Advertisment

ଆଜିଠୁ ଅହୋରାତ୍ର ଧାରଣା, ସିରିଞ୍ଜ ଛାଡ଼୍ କରିଛି ନର୍ସିଂ ସଂଘ

ଆଜିକୁ ୪ ଦିନ ହେଲା ନର୍ସିଂ ଅଫିସରଙ୍କ ଆନ୍ଦୋଳନ ଯୋଗୁ ଗୁରୁତର ଭାବେ ପ୍ରଭାବିତ ହୋଇଛି ସ୍ୱାସ୍ଥ୍ୟସେବା । ୧୦ ଦଫା ପୂରଣ ଦାବିରେ ଅଟଳ ନର୍ସିଂ ଅଫିସର୍ ଆଜିଠୁ ଅହୋରାତ୍ର ଧାରଣାକୁ ଓହ୍ଲାଇଛନ୍ତି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Nursing Officer

Nursing Officer

ଆଜିକୁ ୪ ଦିନ ହେଲା ନର୍ସିଂ ଅଫିସରଙ୍କ ଆନ୍ଦୋଳନ ଯୋଗୁ ଗୁରୁତର ଭାବେ ପ୍ରଭାବିତ ହୋଇଛି ସ୍ୱାସ୍ଥ୍ୟସେବା । ୧୦ ଦଫା ପୂରଣ ଦାବିରେ ଅଟଳ ନର୍ସିଂ ଅଫିସର୍ ଆଜିଠୁ ଅହୋରାତ୍ର ଧାରଣାକୁ ଓହ୍ଲାଇଛନ୍ତି । ରାଜ୍ୟବ୍ୟାପି ସରକାରୀ ମେଡ଼ିକାଲ୍ ଗୁଡ଼ିକ ଆଗରେ ଧାରଣା ଦେଇ ଦାବି ପୂରଣ ପାଇଁ ଅଡ଼ି ବସିଛନ୍ତି ନର୍ସିଂ ଅଫିସର ।

Advertisment

୨୦୧୩ ପୂର୍ବରୁ ନିଯୁକ୍ତ ନର୍ସିଂ ଅଫିସରଙ୍କ ୬ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଦରମା ସହ ମିଶାଇ ପଦୋନ୍ନତି, ଆର୍ଥିକ ସୁବିଧା ପ୍ରଦାନ କରିବା, ବରିଷ୍ଠତା ଭିତ୍ତିରେ ପଦୋନ୍ନତି, ଆଉଟ୍ ସୋର୍ସିଂ ନିଯୁକ୍ତି ବନ୍ଦ, ନର୍ସିଂ ଅଫିସରଙ୍କ ଡ୍ରେସ କୋର୍ଡ ପରିବର୍ତ୍ତନ ଆଦି ୧୦ ଦଫା ଦାବି ନେଇ ସଂଘ ଆନ୍ଦୋଳନ ଚଳାଇଛି ।

ବିଭିନ୍ନ ସରକାରୀ ମେଡ଼ିକାଲ୍ ଗୁଡ଼ିକରେ ଆବଶ୍ୟକୀୟ ରୋଗୀସେବା ନପାଇ ରୋଗୀ ଓ ସଂପର୍କୀୟ ହନ୍ତସନ୍ତ ହେଉଛନ୍ତି । ଏପଟେ ଦାବି ଉପରେ ବିଚାର ବିମର୍ଷ ଜାରି ରହିଥିବା କହିବା ସହ ଆନ୍ଦୋଳନରୁ ଓହରିବାକୁ ଅପିଲ୍ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

Advertisment

ସେପଟେ ମେଡ଼ିକାଲରେ ଦୟନୀୟ ହେଲାଣି ରୋଗୀଙ୍କ ଅବସ୍ଥା । ହିମୋଗ୍ଲୋବିନ୍ କମିଯାଇଥିବା କାହା ପିଲାକୁ ଦିଆଯାଇପାରୁନି ରକ୍ତ ତ ଆଉ କାହାର ଡେଙ୍ଗୁ ଆକ୍ରାନ୍ତ ପିଲାର ଚିକିତ୍ସା ପାଇଁ ସଂଗୃହିତ ହୋଇପାରୁନି ଆବଶ୍ୟକୀୟ ନମୂନା । ଆଜିକୁ ୪ ଦିନ ହେଲା ନର୍ସିଂ ଅଫିସରଙ୍କ ଆନ୍ଦୋଳନ ଯୋଗୁ ପ୍ରଭାବିତ ହେଲାଣି ସ୍ୱାସ୍ଥ୍ୟସେବା ।

ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ.. ରାଜ୍ୟବ୍ୟାପି ସରକାରୀ ମେଡ଼ିକାଲ୍ ଗୁଡ଼ିକ ଆଗରେ ଧାରଣା ଦେଇ ଦାବି ପୂରଣ ପାଇଁ ଅଡ଼ି ବସିଛନ୍ତି ନର୍ସିଂ ଅଫିସର । ଫଳରେ ବ୍ରହ୍ମପୁରରୁ ସମ୍ବଲପୁର, ପୁରୀରୁ ଯାଜପୁର, ଅଥବା ମାଲକାନଗିରିରୁ ଜଗତସିଂପୁର । ଏସବୁ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ମେଡ଼ିକାଲ୍ ଗୁଡ଼ିକରେ ଆବଶ୍ୟକୀୟ ରୋଗୀସେବା ନପାଇ ରୋଗୀ ଓ ସଂପର୍କୀୟ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି ।

ଗତ ବୁଧବାରଠୁ ୧୦ ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି ନର୍ସିଂ ଅଫିସର । ୨୦୧୩ ପୂର୍ବରୁ ନିଯୁକ୍ତ ନର୍ସିଂ ଅଫିସରଙ୍କ ୬ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଦରମା ସହ ମିଶାଇ ପଦୋନ୍ନତି, ଆର୍ଥିକ ସୁବିଧା ପ୍ରଦାନ କରିବା, ବରିଷ୍ଠତା ଭିତ୍ତିରେ ପଦୋନ୍ନତି, ଆଉଟ୍ ସୋର୍ସିଂ ନିଯୁକ୍ତି ବନ୍ଦ, ନର୍ସିଂ ଅଫିସରଙ୍କ ଡ୍ରେସ କୋଡ୍ ପରିବର୍ତ୍ତନ ଆଦି ୧୦ ଦଫା ଦାବି ନେଇ ସଂଘ ଆନ୍ଦୋଳନ ଚଳାଇଛି ।

ଗତ ୨ ଦିନ ଜରୁରୀ ସେବା ଯୋଗାଇ ଧାରଣା ଦେଇଥିଲେ । ନର୍ସିଂ ଅଫିସରଙ୍କ ଆନ୍ଦୋଳନରେ ଲଗାମ୍ ଲଗାଇବାକୁ ପ୍ରଥମେ ଏସମା ଲାଗୁ କରିଥିଲେ ରାଜ୍ୟ ସରକାର । ଏହାସତ୍ତ୍ୱେ ସଂଘ ଆନ୍ଦୋଳନ ଜାରି ରଖିବାରୁ ଗତକାଲି ଆନ୍ତଃ ବିଭାଗୀୟ କମିଟି ଦ୍ୱାରା ଦାବିର ବିଚାର କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ ରାଜ୍ୟ ସରକାର । ତଥାପି ଜିଦରେ ଅଟଳ ନର୍ସିଂ ଅଫିସର ।

Staff
Advertisment
Advertisment