Advertisment

KIIT Issue in Assembly:କିଟ ପାଇଁ କମ୍ପୁଛି ବିଧାନସଭା, ବର୍ଷିଲେ ସବୁ ଦଳର ନେତା

କିଟ୍ କେଳେଙ୍କାରୀକୁ ନେଇ ପୁଣି କମ୍ପିଲା ବିଧାନସଭା। ଅଚ୍ୟୁତଙ୍କୁ ଗିରଫ କର, ନେପାଳୀ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦିଅ। ଆଜି କିଟ୍ ପ୍ରସଙ୍ଗରେ ମୁଲତବି ଆଲୋଚନା ବେଳେ ବର୍ଷିଲେ ସବୁ ଦଳର ନେତା।

ଅଦ୍ୟତନ ହୋଇଛି
Kiit

Kiit

Advertisment

କିଟ୍ କେଳେଙ୍କାରୀକୁ ନେଇ ପୁଣି କମ୍ପିଲା ବିଧାନସଭା। ଅଚ୍ୟୁତଙ୍କୁ ଗିରଫ କର, ନେପାଳୀ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦିଅ। ଆଜି କିଟ୍ ପ୍ରସଙ୍ଗରେ ମୁଲତବି ଆଲୋଚନା ବେଳେ ବର୍ଷିଲେ ସବୁ ଦଳର ନେତା। କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ ଦାବିରେ ଅଡି ବସିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। ସେପଟେ ଅଚ୍ୟୁତ ୮ ଶହ ଟଙ୍କାରୁ ୧୫ ହଜାର କୋଟିର ମାଲିକ ପାଲଟିବା ପଛର କାରଣ ଖୋଜିଛନ୍ତି ବିଜେପି ବିଧାୟକ ବାବୁ ସିଂ। ବିଜେଡି ବି କହିଲାଣି ଦୋଷୀଙ୍କ ବିରୋଧରେ ଆକ୍ସନ ହେଉ। ତେଣେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଗୃହକୁ ପ୍ରତିଶୃତି ୪ଟି ପ୍ରମୁଖ ଦିଗରେ ହେବ ତଦନ୍ତ।

Advertisment

ଅଧିକ ପଢ଼ନ୍ତୁ: କିଟ୍‌ କାଣ୍ଡ: ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ KIIT ଭିସି

କିଟ୍ କେଳେଙ୍କାରୀ ପ୍ରସଙ୍ଗରେ ଶାସକ ହୁଅନ୍ତୁ କି ବିରୋଧୀ, ଉଭୟ ସଦସ୍ୟଙ୍କ ଏସବୁ ଦାବିରେ ଉଠୁଛି ପଡୁଛି ବିଧାନସଭା ଆଜି ଏ ସମ୍ପର୍କିତ ମୁଲତବି ଆଲୋଚନାରେ ଭାଗ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି ସିଧାସଖଳ ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବିରେ ଅଡ଼ି ବସିବା ସହ ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦିଆନଗଲେ ଧାରଣାରେ ବସିବାକୁ ଦେଇଛନ୍ତି ଧମକ। ତାସହ କାହିଁକି ଏପର୍ଯ୍ୟନ୍ତ ଅଚ୍ୟୁତଙ୍କ ଉପରେ ଆକ୍ସନ ହୋଇନି ବୋଲି ପ୍ରଶ୍ନ କରିଛନ୍ତି। ଏହାଛଡ଼ା କେବଳ ନେପାଳି ପିଲାମାନଙ୍କ ପାଇଁ କିଟ୍ ସାଇନ୍ ଡାଏ କାହିଁକି ହେଲା। ଅଶାଳୀନ ବ୍ୟବହାର କରିଥିବା ମହିଳାଙ୍କୁ କାହିଁକି ଗିରଫ କରାଯାଇନି ବୋଲି ବି ଜାଣିବାକୁ ଚାହିଁଥିଲେ ତାରା। ସେହିପରି ୧୯୯୧ ମସିହାରେ ମହର୍ଷିରେ ପାଠ ପଢ଼ାଇବା ବେଳେ ଯେଉଁ ଅଚ୍ୟୁତ ସାମନ୍ତ ମାତ୍ର ୮୦୦ ଟଙ୍କା ଦରମା ପାଉଥିଲେ ମାତ୍ର ୩୨ ବର୍ଷରେ ୧୫ ହଜାର କୋଟିର ମାଲିକ କିଭଳି ହେଲେ ବୋଲି ତାର ହିସାବ ମାଗିଛନ୍ତି ଶାସକ ଦଳ ବିଧାୟକ ବାବୁ ସିଂ। ବାବୁ ସିଂ କହିଥିଲେ- ବିଜୁ ପଟ୍ଟନାୟକ ସରକାରରେ ଲୋନ୍ ନେଇ ଅଚ୍ୟୁତ ଲଙ୍କା ସାମ୍ରାଜ୍ୟ ଗଢ଼ିଥିଲେ

ହେଲେ ପରେ ଶିକ୍ଷା ନାଁରେ କଳା କାରନାମା କରି ସମାଜକୁ କଳୁଷିତ କରିଛନ୍ତି। ଆଦିବାସୀ ଜମି ହଡ଼ପ ସହ ଜଙ୍ଗଲ ଜମିରେ ଅଟ୍ଟାଳିକା କରିଛନ୍ତି । ଦୁର୍ନୀତି ପାଇଁ କେଉଁ ସରକାର ତାଙ୍କୁ ପ୍ରୋତ୍ସାହନ ଦେଲା ଓ ସାଂସଦ କଲା ବୋଲି ପ୍ରଶ୍ନ କରିଥିଲେ ବାବୁ ସିଂ। ସେମିତି ମୁଲତବି ଆଲୋଚନା ବେଳେ କଂଗ୍ରେସ ବିଧାୟକ ଅଶୋକ ଦାସ ମଧ୍ୟ କିଟକୁ ଟାର୍ଗେଟ୍ କରି ଦୁଇ ଦିନ ତଳେ ଗିରଫ ଅଭିଯୁକ୍ତଙ୍କୁ ଦୁଇ ଘଣ୍ଟାରେ କିପରି ବେଲ୍ ମିଳିଗଲା ପ୍ରଶ୍ନ କରିଥିଲେ। ସେପଟେ ଏ ଘଟଣା ପାଇଁ ବିଜେଡି, ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଦୋଷ ଲଦିଛି। ଆଇନ ତା ବାଟରେ ଯାଉ ଓ ଦୋଷୀଙ୍କ ବିରୋଧରେ ଆକ୍ସନ ହେଉ ବୋଲି ବିଧାୟକ କଳିକେଶ ନାରାୟଣ ସିଂଦେଓ କହିଛନ୍ତି।

Advertisment

ଏଣେ କିଟ୍ କାଣ୍ଡ ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ନେଉଛନ୍ତି ରାଜ୍ୟ ସରକାର। ଆଜି ବିଧାନସଭାରେ ମୁଲତବି ଆଲୋଚନା ବେଳେ ଉତ୍ତର ରଖି ଏହା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ପୁରା ଘଟଣାରେ ୪ଟି ପ୍ରମୁଖ ଦିଗ ଉପରେ ତଦନ୍ତ ହେବ ବୋଲି ବି ମନ୍ତ୍ରୀ କହିଛନ୍ତି।

(୧) କେଉଁ କାରଣ ପାଇଁ ବିଶ୍ବବିଦ୍ୟାଳୟରେ ସାଇନ୍ ଡାଏ ହୋଇଥିଲା ?

୨- ଛାତ୍ରଛାତ୍ରୀଙ୍କୁ କାହିଁକି କଟକ, ଭୁବନେଶ୍ବର ରେଲୱେ ଷ୍ଟେସନରେ ଛଡ଼ାଗଲା ?

୩- ନେପାଳୀ ଛାତ୍ରଛାତ୍ରୀଙ୍କୁ କାହିଁକି ମାଡ଼ ମରାଗଲା ?

୪- ବାରମ୍ବାର ଅଭିଯୋଗ ସତ୍ତ୍ବେ ମୃତା ଝିଅର କାହିଁକି ଅଭିଯୋଗ ଶୁଣି ନଥିଲେ କର୍ତ୍ତୃପକ୍ଷ ?

Advertisment

ତା ସହ ସେସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ କଲ୍ ଅଡିଓର ତଦନ୍ତ, ଉନ୍ନତ ଜ୍ଞାନକୌଶଳରେ ହେବ ବୋଲି ମନ୍ତ୍ରୀ କହିବା ସହ ଅଦ୍ୟାବଧି ୧୦ଜଣଙ୍କୁ ଗିରଫ କରାଯିବା ସହ, ଅଚ୍ୟୁତ ସାମନ୍ତଙ୍କ ସହ ୮ ଜଣଙ୍କୁ ସମନ କରାଯାଇଥିବା ସୂଚନା ଦେଇଥିଲେ।

ଅଧିକ ପଢ଼ନ୍ତୁ: କିଟ ଛାତ୍ରୀ ଆତ୍ମହତ୍ୟା ମାମଲା, ଦୁଃଖ ପ୍ରକାଶ କଲା ବୈଦେଶିକ ମନ୍ତ୍ରାଳୟ

KIIT KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ