Advertisment

Biju Statue Arson in Odisha: ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ି ଘଟଣାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ, କହିଲେ...

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସମସ୍ତ ବରପୁତ୍ରଙ୍କୁ ରାଜ୍ୟ ସରକାର ସମ୍ମାନ ଦେବାରେ ବିଶ୍ୱାସ କରନ୍ତି ଓ ପୂଜ୍ୟପୂଜା ପାଇଁ ସମସ୍ତ ପଦକ୍ଷେପ ନେଇ ଆସୁଛନ୍ତି ।

ଅଦ୍ୟତନ ହୋଇଛି
Mohan Charan Majhi

Mohan Charan Majhi

Advertisment

ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ବ୍ରହ୍ମପୁରା ବ୍ଲକ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଘଟଣାର ତୀବ୍ର ନିନ୍ଦା କରିଛନ୍ତି । ଏ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଜଣେ ହୀନ ଏବଂ ରୁଗ୍ଣ ମାନସିକତାର ବ୍ୟକ୍ତି ହୋଇଥିବେ ବୋଲି ମତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେବା ସହ ଯଦି ଏହା ପଛରେ କିଛି ଷଡଯନ୍ତ୍ର ଥାଏ, ତେବେ ଏହାର ମଧ୍ୟ ପର୍ଦ୍ଦାଫାସ୍ କରିବାକୁ ମୁଖ୍ୟମନ୍ତ୍ରୀ ଦୃଢ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇ ସାରିଛି ।

ଅଧିକ ପଢ଼ନ୍ତୁ: ହଜିଲା ପୁଅକୁ ପାଇଲା ମା’; କହିଲା, ଖୋଜିଆଣିଲେ ପ୍ରଭୁ ଶ୍ରୀରାମ

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସମସ୍ତ ବରପୁତ୍ରଙ୍କୁ ରାଜ୍ୟ ସରକାର ସମ୍ମାନ ଦେବାରେ ବିଶ୍ୱାସ କରନ୍ତି ଓ ପୂଜ୍ୟପୂଜା ପାଇଁ ସମସ୍ତ ପଦକ୍ଷେପ ନେଇ ଆସୁଛନ୍ତି । ବିଜୁବାବୁଙ୍କ ପ୍ରତି ତାଙ୍କର ବ୍ୟକ୍ତିଗତ ଭାବେ ଗଭୀର ସମ୍ମାନ ରହି ଆସିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ନିକଟରେ ମାର୍ଚ୍ଚ ୫ ତାରିଖରେ ବିଜୁବାବୁଙ୍କ ଜୟନ୍ତୀକୁ ରାଜ୍ୟ ସ୍ତରରେ ବିପୁଳ ଉତ୍ସାହର ସହ ପାଳନ କରାଯାଇଥିଲା । ସେଥିରେ ସେ ନିଜେ ଯୋଗ ଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ । ଆସନ୍ତା ୧୭ରେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ମଧ୍ୟ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Advertisment

ସୂଚନାଯୋଗ୍ୟ, ପାଟଣାଗଡ଼ ବ୍ରହ୍ମପୁରା ବ୍ଲକ ଛକରେ ଆଜି ସକାଳେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜଳୁଥିବାର ଲୋକମାନେ ଦେଖିଥିଲେ । ପାଖରୁ ପାଣି ଆଣି ପୋଲିସ ଓ ସ୍ଥାନୀୟ ଲୋକ ଏହି ନିଆଁକୁ ଲିଭାଇ ଦେଇଥିଲେ । ଏହି ଘଟଣା ପରେ ଥାନାରେ ଏକ କେଶ୍ ରୁଜୁ ହୋଇଥିଲା । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଛି ।

ନିଆଁ ଲଗାଇଥିବା ଦୁର୍ବୃତ୍ତ ଜଣକ ଜଣେ ମାନସିକ ବିକୃତ ବ୍ୟକ୍ତି ବୋଲି କହିଥିଲେ ପଶ୍ଚିମାଞ୍ଚଳ ପୋଲିସ ଆଇଜି ହିମାଂଶୁ ଲାଲ୍ । ତା’ର ନାଁ ଯୁଗଳ ସାହୁ । ସେ କହିଛନ୍ତି, ଅଭିଯୁକ୍ତ ଗତବର୍ଷ ଏକ ଖୁଣ୍ଟରେ ମଧ୍ୟ ଚଢ଼ିଥିଲା । ତା' ନାମରେ ଏମିତି ଅନେକ ଅଭିଯୋଗ ରହିଛି । ତେବେ କେଉଁ କାରଣ ପାଇଁ ସେ ପ୍ରତିମୂର୍ତ୍ତିରେ ନିଆଁ ଲଗାଇଛି, ତାହା ସ୍ପଷ୍ଟ ହୋଇନାହିଁ । ଏବେ ଅଭିଯୁକ୍ତ ପୋଲିସ ହେପାଜତରେ ଅଛି । ତାକୁ କୋର୍ଟଟାଲାଣ କରାଯିବ । ଘଟଣାର ତଦନ୍ତ ଠିକଣା ଭାବେ କରାଯାଉଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ ।

Advertisment

ଅଧିକ ପଢ଼ନ୍ତୁ: ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଲଗାଇଦେଲେ ନିଆଁ, ଛକର ନାଁକୁ ନେଇ ଥିଲା ବିବାଦ

Mohan Charan Majhi Biju Patnaik Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ