Advertisment

ନର୍ସିଂ ସଂଘ-ସରକାର ଆଲୋଚନା ବିଫଳ, ଦାବି ପୁରଣ ନହେଲେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଧମକ !

ଆଲୋଚନା ବିଫଳ ହୋଇଥିବାରୁ ଆନ୍ଦୋଳନ ଚାଲୁ ରହିବ । ଉଚ୍ଚ ସ୍ତରୀୟ କମିଟି କରି ଆଲୋଚନା କରିବାକୁ ଦାବି କଲା ସଂଘ ।

author-image
Satyendu Shekher Mishra
Nursing Association Protest

Nursing Association Protest

ଆନ୍ଦୋଳନରତ ନର୍ସିଂ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ। ଆଜିର କଥାବାର୍ତ୍ତା ବିଫଳ ହୋଇଥିବା କହିଛନ୍ତି ନର୍ସିଂ ସଂଘର ସାଧାରଣ ସଂପାଦକ। ଆଲୋଚନା ବିଫଳ ହୋଇଥିବାରୁ ଆନ୍ଦୋଳନ ଆଗକୁ ଚାଲୁ ରହିବ ବୋଲି କହିଛି ସଂଘ।

Advertisment

ସେପଟେ ସରକାର ଉଚ୍ଚ ସ୍ତରୀୟ କମିଟି କରି ଆଲୋଚନା କରିବାକୁ ଦାବି କରିଛି ସଂଘ। ମୁଖ୍ୟମନ୍ତ୍ରୀ କିମ୍ବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆଲୋଚନାକୁ ସଂଘ ଆହ୍ୱାନ କରିଛି। ୧୦ ଦଫା ଦାବି ନେଇ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛି ଅଲ୍ ଓଡ଼ିଶା ନର୍ସିଂ ସଂଘ । ଏସମା ଲାଗୁ ସତ୍ତ୍ୱେ ଜିଦରେ ଅଟଳ ରହିଛନ୍ତି ନର୍ସିଂ ଅଫିସର। ଜରୁରୀ ସେବା ବ୍ୟତୀତ ଅନ୍ୟନ୍ୟ ସେବା କାର୍ଯ୍ୟ କରୁ ନାହାନ୍ତି। ଫଳରେ ରାଜ୍ୟରେ ବିଭିନ୍ନ ମେଡିକାଲରେ ରୋଗୀ ସେବା ବ୍ୟାହତ ହୋଇଛି। ସରକାର ଦୁଇ ଦିନରେ ଦାବି ନ ମାନିଲେ ୨୭ ତାରିଖ ଠାରୁ ସଂପୂର୍ଣ୍ଣ ଭାବେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଛି। ଏପଟେ ସଂଘର ଦାବି ନେଇ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ସେପଟେ ଆନ୍ଦୋଳନରୁ ଓହରିଲେ କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀ । ବୋନସ୍ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ହୋଇଛି ଧାରଣା । ୩ ଦିନ ହେବ ରୋଗୀ ଓ ତାଙ୍କ ସମ୍ପର୍କୀୟ ଯେଉଁ ଯମ ଯନ୍ତ୍ରଣା ଭୋଗୁଥିଲେ ସେଥିରେ ବିରାମ ଲାଗିଛି । ସଫେଇ କର୍ମଚାରୀ କାର୍ଯ୍ୟରେ ଯୋଗଦେବା ପରେ ହସ୍ପିଟାଲରୁ ହଟିଛି ଅଳିଆ ଆବର୍ଜନା ।

Advertisment

ଦୀର୍ଘ ୩ ଦିନର ଆନ୍ଦୋଳନରେ ଲାଗିଛି ବିରାମ । ସଫେଇ କର୍ମଚାରୀ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିଛନ୍ତି । ହସ୍ପିଟାଲରେ ପଡ଼ି ରହିଥିବା ଅଳିଆ ଆବର୍ଜନାକୁ ସଫା କରିଛନ୍ତି। ପୂଜା ବୋନସ୍‌ ସହ ମାସକୁ ୪ ଦିନ ଛୁଟି ବାବଦରେ ପାରିଶ୍ରମିକ ଦେବାକୁ ଠିକା ସଂସ୍ଥା କ୍ବେସର ପ୍ରତିଶ୍ରୁତି ପରେ ସଫେଇ କର୍ମଚାରୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଉ ପୂଜା ପୂର୍ବରୁ ସେମାନଙ୍କ ଦାବି ପୂରଣ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ସଫେଇ କର୍ମଚାରୀ ।

Nurse
Advertisment
Advertisment