Advertisment

Ratna Bhandar: ରତ୍ନଭଣ୍ଡାରରେ ନାହିଁ ଗୁପ୍ତ ସୁଡ଼ଙ୍ଗ କି କୋଠରୀ; ଏବେ ମରାମତି ବାଟ ସଫା

ସବୁ କାହାଣୀ ଓ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ। କାଲି ମୁଖ୍ୟ ପ୍ରଶାସକ ସଙ୍କେତ ଦେଇଥିଲେ। ଆଉ ଆଜି ଆଇନମନ୍ତ୍ରୀ ପୁରା ସ୍ପଷ୍ଟ କରିଦେଲେ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ନାହିଁ କୌଣସି ଗୁପ୍ତ କୋଠରୀ କି ରହସ୍ୟପୂର୍ଣ୍ଣ ସୁଡ଼ଙ୍ଗ।

undefined

Ratnabhandara

Advertisment

ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ କି କୋଠରୀ ନଥିବା ଜିପିଆର ସର୍ଭେରୁ ସ୍ପଷ୍ଟ ସଙ୍କେତ ମିଳିବା ପରେ ଏବେ ମରାମତି ପାଇଁ ବାଟ ସଫା। ଆଜି ଆଇନମନ୍ତ୍ରୀ କହିଛନ୍ତି ଆସନ୍ତା ଦିନେ ଦୁଇ ଦିନ ଭିତରେ ମରାମତି ଆରମ୍ଭ ହେବ ଓ ଜାନୁଆରୀ ୩୧ ସୁଦ୍ଧା ଅଳଙ୍କାର ଗଣତି-ମଣତି ବି ସରିଯିବ। ତେବେ ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ସନ୍ଦେହରୁ ଏବେ ବି ସେବାୟତ ଓ ସଂସ୍କୃତି ଗବେଷକ ଓହରି ନଥିବାବେଳେ, ଜିପିଆର ସର୍ଭେ ରିପୋର୍ଟ ତଥ୍ୟ ସାର୍ବଜନୀନ କରିବାକୁ ଦାବି କରିଛନ୍ତି।

Advertisment

ସବୁ କାହାଣୀ ଓ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ। କାଲି ମୁଖ୍ୟ ପ୍ରଶାସକ ସଙ୍କେତ ଦେଇଥିଲେ। ଆଉ ଆଜି ଆଇନମନ୍ତ୍ରୀ ପୁରା ସ୍ପଷ୍ଟ କରିଦେଲେ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ନାହିଁ କୌଣସି ଗୁପ୍ତ କୋଠରୀ କି ରହସ୍ୟପୂର୍ଣ୍ଣ ସୁଡ଼ଙ୍ଗ। ଭାରତୀୟ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ୪୫ ପୃଷ୍ଠା ସମ୍ୱଳିତ GPRS ସର୍ଭେ ରିପୋର୍ଟ, ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେବା ପରେ ସାମ୍ନାକୁ ଆସିଛି ଏ ତଥ୍ୟ।ଯେହେତୁ ରିପୋର୍ଟରେ ସେଭଳି କୌଣସି ସଙ୍କେତ ମିଳିଲାନି, ତେଣୁ ଦିନେ ଦୁଇ ଦିନରେ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇଯିବ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ମନ୍ତ୍ରୀ ବିସ୍ତୃତ ଭାବେ କହିଛନ୍ତି- ରତ୍ନଭଣ୍ଡାର ଭିତରେ ଧାତବ ଦ୍ରବ୍ୟ ଥିବାର ଯେଉଁ ପରିକଳ୍ପନା ଥିଲା, ସେମିତି କିଛି ବି ନାହିଁ। ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି ସହ ଗଣତି ମଣତି କାମ ସାରିବାକୁ ବି ଲକ୍ଷ୍ୟ ରଖାଯାଇଛି। ଆଗେ ଭଣ୍ଡାରଗୃହ ମରାମତି କାମ ସରିଲେ ଅସ୍ଥାୟୀ ରତ୍ନଭଣ୍ଡାରରୁ ଅଳଙ୍କାର ତା ଭିତରକୁ ଯିବ।ତାପରେ ସୁରକ୍ଷିତ ପରିବେଶ ଓ ପରିସ୍ଥିତିରେ ଗଣତି ମଣତି କରାଯିବ।

Advertisment

ଗତ ସେପ୍ଟମ୍ବର ୨୧ ଓ ୨୨ ଦୁଇଦିନ ଧରି ହାଇଦ୍ରାବାଦସ୍ଥିତ ନ୍ୟାସନାଲ ଜିଓଫିଜିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ରତ୍ନଭଣ୍ଡାରର ଜିପିଆର ସର୍ଭେ ହୋଇଥିଲା। ଦୁଇ ମାସ ପରେ ଏହି ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି। ଯେଉଁଥିରେ ରତ୍ନଭଣ୍ଡାରରେ ଗୁପ୍ତ ସୁଡଙ୍ଗ କି ଅଧିକ କୋଠରୀ ନଥିବା ସ୍ପଷ୍ଟ କରାଯାଇଥିଲେ ବି ଏକଥାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଶ୍ରୀମନ୍ଦିର ସେବାୟତ ଓ ଜଗନ୍ନାଥ ସଂସ୍କୃତି ଗବେଷକ।

ଅଧିକ ପଢ଼ନ୍ତୁ: Ratna Bhandar GPR Survey Report: ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍ ସର୍ଭେ ରିପୋର୍ଟ

Advertisment

ଏମିତିକି ବଳି ପାତାଳ ମନ୍ଦିରରୁ ସୁଡଙ୍ଗ ସନ୍ଦେହକୁ କାହିଁକି ଗୁରୁତ୍ବ ଦିଆନଯାଇ ଲେଜର ସ୍କାନିଂ କରାହେଲା ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏଥିସହ ଜିପିଆର ସର୍ଭେ ରିପୋର୍ଟରେ କି ତଥ୍ୟ ଆସିଛି ତାକୁ ସାର୍ବଜନୀନ କରିବାକୁ ବି ଦାବି କରିଛନ୍ତି। ସେପଟେ ଏଏସଆଇ ସୁପରିଟେଣ୍ଡଣ୍ଟ ଆର୍କିଓଲୋଜିଷ୍ଟ ମଧ୍ୟ ରତ୍ନଭଣ୍ଡାରରେ ସୁଡ଼ଙ୍ଗ ନଥିବା କହିଥିବାବେଳେ ଏହାର ପଶ୍ଚିମ ଓ ପୂର୍ବପଟ କାନ୍ଥରେ କ୍ରାକ୍ ସହ ଚଟାଣ ମରାମତି ଦରକାର ବୋଲି କହିଛନ୍ତି।ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନଙ୍କ ସହମତିରେ ଯେଉଁ ତାରିଖ ଆସିବ, ସେମାନେ ତୁରନ୍ତ ମରାମତି କାମ ଆରମ୍ଭ କରିବେ ବୋଲି ସେ ସୂଚନା ଦେଇଛନ୍ତି।

ଗୋଟିଏ ପଟେ ଏଯାଏଁ ଶ୍ରୀମନ୍ଦିରର ନୂଆଁ ମ୍ୟାନଜିଂ କମିଟି ଗଠନ ହୋଇନଥିବାବେଳେ ଅନ୍ୟପଟେ ଆଗକୁ ଆସୁଛି ଡିସେମ୍ବର ଓ ଜାନୁଆରୀ ଟୁରିଜିମ୍ ମାସ। ତେଣୁ ଏ ସମୟରେ ଶ୍ରୀମନ୍ଦିରରେ ପ୍ରବଳ ଗହଳି ଭିତରେ କେତେ ସୁବିଧାରେ ରତ୍ନଭଣ୍ଡାର ମରାମତି ହେବ, ତାକୁ ନେଇ ବି ଉଠିଛି ପ୍ରଶ୍ନ।

ଅଧିକ ପଢ଼ନ୍ତୁ: ଆଦାନୀ ବିରୋଧରେ ଆମେରିକାରେ ମାମଲା; ସୌରଶକ୍ତି ଯୋଗାଣ ଚୁକ୍ତିକୁ ନେଇ ଓଡ଼ିଶାରେ ହଇଚଇ 

Puri ASI Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ