/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737890805.jpg)
Odisha CM Mohan Charan Majhi
ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଛି । ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଘଟିଛି ନୟାପଲ୍ଲୀ ଆଇ.ଆର.ସି. ଭିଲେଜ୍ ଅଞ୍ଚଳରେ । ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆଇ.ଆର.ସି. ଭିଲେଜ୍ ସ୍ଥିତ ବାସଭବନରୁ ଚୋରି ହୋଇଛି । ଗତକାଲି ରାତି ପ୍ରାୟ ଅଢ଼େଇଟା ସମୟରେ କେହି ଆଲମିରା ଲକର୍ ତାଡ଼ି ଲୁଟ୍ କରି ଫେରାର ହୋଇଯାଇଛନ୍ତି ।
ସିସିଟିଭିରେ କଏଦ ହୋଇଛି ଚୋରି ସମୟର ଦୃଶ୍ୟ । ଦୁବୃର୍ତ୍ତ ଘର ଭିତରେ ବେଫିକର୍ ଭାବେ ପଶି ଲୁଟ କରୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଅଭିଯୋଗ ଅନୁସାରେ ନିରଞ୍ଜନଙ୍କ ଘରୁ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଛି । ଏଭଳି ଘଟଣା ଘଟାଇ ରାଜଧାନୀ ଭୁବନେଶ୍ବରରେ ଅପରାଧୀ କମିସନରେଟ୍ ପୁଲିସକୁ ଖୋଲା ଚ୍ୟାାଲେଞ୍ଜ୍ ଦେଇଛନ୍ତି । 'ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଦ୍ୱିତୀୟ ମହଲାରେ ମୋର ବଡ଼ ପୁଅ,ବୋହୂ ଓ ମୋର ୨ ପୁଅ ରୁହନ୍ତି । ସେହି ଘରେ ଚୋରି ହୋଇଛି । ଚୋରମାନେ ବିଳମ୍ବିତ ରାତିରେ ଘରେ ପଶିଥିଲେ । ଯେଉଁ ଚୋର ଚୋରି କରିଛି ସେ ପ୍ରଫେସନାଲ ଚୋର । ଚୋରଟି ହାତରେ ଗ୍ଲୋବ ପିନ୍ଧିଥିଲା ଓ ମୁହଁରେ କଳାପଟି ବାନ୍ଧିଥିଲା ।' ତେବେ ଘଟଣାସ୍ଥଳରେ କଟକ ଓ ଭୁବନେଶ୍ବର ଡିସିପି ମିଳିତ ଭାବେ ତଦନ୍ତ ଜାରି ରଖିଛନ୍ତି ।
ଏହି ଘଟଣା ଜାଣିବାପରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିରଞ୍ଜନ ପଟ୍ଟନାୟକଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି । ନିରଞ୍ଜନ ପଟ୍ଟନାୟକଙ୍କ ସହ ଫୋନ ଯୋଗେ କଥା ହୋଇ ଚୋରି ସମ୍ପର୍କରେ ପଚାରି ବୁଝିବା ସହ ତଦନ୍ତ ନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ଡିସିପି ପିନାକ ମିଶ୍ର ନିରଞ୍ଜନ ପଟ୍ଟନାୟକଙ୍କ ବାସଭବନକୁ ଯାଇ ଘଟଣାସ୍ଥଳ ବୁଲି ଦେଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)