Advertisment

Farmers In Odisha: ଓଡ଼ିଶାର ଚାଷୀଙ୍କ ସଂଖ୍ୟା କେତେ ? ବିଧାନସଭାରେ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ...

କେତେ ଜଣ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଉପକୃତ ହୋଇଛନ୍ତି ? ସିଏମ୍‌ କିଷାନ ଯୋଜନାରେ କେତେ ଜଣ ଉପକୃତ ହୋଇଛନ୍ତି ? ଏସବୁ ପ୍ରଶ୍ନର ଉତ୍ତର ବିଧାନସଭାରେ ଲିଖିତ ଆକାରରେ ରଖିଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ।

ଅଦ୍ୟତନ ହୋଇଛି
Farmers In Odisha

Farmers In Odisha

Advertisment

ଓଡ଼ିଶାର ଚାଷୀଙ୍କ ସଂଖ୍ୟା କେତେ ? କେତେ ଜଣ ଅଛନ୍ତି ଭାଗଚାଷୀ ? କେତେ ଜଣ ଅଛନ୍ତି କ୍ଷୁଦ୍ର ଚାଷୀ ? କେତେ ଜଣ ଅଛନ୍ତି ନାମମାତ୍ର ଚାଷୀ ? କେତେ ଜଣ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଉପକୃତ ହୋଇଛନ୍ତି ? ସିଏମ୍‌ କିଷାନ ଯୋଜନାରେ କେତେ ଜଣ ଉପକୃତ ହୋଇଛନ୍ତି ? ଏସବୁ ପ୍ରଶ୍ନର ଉତ୍ତର ବିଧାନସଭାରେ ଲିଖିତ ଆକାରରେ ରଖିଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ । 

Advertisment

ଓଡ଼ିଶାର ଚାଷୀଙ୍କ ସଂଖ୍ୟା...

ରାଜ୍ୟରେ ୪୮ ଲକ୍ଷ ୬୫ ହଜାର ୮୫୦ ଜଣ ଚାଷୀ, ୯ ଲକ୍ଷ ୫ ହଜାର ୧୮୪ ଭାଗଚାଷୀ, ୮ ଲକ୍ଷ ୮୭ ହଜାର ୨୭୨ ଜଣ କ୍ଷୁଦ୍ର ଚାଷୀ ଓ ୩୬ ଲକ୍ଷ ୩୬ ହଜାର ୬୫୮ ଜଣ ନାମମାତ୍ର ଚାଷୀ ଅଛନ୍ତି ।

ଅଧିକ ପଢ଼ନ୍ତୁ: କିଟ୍‌ ପ୍ରତିଷ୍ଠାତା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ କଳା ସାମ୍ରାଜ୍ୟ

Advertisment

ରାଜ୍ୟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା(PM KISAN)ରେ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ୩୧,୫୧,୭୦୦ ଚାଷୀ ଉପକୃତ ହୋଇଛନ୍ତି । ସେହିଭଳି ସିଏମ୍‌ କିଷାନ ( CM KISAN ) ମାଧ୍ୟମରେ ୪୫,୫୭,୭୩୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୩୯, ୩୦୩ ଭୂମିହୀନ କୃଷି ପରିବାର ଉପକୃତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୧୫,୧୭,୦୦୦ ଚାଷୀ ଖରିଫରେ ଓ ୧.୮୩ ଲକ୍ଷ ଚାଷୀ ରବିରେ ପଞ୍ଜୀକରଣ କରିଛନ୍ତି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ।

Advertisment

ଅନ୍ୟପଟେ ୨୪ ନିର୍ବାଚନୀ ସଭାରେ ଧାନ MSP ୩୧ ଶହ ଟଙ୍କା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ଷମତାକୁ ଆସିବା ପରେ ବିଜେପି ସରକାର ମଧ୍ୟ ୨୩ ସହ MSP ସହ ୮ ଶହ ଟଙ୍କା ଇନପୁଟ ସହାୟତା ଘୋଷଣା କରିଥିଲେ। ଧାନ ବିକ୍ରି ପରେ ୨୩ଶହ ଟଙ୍କା MSP ଚାଷୀ ପାଉଥିବାବେଳେ ଚାଷୀ ଇନପୁଟ୍ ସହାୟତା ବାବଦକୁ ୮ ଶହ ଟଙ୍କା ପାଉଛନ୍ତି। ଧାନ କିଣା ଯିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯାଉଛି ଟଙ୍କା।

ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା କିଟ୍‌ର ଆଉ ଏକ ଭାଇରାଲ ଭିଡିଓ, ଦେଖନ୍ତୁ...

Odisha Farmers Kanak Vardhan Singh Deo Deputy Chief Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ