Advertisment

କର୍ମଜୀବୀ ମହିଳାଙ୍କୁ ରାଜ୍ୟ ସରକାରଙ୍କ ଭେଟି; ମାସକରେ ଦିନେ ମିଳିବ ଋତୁସ୍ରାବ ଜନିତ ଛୁଟି

କର୍ମଜୀବୀ ମହିଳାଙ୍କୁ ରାଜ୍ୟ ସରକାରଙ୍କ ଭେଟି । ଋତୁସ୍ରାବ ପାଇଁ ମାସକରେ ମିଳିବ ଦିନଟିଏ ଛୁଟି । ସ୍ବାଧୀନନତା ଦିବସରେ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

author-image
Sujit kumar Swain
ଅଦ୍ୟତନ ହୋଇଛି
Holiday for Menstrual Cycle

Holiday for Menstrual Cycle

ଋତୁସ୍ରାବ ପାଇଁ ରାଜ୍ୟର ସମସ୍ତ କର୍ମଜୀବୀ ମହିଳାଙ୍କୁ ମିଳିବ ଦିନେ ଛୁଟି। ସ୍ବାଧୀନତା ଦିବସ ଅବସରରେ ଏ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଜଣେ ମହିଳା ହୋଇ ମହିଳାମାନଙ୍କ ସମସ୍ୟାକୁ ଉପଲବଧି କରି ଏଭଳି ନିଷ୍ପତ୍ତି ନେଇଥିବାରୁ ଉଭୟ ଉପମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି କର୍ମଜୀବୀ ମହିଳା ଓ ମହିଳା ଅଧିକାର ପାଇଁ ଲଢ଼େଇ କରୁଥିବା ସାମାଜିକ କର୍ମୀ।

Advertisment

କର୍ମଜୀବୀ ମହିଳାଙ୍କୁ ରାଜ୍ୟ ସରକାରଙ୍କ ଭେଟି । ଋତୁସ୍ରାବ ପାଇଁ ମାସକରେ ମିଳିବ ଦିନଟିଏ ଛୁଟି । ସ୍ବାଧୀନନତା ଦିବସରେ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି କଟକରେ ୭୮ତମ ସ୍ବାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଅବସରରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଘୋଷଣା କରି ଆହୁରି ମଧ୍ୟ କହିଛନ୍ତି- ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀ ଏଣିକି ଦିନଟିଏ ମାସିକ ଋତୁସ୍ରାବ ଜନିତ ଛୁଟି ପାଇବେ। ଋତୁସ୍ରାବ ଦିନ କିମ୍ବା ତା ପର ଦିନ ଯେଉଁ ଦିନକୁ ସେମାନେ ଛୁଟି ନେବାକୁ ବାଛିବେ, ସେ ଦିନ ତାଙ୍କୁ ଛୁଟି ମିଳିବ।

କର୍ମଜାବୀ ମହିଳା ହୁଅନ୍ତୁ କି ଛାତ୍ରୀ। ମାସିକ ଋତୁସ୍ରାବ ସମୟରେ ସେମାନଙ୍କୁ ମିଳୁ ଛୁଟି। ଏନେଇ ବହୁବାର ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି ବିଭିନ୍ନ ସାମାଜିକ ଓ ମହିଳା ଅଧିକାର ସଂଗଠନ। ଏମିତିକି ଏ ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲା ବି ସୁପ୍ରିମକୋର୍ଟରେ ରୁଜୁ ହୋଇଥିଲା। ଗତବର୍ଷ ଫେବ୍ରୁଆରୀରେ ତା ଉପରେ ଶୁଣାଣି କରି ଯଦିଓ ଏ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଥିଲେ, ହେଲେ ଏହା ଏକ ପଲିସି ମ୍ୟାଟର ହୋଇଥିବାରୁ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ନିକଟରେ ଆବେଦନ ଲାଗି ପିଟିସନରଙ୍କୁ ପରାମର୍ଶ ବି ଦେଇଥିଲେ। 

Advertisment

ତେବେ ମହିଳାମାନଙ୍କର ଏ ସସମ୍ୟାକୁ ଗୁରୁତ୍ବ ଦେଇ ଓଡ଼ିଶା ସରକାର ଦିନଟିଏ ଋତୁସ୍ରାବ ଜନିତ ଛୁଟି ଘୋଷଣା କରିବା ପରେ ମହିଳାଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ଅନେକ ସାମାଜିକ କର୍ମୀ ଓ କର୍ମଜୀବୀ ମହିଳା ସମସ୍ତେ ସ୍ବାଗତ କରିଛନ୍ତି। ଏହି ଛୁଟି ଦିନକ ପରିବର୍ତ୍ତେ ୨ରୁ ୩ ଦିନକୁ ବଢ଼ାଇବା ସହ ସ୍କୁଲ ଓ କଲେଜରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ ବି ଏ ସୁବିଧା ଦିଆଯିବା ଦରକାର ବୋଲି ଦାବି କରିଛନ୍ତି।

କର୍ମଜାବୀ ମହିଳାଙ୍କୁ ମାସିକ ଋତୁସ୍ରାବ ଜନିତ ଛୁଟି ଘୋଷଣା କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ନୁହେଁ, ୩୦ବର୍ଷ ତଳୁ ବିହାର ସରକାର ଏ ନିୟମ ଲାଗୁ କରିଥିବାବେଳେ କେରଳ ସରକାର ବି ଏଭଳି ଛୁଟି ପ୍ରଦାନ କରୁଛନ୍ତି। ଏମିତିକି ପଂଜାବ ସରକାର ସେଠିକାର ଛାତ୍ରୀମାନଙ୍କୁ ବି ଏହି ସୁବିଧା ଦେଉଛନ୍ତି।

Menstrual Leave Menstrual Leave For Women Holiday Menstrual Health
Advertisment
Advertisment