Advertisment

KIIT Suicide Row: ହାଇଲେବୁଲ୍‌ କମିଟି ଆଗରେ ହାଜର ପାଇଁ ଅଚ୍ୟୁତ ସାମନ୍ତଙ୍କୁ ନିର୍ଦ୍ଦେଶ

ଗତ ରବିବାର ସନ୍ଧ୍ୟାରେ କିଟ୍‌ ବିଶ୍ୱବିଦ୍ୟାଳୟରେ ପାଳିତ ହେଉଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଆଉ ସେହି କାର୍ଯ୍ୟକ୍ରମକୁ ଉପଭୋଗ କରୁଥିଲେ କର୍ମଚାରୀ ଓ ଛାତ୍ରଛାତ୍ରୀ। କୋଳାହଳ ଭିତରେ ବି-ଟେକ୍‌ ଇଞ୍ଜିନିୟରିଂ ପଢ଼ୁଥିବା ନେପାଳ ଛାତ୍ରୀ ନିଜ ରୁମ୍‌ରେ ଝୁଲି ପଡ଼ିଥିଲେ।

ଅଦ୍ୟତନ ହୋଇଛି
KIIT Nepali Girl Student Death: Notice To KIIT Founder Achyuta Samanta

KIIT

Advertisment

କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅଡୁଆ ବଢିଲା। ହାଜର ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାରଙ୍କ ହାଇଲେବୁଲ୍‌ କମିଟି। ଆସନ୍ତାକାଲି ସଂଧ୍ୟା ସାଢ଼େ ୬ଟାରେ ହାଇଲେବୁଲ୍‌ କମିଟି ଆଗରେ ହାଜର ପାଇଁ ନିର୍ଦ୍ଦେଶ ହୋଇଛି। ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ହେବାକୁ କୁହାଯାଇଛି। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶରେ ଜାରି କରାଯାଇଛି।

Advertisment

ନେପାଳୀ ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତୀ ସମୟରେ ଘଟିଥିବା ଘଟଣାକୁ ନେଇ ଉଷ୍ମ ହୋଇଥିଲା ରାଜ୍ୟ ରାଜନୀତି। ବିଧାନସଭା ହୋ-ହଲ୍ଲା ପରେ ହାଇଲେବୁଲ୍‌ କମିଟି ଗଠନ କରିଥିଲେ ରାଜ୍ୟ ସରକାର। ଏହି କମିଟିର ଅଧ୍ୟକ୍ଷ ଥିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ। ଏହି କମିଟି ବିଭିନ୍ନ ଦିଗରୁ ତଦନ୍ତ କରୁଛି। କେଉଁ କାରଣ ପାଇଁ ଛାତ୍ରୀ ଆତ୍ମହତ୍ୟା କଲେ? ଏଥିରେ କିଟ୍‌ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର କ’ଣ ଭୂମିକା ରହିଛି? କ’ଣ ପାଇଁ ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଦିଆଯାଇଥିଲା? ଏପରି ବିଭିନ୍ନ ଦିଗରୁ ତଦନ୍ତ କରୁଛି ହାଇଲେବୁଲ କମିଟି। ସେଥିପାଇଁ ଶ୍ରୀ ସାମନ୍ତଙ୍କୁ ଜେରା କରିବାକୁ ଆସନ୍ତାକାଲି ଡାକିଛି ହାଇଲେବୁଲ୍‌ କମିଟି।

ଅଧିକ ପଢ଼ନ୍ତୁ: ତଦନ୍ତ ରିପୋର୍ଟ ଆସିଲେ କିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ, କହିଲେ ବୈଷୟିକ ଶିକ୍ଷାମନ୍ତ୍ରୀ

Advertisment

ସୂଚନାରୁ ପ୍ରକାଶ, ଗତ ରବିବାର ସନ୍ଧ୍ୟାରେ କିଟ୍‌ ବିଶ୍ୱବିଦ୍ୟାଳୟରେ ପାଳିତ ହେଉଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଆଉ ସେହି କାର୍ଯ୍ୟକ୍ରମକୁ ଉପଭୋଗ କରୁଥିଲେ କର୍ମଚାରୀ ଓ ଛାତ୍ରଛାତ୍ରୀ। କୋଳାହଳ ଭିତରେ ବି-ଟେକ୍‌ ଇଞ୍ଜିନିୟରିଂ ପଢ଼ୁଥିବା ନେପାଳ ଛାତ୍ରୀ ନିଜ ରୁମ୍‌ରେ ଝୁଲି ପଡ଼ିଥିଲେ। ସେହି ଖବର ବିଦ୍ୟୁତ୍‌ ବେଗରେ ବ୍ୟାପୀ ଯାଇଥିଲା। ଆଉ ଏକତ୍ର ହୋଇଥିଲେ ସମସ୍ତ ନେପାଳୀ ଛାତ୍ରଛାତ୍ରୀ। କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା।  

ସ୍ଥିତି ଅଣାୟତ୍ତ ହେଉଥିବା ଦେଖି କିଟ୍‌ କର୍ତ୍ତୃପକ୍ଷ କମିସନ୍‌ରେଟ୍‌ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ହେଲେ ଛାତ୍ରଛାତ୍ରୀମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ରାତି ତମାମ ଚାଲିଲା ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ସୋମବାର ସକାଳେ କିଟ୍‌ କର୍ତ୍ତୃପକ୍ଷ କଲେଜରେ ସାଇନ୍‌-ଏ-ଡାଏ ଘୋଷଣା କରିଥିଲେ। ହଷ୍ଟେଲ୍‌ ଖାଲି କରିବା ପାଇଁ ନେପାଳୀ ଛାତ୍ରଛାତ୍ରୀଙ୍କୁ କହିଥିଲେ କିଟ୍‌ କର୍ତ୍ତୃପକ୍ଷ।

Advertisment

ଅତି କଦର୍ଯ୍ୟ ଭାଷାରେ ଛାତ୍ରଛାତ୍ରୀଙ୍କୁ ଗାଳି ଦେଇଥିଲେ କିଟ୍‌ କର୍ତ୍ତୃପକ୍ଷ। ଏତେ ପରିମାଣରେ ତଳକୁ ଖସି ଯାଇଥିଲେ ଯେ, ଛାତ୍ରଛାତ୍ରୀଙ୍କ ଦେଶର ଆର୍ଥିକ ସ୍ଥିତିକୁ ନେଇ ପରିହାସ କରିଥିଲେ। ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା। ଏପରିକି ନେପାଳୀ ଛାତ୍ରଛାତ୍ରୀଙ୍କୁ ସିକ୍ୟୁରିଟି ଗାର୍ଡ଼ ଲଗାଇ ମାଡ଼ ମାରିଥିଲେ। ପିଲାମାନଙ୍କୁ ବସ୍‌ରେ ନେଇ କଟକରେ ଛାଡ଼ି ଆସିଥିଲେ କିଟ୍‌ କର୍ତ୍ତୃପକ୍ଷ। ଏହାକୁ ନେଇ ଓଡ଼ିଶା ତଥା ଭାରତ ବିଦେଶରେ ନିନ୍ଦିତ ହୋଇଥିଲା।

ଅଧିକ ପଢ଼ନ୍ତୁ: ମତେ ଜ୍ବର ହୋଇଥିଲା ରୁମ୍‌ରୁ ତଢିଦେଲ, ଏବେ ଡାକୁଛ କାହିଁକି?

KIIT KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ