Advertisment

Utkarsh Odisha: ଉତ୍କର୍ଷ ଓଡ଼ିଶାରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ; କହିଲେ-‘ମହିଳାଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ’...

ରାଜ୍ୟରେ ମହିଳାଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ । ଭୁବନେଶ୍ବରର ଜନତା ମୈଦାନରେ ଚାଲିଥିବା ଉତ୍କର୍ଷ ଓଡ଼ିଶାର ଆଜି ଦ୍ୱିତୀୟ ଦିନରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଅଦ୍ୟତନ ହୋଇଛି
Utkarsh Odisha

Utkarsh Odisha

Advertisment

ରାଜ୍ୟରେ ମହିଳାଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ । ଭୁବନେଶ୍ବରର ଜନତା ମୈଦାନରେ ଚାଲିଥିବା ଉତ୍କର୍ଷ ଓଡ଼ିଶାର ଆଜି ଦ୍ୱିତୀୟ ଦିନରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଇପିକଲରେ ମହିଳା ନିବେଶକଙ୍କ ପାଇଁ ଖୋଲିବ ସ୍ବତନ୍ତ୍ର ସେଲ୍ । ଉତ୍କର୍ଷ ଓଡ଼ିଶାର ଆଜି ହେବ ୩୦ଟି MOU । ଏନେଇ ଏମଓୟୁ ପ୍ରସ୍ତୁତ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଏଥିରେ ସ୍ବାକ୍ଷର କରିବେ ବୋଲି ସୂଚନା ଦେଇଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା । 

Advertisment

ଅପରପକ୍ଷେ ୩ ଲକ୍ଷ କୋଟି ଟଙ୍କାର ୩୦ଟି MOU ସ୍ବାକ୍ଷରିତ ହେବ । ଏନର୍ଜୀ, ଫୁଡ୍ ପ୍ରୋସେସିଂ, ଟୁରିଜିମ କ୍ଷେତ୍ରରେ ହେବ ଏମଓୟୁ। ରାଜ୍ୟ ସରକାର ଶହେରୁ ଅଧିକ ଏମଓୟୁ ପାଇଁ ଲକ୍ଷ୍ୟ ରଖିଥିବା ବେଳେ ସଂଖ୍ୟା ଆହୁରି ଅଧିକ ହେବ ବୋଲି ଆଶା କରାଯାଉଛି। ନବୀକରଣୀୟ ଶକ୍ତି ଯଥା ଗ୍ରୀନ୍ ହାଇଡ୍ରୋଜେନ ଓ ସୌରଶକ୍ତି, ଟେକ୍ସଟାଇଲ, କୃଷି ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ବିକାଶ, ହେଲଥ କେୟାର ଆଦି ଶିଳ୍ପ ଉପରୁ ଅନେକ ଆଶା ରଖିଛନ୍ତି ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଉଦଘାଟିତ ଏ ଶିଳ୍ପ ମହାକୁମ୍ଭରେ ଏପର୍ଯ୍ୟନ୍ତ ରାଜ୍ୟକୁ ସାଢ଼େ ୪ ଲକ୍ଷ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଆସି ସାରିଛି। 

ଅଧିକ ପଢ଼ନ୍ତୁ: ମୋଦିଙ୍କ ସମ୍ବୋଧନ: କହିଲେ-ସମ୍ଭାବନାର ଭୂଖଣ୍ଡ ଓଡ଼ିଶା

ଅନ୍ୟପଟେ ଆହୁରି ଚମକିବ ଓଡ଼ିଶାର ପର୍ଯ୍ୟଟନ । ପର୍ଯ୍ୟଟନ କ୍ଷେତ୍ରକୁ ଆସିଛି ୧୨୧ଟି ପୁଞ୍ଜିନିବେଶ ଆଗ୍ରହ । ଏହା ଜରିଆରେ ରାଜ୍ୟକୁ ଆସିବ ୮ ହଜାର ୧୫୩ କୋଟି ଟଙ୍କାର ନିବେଶ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । 

Advertisment

ପ୍ରଥମ ଦିନରେ ସ୍ବାକ୍ଷର ହୋଇଛି ୫୪ MoU। ସବୁଠୁ ଅଧିକ ୨ ଲକ୍ଷ ୨୮ ହଜାର କୋଟିର ପୁଞ୍ଜିନିବେଶ ପାଇଁ ଆଦାନୀ ସହ ବୁଝାମଣା ହୋଇଥିଲା ବେଳେ କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଜେଏସଡ୍ଲୁ ସହ ଚୁକ୍ତି କରିଛନ୍ତି ସରକାର। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ହେବ ଷ୍ଟିଲ୍ ପାଣ୍ଟ। ରାଜ୍ୟରେ ଆଦାନୀ କରିବ ୨ ଲକ୍ଷ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ । ଆସନ୍ତା ୬ ବର୍ଷରେ ୭୦ ହଜାର କୋଟି ପୁଞ୍ଜି ନିବେଶ ପାଇଁ JSPL ପ୍ରତିଶ୍ରୁତି ଦେଇଛି। ଗୋପାଳପୁରରେ ରିନ୍ୟୁଏବୁଲ୍ ଏନର୍ଜିରେ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ କରିବ ଆଭାଡ଼ା।

ସେହିପରି କେନ୍ଦୁଝରରେ ୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ପାଇଁ ୩୦ ରୁ ୪୦ ହଜାର କୋଟିର ପୁଞ୍ଜି ନିବେଶ ପାଇଁ JSW ଗ୍ରୁପ ସହ MOU ହୋଇଛି। ଅପରପକ୍ଷେ କପର ଫଏଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ବିର୍ଲା ଗ୍ରୁପ୍ ସହ ଏମଓୟୁ ସ୍ବାକ୍ଷର ହୋଇଥିଲା ବେଳେ ରାୟଗଡ଼ାରେ ଆଲୁମିନିୟମ୍ ପ୍ଲାଣ୍ଟ ପାଇଁ ଲକ୍ଷେ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରତିଶ୍ରୁତି ଦେଇଥିଲା ବେଦାନ୍ତ।

Advertisment

ସେହିପରି ଓଡ଼ିଶାରେ ଆଲୁମିନିୟମ୍ ରିଫାଇନାରୀ ଓ ଆଲୁମିନିୟମ୍ ସ୍ମେଲଟର ପ୍ଲାଣ୍ଟ କରିବାକୁ ଆଦିତ୍ୟ ବିର୍ଲା ଗ୍ରୁପ୍ ୫୦ ହଜାର କୋଟି ନିବେଶ ଲାଗି ନିଷ୍ପତ୍ତି ନେଇଥିଲା ବେଳେ ପେଟ୍ରୋକିମିକାଲ୍ସ କ୍ଷେତ୍ରରେ ଭଦ୍ରକ ଓ ପାରାଦୀପରେ ଇଣ୍ଡିଆନ୍ ଅଏଲ୍ ୭୦ ହଜାର କୋଟିର ପୁଞ୍ଜି ନିବେଶ କରିବ। ଏସବୁ ସହ ଆଜି ଗୋଟିଏ ଦିନରେ ୧୦୦ରୁ ଅଧିକ ନୂଆ ପୁଞ୍ଜିନିବେଶ ନେଇ ଆଗ୍ରହ ପ୍ରକାଶ ପାଇଥିବା ନେଇ ସୂଚନା ଦେଇଛି ଶିଳ୍ପ ବିଭାଗ। ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗାମୀ ଦିନରେ ଓଡ଼ିଶା ଶିଳ୍ପର ହବ୍ ହେବାକୁ ଯାଉଛି।

ଅଧିକ ପଢ଼ନ୍ତୁ: ଆଗେଇ ଆସିଲେ ପୁଞ୍ଜିପତି, ନିବେଶ କରିବେ ଲକ୍ଷାଧିକ କୋଟି

CM Odisha CM Mohan Majhi Utkarsh Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ