Advertisment

Odisha Dibasa: ପ୍ରଥମଥର ଲାଗି ଓଡ଼ିଶା ଦିବସଠାରୁ ୧୪ ଦିନ ଧରି ପାଳନ ହେଉଛି ଓଡ଼ିଆ ପକ୍ଷ

ଅସ୍ମିତା, ଉଚ୍ଚାଶା ଏବଂ ଅବିଶ୍ରାନ୍ତ ଉଦ୍ୟମ । ଏହି ୩ଟି ଶକ୍ତିର ଉପଯୋଗରେ ହିଁ ବିକଶିତ ଓଡ଼ିଶା ନିର୍ମାଣ ସମ୍ଭବ । କଟକ ସତ୍ୟଭାମାପୁରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମମାଟିରେ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଅଦ୍ୟତନ ହୋଇଛି
ମୋହନଙ୍କ ସମୃଦ୍ଧ ଓଡ଼ିଶା ।

ମୋହନଙ୍କ ସମୃଦ୍ଧ ଓଡ଼ିଶା ।

Advertisment

ଅସ୍ମିତା, ଉଚ୍ଚାଶା ଏବଂ ଅବିଶ୍ରାନ୍ତ ଉଦ୍ୟମ । ଏହି ୩ଟି ଶକ୍ତିର ଉପଯୋଗରେ ହିଁ ବିକଶିତ ଓଡ଼ିଶା ନିର୍ମାଣ ସମ୍ଭବ । କଟକ ସତ୍ୟଭାମାପୁରରେ ଉତ୍କଳ ଗୌରବଙ୍କ ଜନ୍ମମାଟିରେ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମ ଥର ଲାଗି ଏଥର ଓଡ଼ିଶା ଦିବସଠାରୁ ୧୪ ଦିନ ଧରି ପାଳନ ହେଉଛି ଓଡ଼ିଆ ପକ୍ଷ ।

Advertisment

କେବଳ ଓଡ଼ିଶାରେ ନୁହେଁ, ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ଆଜି ମହାଆଡ଼ମ୍ବରରେ ପାଳନ ହୋଇଛି ଓଡ଼ିଶା ଦିବସ । ଓଡ଼ିଶା ଦିବସରେ ବିକଶିତ ଓଡ଼ିଶା ଗଠନର ଦୃଢ଼ ସଂକଳ୍ପ । ଉତ୍କଳ ଗୌରବ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ମାଟିରୁ ସମୃଦ୍ଧ ଓଡ଼ିଶା ଗଠନର ଆହ୍ବାନ । ଆଜି ଏପ୍ରିଲ ପହିଲାରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୯୦ ବର୍ଷ ପୂର୍ତ୍ତି ପାଳନ କରୁଛି ସମଗ୍ର ଓଡ଼ିଶା ।

ଏହି ଅବସରରେ ସ୍ବତନ୍ତ୍ର ଓଡ଼ିଶା ଗଠନର ଅନ୍ୟତମ ପ୍ରମୁଖ ବିନ୍ଧାଣୀ ମଧୁବାବୁଙ୍କ ଜନ୍ମସ୍ଥାନ କଟକ ସତ୍ୟଭାମାପୁରରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ । ମୁଖ୍ୟମନ୍ତ୍ରୀ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣପରେ ତାଙ୍କ ଏନ୍ତୁଡ଼ିଶାଳ ପରିଦର୍ଶନ କରିଥିଲେ । ପରେ ଉତ୍କଳ ଗୌରବଙ୍କ ଜନ୍ମପୀଠ ସମନ୍ବିତ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନକରି ଗୋପୀନାଥପୁର ପଡ଼ିଆରେ ଆୟୋଜିତ ଓଡିଶା ଦିବସ ସମାବେଶରେ ଯୋଗ ଦେଇଥିଲେ ।

Advertisment

ସମୃଦ୍ଧ ଓଡ଼ିଶା ପରିକଳ୍ପନା ସମ୍ପର୍କରେ ସୂଚନାଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏଥିପାଇଁ ଅସ୍ମିତା, ଉଚ୍ଚାଶା ଏବଂ ଅବିଶ୍ରାନ୍ତ ଉଦ୍ୟମ ଭଳି ତିନିଟି ଶକ୍ତିର ଉପଯୋଗ ଆବଶ୍ୟକ । ଏହି ୩ଟି ଶକ୍ତିର ସମ୍ମିଳିତ ବ୍ୟବହାର ହିଁ ଓଡ଼ିଶାକୁ ବିକଶିତକରି ଗଢ଼ି ତୋଳିବ ବୋଲି ବାର୍ତ୍ତା ରଖିଥିଲେ ମୁଖ୍ୟମନ୍ତ୍ରୀ । ଏଥର ପ୍ରଥମଥର ପାଇଁ ଏପ୍ରିଲ ୧ରୁ ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ମହା ଆଡ଼ମ୍ବରରେ "ଓଡ଼ିଆ ପକ୍ଷ' ପାଳନ କରିବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଏହି ପକ୍ଷରେ ସ୍ୱତନ୍ତ୍ର ଉତ୍କଳ ଗଠନ ସଂଘର୍ଷରେ ସାମିଲ ସବୁ ମହାପୁରୁଷଙ୍କୁ ସ୍ମରଣ କରିବ ଓଡ଼ିଆ ଜାତି । ଓଡ଼ିଆ ଅସ୍ମିତାକୁ ବଜାୟ ରଖି ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଲୋକଗୀତ, ନୃତ୍ୟ, କଳା ଓ ଭାସ୍କର୍ଯ୍ୟକୁ ଆଗକୁ ନେବାର ପ୍ରୟାସ କରାଯିବ । ଏପ୍ରିଲ ୨ରେ ଖଡ଼ିଛୁଆଁ ଦିବସ, ୩ରେ ପାରମ୍ପିରକ ପୋଷାକ ପରିଧାନ ଏବଂ ୪ରେ ଓଡ଼ିଆ ନାମ ଫଳକ ଅଭିଯାନ ପଦଯାତ୍ରା ଆଦି କାର୍ଯ୍ୟକ୍ରମ ସହ ୧୪ରେ ଓଡ଼ିଆ ନବବର୍ଷ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି ।

Advertisment

ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ମହା ସମାରୋହରେ ପାଳିତ ହୋଇଛି ଓଡ଼ିଶା ଦିବସ । ସକାଳେ ରାଜଭବନ ଛକସ୍ଥିତ ଉତ୍କଳ ଗୌରବ ମଧୁସୂଦବନ ଦାସଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାଲ୍ୟାର୍ପଣ କରିଥିଲେ । ଅନ୍ୟପଟେ ନୂଆଦିଲ୍ଲୀର ଜବାହାରଲାଲ ନେହରୁ ଷ୍ଟାଡିୟମରେ ଆୟୋଜିତ ଭବ୍ୟ ଉତ୍ସବରେ ଓଡ଼ିଶା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀମାନେ ସାମିଲହୋଇ ଓଡ଼ିଶାର ବରପୁତ୍ରଙ୍କ ସ୍ମୃତିଚାରଣ କରିଥିଲେ ।

ଏହା ପୂର୍ବରୁ ଆଜି ଦିଲ୍ଲୀର ହଜଖସ୍ ଜଗନ୍ନାଥ ମନ୍ଦିର ଦର୍ଶନ ସହ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇ ଦିଲ୍ଲୀର ସରକାରୀ କ୍ୟାଲେଣ୍ଡରରେ ଓଡିଶା ଦିବସ ସ୍ଥାନ ପାଇବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଅନ୍ୟପଟେ ପବିତ୍ର ଓଡ଼ିଶା ଦିବସରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟପାଳ ପ୍ରମୁଖ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅଧିକ ପଢ଼ନ୍ତୁ: ନୂଆ ଆର୍ଥିକ ବର୍ଷରେ ଲାଗୁହେବ ଏହିସବୁ ନୂଆ ନିୟମ

Cuttack Utkal Divas Mohan Charan Majhi Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ