Advertisment

ଅବସର ପରେ ଥଇଥାନ ଅଫିସରଙ୍କ ଥରିଲା ଛାତି, ବିଦା ପୂର୍ବରୁ ଦେଲେ ଇସ୍ତଫା..!

ବିଜେଡିର ହାତବାରିସୀ ସାଜି ଥଇଥାନ ହୋଇଥିବା ବାବୁ ଛାନିଆ । ଆଗୁଆ ଇସ୍ତଫା ଦେଲେଣି ଏକ୍ସଟନସନ ନେଇଥିବା କିଛି ଅଧିକାରୀ ।

author-image
Satyendu Shekher Mishra
undefined

Officers

ଅବସର ପରେ ପୁନଃନିଯୁକ୍ତି ପାଇଥିବା ବାବୁଙ୍କ ତାଲିକା ମାଗିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ନୂଆ ସରକାରଙ୍କ ଏଭଳି ଆଭିମୁଖ୍ୟରେ ଛାନିଆ ବିଜେଡିର ହାତବାରିସି ସାଜି ଏକ୍ସଟନସନ ନେଇଥିବା ଅଫିସର। ନିଜ ଆଡୁ ଆବଦେନ କଲେ ଇସ୍ତଫା। କିଏ କେଉଁଠି ହୋଇଛନ୍ତି ଥଇଥାନ? କେଉଁ ଅଧିକାରୀଙ୍କୁ ଅବସର ପରେ ବି ଦିଆଯାଇଛି ଏକ୍ସଟନସନ ? ତଥ୍ୟ ଦେବାକୁ ସମସ୍ତ ବିଭାଗକୁ CMOର ନିର୍ଦ୍ଦେଶ । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଚିଠି ଲେଖି ୩ ଦିନ ମଧ୍ୟରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ସମସ୍ତ ବିଭାଗରେ ଏବେ ହଇଚଇ।

Advertisment

ଏଣେ ରାଜନୀତି ବି ତେଜିଛି। କଂଗ୍ରେସ କହିଛି ଖାଲି ତଥ୍ୟ ମାଗିଲେ ହେବ ନାହିଁ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ପୁନଃ ନିଯୁକ୍ତ ହୋଇଥିବା ଅଧିକାରୀ ହଟିବା ଦରକାର। ବିଜେଡି କହିଛି ପୂର୍ବ ସରକାର କାହାକୁ ଥଇଥାନ କରୁନଥିଲେ, ସବୁ ସ୍ୱଚ୍ଛତାରେ ହେଉଥିଲା। ନିଷ୍ପତ୍ତିକୁ ସ୍ୱାଗତ କରି ଶାସକ ଦଳର ବିଧାୟକ କହିଛନ୍ତି ଯେଉଁମାନେ ଅବସର ପରେ ବି ନିଯୁକ୍ତି ନେଇ ବିଜେଡିକୁ ସାହାଯ୍ୟ କରୁଥିଲେ ସେମାନେ ଦଣ୍ଡ ଭୋଗିବା ସୁନିଶ୍ଚିତ।

ଏପଟେ ମୁଖ୍ୟମନ୍ତ୍ରୀଙ୍କ ଏମିତି ନିଷ୍ପତ୍ତି ପରେ ପାୱାର କରିଡରରେ ହଲଚଲ୍। ଥଇଥାନ ହୋଇଥିବା ବାବୁଙ୍କର ଆରମ୍ଭ ହୋଇଛି ଇସ୍ତଫା ପର୍ବ। ନଗର ଉନ୍ନୟନ ବିଭାଗର ଦୁଇ ପାୱାରଫୁଲ୍ ଅଧିକାରୀ ଦେଇଛନ୍ତି ଇସ୍ତଫା। ୧୧ ବର୍ଷ ହେଲା ବିଭାଗର ନିର୍ଦ୍ଦେଶକ ଥିଲେ ପ୍ରମୋଟି ଆଇଏଏସ୍ ସଂଗ୍ରାମଜିତ ନାୟକ। ଜୁନ୍ ୩୦ ଯାଏଁ ୧ ବର୍ଷ ପାଇଁ ତାଙ୍କ କାର୍ଯ୍ୟକାଳକୁ ବଢାଇଥିଲେ ପୂର୍ବ ସରକାର। ଅନ୍ୟଜଣେ ଅବସରେ ପରେ ବି ପୁନଃନିଯୁକ୍ତି ପାଇଁ ଆଶାରେ ଥିବା ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ନିର୍ଦ୍ଦେଶକ ଶାରଦା ପଣ୍ଡା।

Advertisment

ବଡ଼ କଥା ହେଲା ଆହୁରି ଅନେକ ଆଇଏଏସ୍ ଏବଂ ଓଏଏସ୍ ଅଧିକାରୀ ଅବସର ପରେ ବି ଥଇଥାନ ହୋଇଛନ୍ତି। ଗୃହ ବିଭାଗରେ ଅତିରିକ୍ତ ସଚିବ ଭାବେ ପୁନଃନିଯୁକ୍ତ ହୋଇଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ମୁରଲୀଧର ମଲ୍ଲିକ। ଓଟିଭି ହାତରେ ଲାଗିଥିବା ଏ ତାଲିକା ଉପରେ ଟିକେ ନଜର ପକାନ୍ତୁ। କାହାର ୬ ମାସ ତ କାହାର ୧ ବର୍ଷ ଯାଏଁ ଅବସର ପରେ ଏକ୍ସଟନସନ କରିଛନ୍ତି ପୂର୍ବ ସରକାର। ପୂର୍ବତନ ପ୍ରଶାସକଙ୍କ ମତରେ ତଥ୍ୟ ସଂଗ୍ରହ ପରେ ସରକାର ଚାହିଁଲେ ଗୋଟିଏ କ୍ୟାବିନେଟ୍ ନିଷ୍ପତ୍ତିରେ ଏଭଳି ସବୁ ଅଧିକାରୀଙ୍କ ଏକ୍ସଟନସନକୁ ବାତିଲ କରିପାରିବେ।

ସରକାର ପରିବର୍ତ୍ତନ ହେଉ ହେଉ ପଦବିରୁ ଇସ୍ତଫା ଦେଇଥିଲେ ପୁନଃନିଯୁକ୍ତି ତଥା ଥଇଥାନ ହୋଇଥିବା ଅନେକ ଅଧିକାରୀ। ପୂର୍ବତନ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ମୁଖ୍ୟ ଉପଦେଷ୍ଟା ଆର୍. ବାଲକ୍ରିଷ୍ଣନ, ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ, ଆଇଟି ସଚିବ ମନୋଜ ମିଶ୍ର ପ୍ରମୁଖ। ହେଲେ ଏବେ ବି ଅନେକ ଅଧିକାରୀ ଅବସର ପରେ ବି ପୁନଃନିଯୁକ୍ତି ପାଇ ଗାଦି ମାଡ଼ି ବସିଛନ୍ତି।

Officer
Advertisment
Advertisment