• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Business Odisha Awards-2024

ଓଟିଭି ବିଜିନେସ୍ ଓଡିଶା ଆୱାର୍ଡସ୍-୨୦୨୪ର ଏ ହେଉଛି ଦ୍ୱିତୀୟ ସଂସ୍କରଣ । ଶିକ୍ଷା, ସ୍ୱାସ୍ଥ୍ୟ, ଜୁଏଲେରୀ, ବ୍ୟବସାୟ, ମାନୁଫାକଚରିଂ ଏବଂ ରିୟଲ୍‌ ଇଷ୍ଟେଟ୍, ଏମିତି ୬ଟି କାଟାଗୋରୀରେ ଓଡ଼ିଶାକୁ ସମୃଦ୍ଧି ପଥରେ ଆଗେଇ ନେଇଥିବା ସଂସ୍ଥାର ଗୁଣାତ୍ମକ ଉତ୍ପାଦ ଏବଂ ଲୋକାଭିମୁଖୀ ସେବାକୁ ଚିହ୍ନିବା ଏବଂ ଗୋଟିଏ ପ୍ଲାଟଫର୍ମରେ ସେମାନଙ୍କୁ ସମ୍ମାନିତ କରିବାକୁ ଯାଉଛି ଓଟିଭି ।

କଳାମନ୍ଦିର ଜୁଏଲର୍ସ

ବରଗଡ଼ ତଥା ପଶ୍ଚିମ ଓଡ଼ିଶାର ପ୍ରଥମ ହଲ୍‌ମାର୍କ ଜୁଏଲେରୀ ଶୋରୁମ୍, କଳାମନ୍ଦିର ଜୁଏଲର୍ସ । ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ଗହଣା ଶୋରୁମ୍‌ ଗ୍ରାହକଙ୍କ ବିଶ୍ୱାସଭାଜନ ହୋଇପାରିଛି । ଏହି ଶୋରୁମ୍‌ର ମାଲିକ ହେଉଛନ୍ତି ଅମିତ୍ ଅଗ୍ରୱାଲ୍ । ବିଭିନ୍ନ ଡିଜାଇନ୍ ଏବଂ ଭେରାଇଟିଜ୍‌ର ସୁନା ଓ ରୂପା ଗହଣା ସହିତ ଫ୍ୟାସନ ଜୁଏଲେରୀ ଏବଂ ଅନ୍ୟାନ୍ୟ ଗହଣା ସାମଗ୍ରୀ ଏଠାରେ ଉପଲବ୍ଧ । ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ବିଭିନ୍ନ ଗହଣା ଯୋଗାଇ ଦେଇଥାଏ ଏହି ଶୋରୁମ୍ । କୋଏମ୍ବାଟୁର୍, ରାଜକୋଟ୍, କେରଳ, ଅହମ୍ମଦାବାଦ, ମୁମ୍ବାଇ, କୋଲକତା ଏବଂ ଅନ୍ତର୍ଜାତୀୟ ଜୁଏଲେରୀର ସମ୍ଭାର ଦେଖିବାକୁ ମିଳେ ଏହି ଗହଣା ଦୋକାନରେ । କଳାମନ୍ଦିର ଜୁଏଲର୍ସରେ ସର୍ବମୋଟ ୨୦ଜଣ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଏହାର ବାର୍ଷିକ କାରବାର ପାଖାପାଖି ୨୫କୋଟିରେ ପହଂଚିଛି ।

ଖୀମ୍‌ଜୀ ଜୁଏଲର୍ସ

ଓଡ଼ିଶାର ସର୍ବପୁରାତନ ଓ ଭରସାଯୋଗ୍ୟ ବ୍ରାଣ୍ଡ୍ ଭାବେ ପରିଚିତ ଖିମଜୀ ଜୁଏଲର୍ସ । ୧୯୩୬ ମସିହାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଜୁଏଲାରୀ କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରିପାରିଛି ଖିମଜୀ । ଏହାର ଡାଇରେକ୍ଟର ନିତେଶ ଖିମଜୀଙ୍କ ଜେଜେଙ୍କ ତତ୍ତ୍ୱାବଧାନରେ ପ୍ରଥମେ ମୟୂରଭଞ୍ଜ ବାରିପଦାରୁ ଏକ ଜୁଏଲାରୀ ୱାର୍କସପ୍ ଭାବେ ଏହାର ସ୍ଥାପନ ହୋଇଥିଲା । ଏହାପରେ ୧୯୮୪ରେ ଭୁବନେଶ୍ୱରରେ ପ୍ରଥମ ଅର୍ଗାନାଇଜ୍ଡ ଷ୍ଟୋର ଖୋଲିଥିଲା ଖିମ୍‌ଜୀ ଜୁଏଲର୍ସ । ଏବେ ଓଡିଶାରେ ଏହାର ୯ଟି ଶାଖା ରହିଛି । ତା ମଧ୍ୟରେ କେବଳ ଭୁବନେଶ୍ୱରରେ ଖିମ୍‌ଜୀ ଜୁଏଲର୍ସର ୪ଟି ଶାଖା ରହିଛି । ଆଗକୁ ଓଡ଼ିଶାରେ ଏହାର ଆଉ ୩ଟି ନୂଆ ଶାଖା ଖୋଲିବାର ଯୋଜନା ରହିଛି । ଜୁଏଲେରୀ ଡିଭିଜନରେ ପ୍ରତ୍ୟକ୍ଷ ଭାବେ ମୋଟ ୯ଶହ କର୍ମଚାରୀ କାର୍ଯ୍ୟରତ । ଶୋରୁମ୍‌ର ଗୋଟିଏ ଛାତ ତଳେ ସବୁବର୍ଗର ଗ୍ରାହକଙ୍କ ପାଇଁ ଗୋଲ୍ଡ, ସିଲଭର, ପ୍ଲାଟିନମ୍ ଗହଣା ସହିତ ଫ୍ୟାସନ ଜୁଏଲେରୀ, ସିଲଭର ଆର୍ଟେଫ୍ୟାକ୍ଟ ଏବଂ କର୍ପୋରେଟ୍ ଗିଫ୍ଟ୍ ଆଇଟମ୍ ଉପଲବ୍ଧ । ପ୍ରାୟ ୯ ଦଶନ୍ଧି ଧରି ଜୁଏଲାରୀ କ୍ଷେତ୍ରରେ ଗ୍ରାହକମାନଙ୍କୁ ନୂଆ ଡିଜାଇନ୍‌ର ଜୁଏଲାରୀ ଭେଟି ଦେବାରେ ଖିମ୍‌ଜୀର ବଳିଷ୍ଠ ଅବଦାନ ରହିଆସିଛି ।

ଲାଲ୍‌ଚାନ୍ଦ ଜୁଏଲର୍ସ

ଲାଲ୍‌ଚାନ୍ଦ ଗ୍ରୁପ୍, ଅଳଙ୍କାର ସହିତ ଅନ୍ୟାନ୍ୟ ବ୍ୟବସାୟରେ ମଧ୍ୟ ସଂପୃକ୍ତ ରହିଛି । ଲାଲ୍‌ଚାନ୍ଦ ଗ୍ରୁପ୍ ଅଫ୍ କମ୍ପାନିର ଅନ୍ୟତମ ପରିଚୟ ପାଲଟିଛି ଲାଲ୍‌ଚାନ୍ଦ ଜୁଏଲର୍ସ । ଖାଣ୍ଟି ସୁନା ବା ପିଓର ଗୋଲଡ୍‌ ସହ ୱାର୍ଲଡ୍‌ କ୍ଲାସ୍‌ ଜୁଏଲାରୀର ନିର୍ଭର ଯୋଗ୍ୟ ଠିକଣା ପାଲଟିଛି ଲାଲ୍‌ଚାନ୍ଦ ଜୁଏଲର୍ସ । ଏହାର ଫାଉଣ୍ଡର ଚେୟାରମ୍ୟାନ୍ ସଂଜୟ ହଂସ୍‌ ୧୯୮୮ରେ ପାରିବାରିକ ବ୍ୟବସାୟର ପରିସର ବାହାରେ ନିଜର ଏକ ଲିଗାସି ପାଇଁ ଚିନ୍ତା କରନ୍ତି । ଏଥିପାଇଁ ତିନି ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଏକ ସିଲଭର ଗିଫ୍ଟ ସପ୍‌ରୁ ଆରମ୍ଭ ହୋଇଥିଲା ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଲାଲ୍‌ଚାନ୍ଦ ଜୁଏଲର୍ସର ଯାତ୍ରା । ୧୯୮୯ରେ ସେ ସୁନା ବ୍ୟବସାୟରେ ପ୍ରବେଶ କରନ୍ତି । ଏବେ ଭୁବନେଶ୍ୱରରେ ଦୁଇଟି, କଟକରେ ଦୁଇଟି ଏବଂ ବ୍ରହ୍ମପୁର ସହରରେ ଗୋଟିଏକୁ ମିଶାଇ ଓଡ଼ିଶାରେ ମୋଟ୍‌ ୫ଟି ସୋରୁମ ରହିଛି । ଏପରିକି ରାଜଧାନୀ ନୂଆଦିଲ୍ଲୀରେ ମଧ୍ୟ ଲାଲ୍‌ଚାନ୍ଦ ଜୁଏଲର୍ସର ଏକ ବଡ ସୋ ରୁମ୍‌ ରହିଛି । ଏହାର ସୋରୁମ୍‌ ଗୁଡିକରେ ବିଭିନ୍ନ ରେଞ୍ଜ୍‌ର ଏବଂ ବିଭିନ୍ନ ଭେରାଇଟିର ଘଣ୍ଟା ଓ ଅଳଙ୍କାର ରହିଛି । ପାରଂପାରିକ ଠାରୁ ଆରମ୍ଭ କରି ଆଧୁନିକ ଡିଜାଇନର ଅଳଙ୍କାର ଏଠାରେ ମିଳିଥାଏ । ତେବେ ବାର୍ଷିକ ୭ଶହ କୋଟି ଟଙ୍କାର କାରବାର କରିଥାଏ ଲାଲ୍‌ଚାନ୍ଦ ଜୁଏଲର୍ସ । ଦକ୍ଷ କାରିଗର ତଥା ଡିଜାଇନରଙ୍କ ଦ୍ୱାରା ଲାଲ୍‌ଚାନ୍ଦ ଜୁଏଲର୍ସ ନିଜର ଅଳଙ୍କାର ସବୁକୁ ପ୍ରସ୍ତୁତ କରିଥାଏ ।

ପ୍ରସାଦ ଜୁଏଲର୍ସ

ରାଉରକେଲାର ନାଁକରା ଅଳଙ୍କାର ଶୋ ରୁମ୍ ପ୍ରସାଦ ଜୁଏଲର୍ସ । ୧୯୬୪ରେ ସ୍ୱର୍ଗତ ଧରମନାଥ ପ୍ରସାଦଙ୍କ ଦ୍ୱାରା ମାତ୍ର ୨ଶହ ସ୍କୋୟାର ଫିଟ୍‌ ଜାଗାରେ ପ୍ରତିଷ୍ଠିତ ହୋଇଥିଲା ଏହାର ଶୋରୁମ୍ । ପରେ ପ୍ରସାଦ ଜୁଏଲର୍ସର ପରିସର ବଢିବାକୁ ଲାଗିଲା । ସ୍ୱର୍ଗତ ଧରମନାଥ ପ୍ରସାଦଙ୍କ ପୁଅ ଅନିଲ ପ୍ରସାଦ ସୁଲଭ ମୂଲ୍ୟରେ କ୍ୱାଲିଟି ଗହଣା ଉପଲବ୍ଧ କରିବାକୁ ପ୍ରୟାସ କରି ଏହି ବ୍ୟବସାୟରେ ପାଦ ରଖନ୍ତି । ମୋହିତ ପ୍ରସାଦ ଏହାର ମ୍ୟାନେଜିଙ୍ଗ ଡାଇରେକଟର ଏବଂ ସୌରଭ ପ୍ରସାଦ ଏକ୍‌ଜିକ୍ୟୁଟିଭ ଡାଇରେକଟର ଭାବରେ ପ୍ରସାଦ ଜୁଏଲର୍ସର ବ୍ୟବସାୟକୁ ପରିଚାଳନା କରୁଛନ୍ତି । ସାହସ ଏବଂ ଦୂରଦୃଷ୍ଟି ସହ ଏହି ଶୋରୁମ୍ ରାଉରକେଲାର ଗ୍ରାହକଙ୍କ ପାଇଁ ASMI, NAKSHTARA, GILI ଭଳି ବ୍ରାଣ୍ଡ୍‌ ଇଣ୍ଟରଡ୍ୟୁସ୍‌ କରେ । ୨୦୦୫ରେ ପ୍ରଥମକରି ଏହି ଶୋରୁମ୍ ରାଉରକେଲାରେ ୯୧୬ kdm ଜୁଏଲାରୀର ପ୍ରଚଳନ ଆରମ୍ଭ କରେ। ସେହିଭଳି ରାଉରକେଲାର ଗ୍ରାହକଙ୍କ ପାଇଁ ୯୨୫ Sterling Silver ଜୁଏଲାରୀ ପ୍ରଚଳନ ଆରମ୍ଭ ହୁଏ । ସୁନ୍ଦରଗଡ଼ର ଗ୍ରାହକଙ୍କ ଅନୁରୋଧରେ ୨୦୦୬ରେ ଏହାର ପ୍ରଥମ ବ୍ରାଞ୍ଚ ଖୋଲାଯାଏ । ୨୦୦୯ରେ ସମ୍ୱଲପୁରର ଏବଂ ୨୦୨୨ରେ ଝାରସୁଗୁଡ଼ାରେ ମଧ୍ୟ ଏହାର ଶୋରୁମ୍ ଖୋଲାଯାଏ । ଏବେ ଏହା ପଶ୍ଚିମ ଓଡ଼ିଶାର ଏକ ଲୋକପ୍ରିୟ ଅଳଙ୍କାର ଶୋରୁମ୍ । ପ୍ରସାଦ ଜୁଏଲର୍ସ ଗ୍ରୁପରେ ପ୍ରାୟ ୨୦୦ଜଣ କାର୍ଯ୍ୟରତ । ନିଜସ୍ୱ ଆପ୍ ଲଞ୍ଚ୍‌ କରିବାରେ ପ୍ରସାଦ ଜୁଏଲର୍ସ ଓଡିଶାରେ ପ୍ରଥମ । ଏହି ଆପ୍‌ରେ ଗ୍ରାହକମାନେ ଡିଜାଇନ୍ ଦେଖିପାରିବେ, ସୁନା ହାର ବୁକ୍ କରିପାରିବେ, କ୍ରୟ ଏବଂ ବିକ୍ରୟ କରିପାରିବା ସହ ମାସିକ ଇଏମ୍‌ଆଇ ମଧ୍ୟ ଭରି ପାରିବେ ।

ଭୋଟ୍ ଦେବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ ...

https://boa.odishatv.in/

OTV is now on Whatsapp

Join and get latest news update delivered to you via whatsapp

Join Now