ବ୍ରହ୍ମପୁରର ମାଆ ଅଧିଷ୍ଠାତ୍ରୀ ଦେବୀ ବୁଢ଼ୀ ଠାକୁରଣୀଙ୍କ ପାଖରୁ ଆଜ୍ଞାମାଳ ଓ ପରେ ପ୍ରସିଦ୍ଧ ଗଜା ମୁଆଁ ବି ଭୋଗ ସ୍ବରୁପ ପହଞ୍ଚିଥିଲା । ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ଏଥିରେ ବସି ଯାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)