ନିର୍ମାଣ ଶ୍ରମିକଙ୍କ ପାଇଁ ଖୁସି ଖବର; ବଢ଼ିଲା ସହାୟତା ରାଶି...

ବଢିଲା ନିର୍ମାଣ ଶ୍ରମିକଙ୍କ ପାଇଁ ସହାୟତା ରାଶି। ଦୁର୍ଘଟଣାରେ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ମିଳିବ ୬ ଲକ୍ଷର ସହାୟତା ରାଶି।

Construction Workers

ନିର୍ମାଣ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ବଢିଲା ନିର୍ମାଣ ଶ୍ରମିକଙ୍କ ପାଇଁ ସହାୟତା ରାଶି। ଦୁର୍ଘଟଣାରେ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ମିଳିବ ୬ ଲକ୍ଷର ସହାୟତା ରାଶି।

ସେହିପରି ସ୍ବାଭାବିକ ମୃତ୍ୟୁ ହେଲେ ୩ ଲକ୍ଷର ସହାୟତା ରାଶି ମିଳିବ । ଲୋକସଭା ଭବନରେ ଆୟୋଜିତ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ଘୋଷଣା କରିଛନ୍ତି ।

ଅଧିକ ପଢ଼ନ୍ତୁ: ‘ସମୁଦ୍ରର ଲୁଣି ପାଣିରୁ ବାହାରିବ ପିଇବା ପାଣି’

ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ପଞ୍ଜିକୃତ ନିର୍ମାଣ ଶ୍ରମିକ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ବାରା ଆୟୋଜିତ ଏହି ସମାରୋହରେ ଶ୍ରମ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଓ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ ।

ରାଜ୍ୟରେ ୪୩ ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି ।  ୩ ହଜାର ୬୧୦ କୋଟି ଟଙ୍କାର ସହାୟତା ଦିଆଯାଉଛି । ରାଜ୍ୟରେ ୪୩ ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି । ମାସକ ତଳେ ସହାୟତା ରାଶିକୁ ବୃଦ୍ଧି କରାଯାଇଥିଲା ।  ଶିକ୍ଷାବୃତ୍ତି ସହାୟତା ୨ ହଜାରରୁ ୪ ହଜାର ଟଙ୍କା ଯାଏ ମିଳୁଛି ।  ଏହାସହ ବିଧବା ସହାୟତା ୫୦ ହଜାର ଓ ପ୍ରସୂତୀକାଳୀନ ସହାୟତା ୧୦ ହଜାର ଟଙ୍କା ଓ ମୃତ୍ୟୁ କାଳୀନ ସହାୟତା ୨ ରୁ ୪ ଲକ୍ଷ ଟଙ୍କାପର୍ଯ୍ୟନ୍ତ ପ୍ରଦାନ କରାଯାଉଛି ।

ଅଧିକ ପଢ଼ନ୍ତୁ: ମାଟିରେ ମିଶିବ ଓଡ଼ିଶା ଭବନ; ବିପଦପୂର୍ଣ୍ଣ ଦର୍ଶାଇ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ସରକାର