Advertisment

Farmers Allege Irregularities at Paddy Mandis: ଧାନ କିଣାରେ ଦୁର୍ନୀତି ଗନ୍ଧ: ମଣ୍ଡିରେ ଅବ୍ୟବସ୍ଥା, ନିରୀହ ଚାଷୀ ହଟହଟା...

କେନ୍ଦ୍ରାପଡ଼ା ଜିଲ୍ଲାରେ ମଣ୍ଡିରେ ଧାନ କ୍ବିଣ୍ଟାଲ ପ୍ରତି ୫-୬ କିଲୋ କଟନୀଛଟନୀ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ। ଆଳି ଓ ରାଜକନିକା ଅଞ୍ଚଳର ମିଲର ଓ ସୋସାଇଟି ସମ୍ପାଦକଙ୍କ ମଧୁଚନ୍ଦ୍ରିକାରେ ବିଭିନ୍ନ ମଣ୍ଡିରେ ଏଭଳି କାଣ୍ଟଛାଣ୍ଟ କରି ଟଙ୍କା ଆତ୍ମସାତ କରାଯାଉଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Farmers Allege Irregularities at Paddy Mandis

Farmers Allege Irregularities at Paddy Mandis

Advertisment

ଧାନକିଣାରେ ଏଥର କଟନିଛଟନୀ ହେବନି ଓ ଯିଏ କରିବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର ପ୍ରଥମରୁ ଚେତେଇ ଦେଇଥିଲେ। ତଥାପି ମଣ୍ଡିରେ ଅବ୍ୟବସ୍ଥା ଓ ଧାନ କିଣାରେ ଦୁର୍ନୀତିର ମାଳ ମାଳ ଅଭିଯୋଗ ଆସୁଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ମଣ୍ଡିରେ ଧାନ କ୍ବିଣ୍ଟାଲ ପ୍ରତି ୫-୬ କିଲୋ କଟନୀଛଟନୀ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ। ଆଳି ଓ ରାଜକନିକା ଅଞ୍ଚଳର ମିଲର ଓ ସୋସାଇଟି ସମ୍ପାଦକଙ୍କ ମଧୁଚନ୍ଦ୍ରିକାରେ ବିଭିନ୍ନ ମଣ୍ଡିରେ ଏଭଳି କାଣ୍ଟଛାଣ୍ଟ କରି ଟଙ୍କା ଆତ୍ମସାତ କରାଯାଉଥିବା ଅଭିଯୋଗ ହୋଇଛି। ଏପରିକି ଅଖା ବାବଦରେ ଆସୁଥିବା ଟଙ୍କା ବି ହଡପ ହେଉଥିବା କହିଛନ୍ତି ଚାଷୀ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି ଜୋର ଧରିଛି। 

Advertisment

ଧାନ କିଣାରେ ଦୁର୍ନୀତି ଗନ୍ଧ । ମଣ୍ଡିରେ ଅବ୍ୟବସ୍ଥା, ନିରୀହ ଚାଷୀ ହଟହଟା । କ୍ବିଣ୍ଟାଲେ ଧାନରେ ୫ରୁ ୬ କେଜି ଲେଖାଏଁ କଟନୀଛଟନୀ ! ମିଲର-ସୋସାଇଟି ସେକ୍ରେଟାରୀ ମାଲାମାଲ ଅଭିଯୋଗ । କଟନିଛଟନୀ ନାଁରେ କୋଟି କୋଟି ଟଙ୍କା ଆତ୍ମସାତ !

ଅଧିକ ପଢ଼ନ୍ତୁ: ଖୋଲୁଛି ରାଜା ଚକ୍ର ସୁରକ୍ଷା ଢାଲର ଗୁମର; ଚାର୍ଜସିଟରୁ କେମିତି କଟିଲା ନାଁ, ଉଠିଲା ପ୍ରଶ୍ନ... 

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଓ ରାଜକନିକା ବ୍ଲକରେ ଧାନକିଣାରେ ବଡ଼ ଧରଣର ଦୁର୍ନୀତି ଗନ୍ଧ ବାରିଛନ୍ତି ଚାଷୀ। ସାଂଘାତିକ ଅଭିଯୋଗ ବି ଆଣିଛନ୍ତି। ଚାଷୀଙ୍କ କହିବା କଥା, ପ୍ରତି କ୍ବିଣ୍ଟାଲ ଧାନରେ କଟାଯାଉଛି ୫ରୁ ୬ କେଜି। ମିଲର ଓ ସୋସାଇଟି ସମ୍ପାଦକଙ୍କ ମଧୁଚନ୍ଦ୍ରିକାରେ ହେଉଛି ହେରଫେର୍। ବାଟମାରଣା ହୋଇଛି କୋଟି କୋଟି ଟଙ୍କା। ଆଳି ବ୍ଲକରୁ ୪୧ ହଜାର ୭୧୭ କ୍ବିଣ୍ଟାଲ ଧାନ କିଣାଯାଇଛି। ଅଭିଯୋଗ ଅନୁସାରେ, ପ୍ରତି କ୍ବିଣ୍ଟାଲରୁ ୫ କେଜି ଲେଖାଏ କାଟିଥିଲେ ପ୍ରାୟ ୨ହଜାର ୭୦ କ୍ବିଣ୍ଟାଲ କଟନିଛଟନୀ ହୋଇଛି। ୩୧ଶହ ଟଙ୍କା ଏମଏସପି ହିସାବରେ ଆତ୍ମସାତ ହୋଇଛି ୬୩ ଲକ୍ଷ ୧୭ହଜାର ଟଙ୍କା। ସେହିପରି ରାଜକନିକା ବ୍ଲକରେ ୬୯ହଜାର ୯୧୨ କ୍ବିଣ୍ଟାଲ ଧାନ କିଣା ହୋଇଥିବା ବେଳେ ମିଲର ପ୍ରାୟ ୩ହଜାର ୪୯୫ କ୍ବିଣ୍ଟାଲ କାଟିଛନ୍ତି। ଏବାବଦରେ ପ୍ରାୟ କୋଟିଏ ୮ ଲକ୍ଷ ଟଙ୍କା ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି। ସେହିପରି ଅଖା ନଦେଇ ଅଖା ବାବଦ ଟଙ୍କା ହଡପ୍ କରାଯାଇଥିବା କହିଛନ୍ତି ଚାଷୀ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି।

ଚାଷୀଙ୍କ ଅଭିଯୋଗ ଉପରେ ତରାସ କୃଷି ସମବାୟ ସମିତି ସମ୍ପାଦକ କହିଛନ୍ତି, ଖରାପ ଧାନ ଥିଲେ କଟାଯାଉଛି। ସେହିପରି ମିଲର ଅଖା ଦେଉ ନଥିବା କହିଛନ୍ତି। ଅନ୍ୟପଟେ କେନ୍ଦ୍ରାପଡ଼ା ଜିଲ୍ଲାପାଳ କହିଛନ୍ତି, ଯେଉଁଠୁ ଅଭିଯୋଗ ଆସୁଛି କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ମିଲରଙ୍କ ସହ ମଧୁଚନ୍ଦ୍ରିକା ଥାଇପାରେ ବୋଲି କହିଛନ୍ତି ଜିଲ୍ଲାପାଳ। ଏହି ଧାରାକୁ ଭାଙ୍ଗିବାକୁ ଉଦ୍ୟମ ଚାଲିଥିବା ସେ କହିଛନ୍ତି। 

Advertisment

ରାଜ୍ୟରେ ବିଜେପି ସରକାର ଧାନକିଣାରେ କଟନୀଛଟନୀ କଲେ କଡ଼ା ଆକ୍ସନ ହେବ ବୋଲି ଚେତେଇ ଦେଇଛନ୍ତି।କେନ୍ଦ୍ରାପଡ଼ା ଜିଲ୍ଲାର ଚାଷୀଙ୍କ ଅଭିଯୋଗ ଉପରେ ଆଗକୁ ଯୋଗାଣ ବିଭାଗ କି ପଦକ୍ଷେପ ନେଉଛି ତାଉପରେ ନଜର।

ଅଧିକ ପଢ଼ନ୍ତୁ: ପୂର୍ବ ସରକାର ବନ୍ଦ କରିଥିଲେ, ଆମେ ସ୍କୁଲ୍ ଖୋଲିବୁ: ଗଣଶିକ୍ଷା ମନ୍ତ୍ରୀ

Paddy Farmers Odisha Farmers Paddy Mandis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ