Advertisment

No Power Cuts During Summer: ରାଜ୍ୟରେ ହେବନି ପାୱାର କଟ୍, ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ

ରାଜ୍ୟରେ ଗ୍ରୀଷ୍ମପ୍ରବାହ ସମୟରେ ପାୱାର କଟ୍ ହେବନି । ଉପଭୋକ୍ତା ବକେୟା ବିଲ୍‌ ପ୍ରଦାନ କରି ନଥିଲେ ବି ବିଦ୍ୟୁତ କାଟ କରାଯିବନି । ଏହି ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।

ଅଦ୍ୟତନ ହୋଇଛି
No Power Cuts

No Power Cuts

Advertisment

ରାଜ୍ୟରେ ବିଦ୍ୟୁତ କାଟ ହେବନି । ଗ୍ରୀଷ୍ମପ୍ରବାହ ସମୟରେ କାହାର ବି ବିଦ୍ୟୁତ୍ କାଟ କରାଯିବ ନାହିଁ । ଉପଭୋକ୍ତା ବକେୟା ବିଲ୍‌ ପ୍ରଦାନ କରିନଥିଲେ ମଧ୍ୟ ଲାଇନ କଟିବନି । ଆଜି ଏଭଳି ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପାୱାର କଟ୍ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । 

Advertisment

ଅଧିକ ପଢ଼ନ୍ତୁ: ରାଜନୀତିରୁ ସନ୍ୟାସ ନେଲେ କି ରଘୁନନ୍ଦନ? କହିଲେ...

ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି, କୌଣସି ଉପଭୋକ୍ତା ବିଦ୍ୟୁତ୍ ବିଲ୍ ପୈଠ କରିନଥିଲେ ବି ଗ୍ରୀଷ୍ମପ୍ରବାହ ସମୟରେ ତାଙ୍କର ବିଦ୍ୟୁତ୍ କାଟ କରାଯିବନି । କିନ୍ତୁ ଉପଭୋକ୍ତାଙ୍କୁ ବକେୟା ବିଲ୍‌ ପୈଠ କରିବାକୁ ପଡ଼ିବ । କାଳବୈଶାଖୀ ଯୋଗୁଁ କିଛି ସ୍ଥାନରେ ବିଦ୍ୟୁତ କାଟ ହେଉଥିଲା । ବିଦ୍ୟୁତ ସେବା ବ୍ୟାହତ ହେଉଥିଲେ ମଧ୍ୟ ତୁରନ୍ତ ସମାଧାନ ହେଉଛି ବୋଲି କେଭି ସିଂହଦେଓ ସୂଚନା ଦେଇଛନ୍ତି ।

କାଳବୈଶାଖୀ ପରେ ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି ଫେରିଛି । ଦିନ ବେଳା ଘରୁ ବାହାରିବା ତ ଦୂରର କଥା ଗରମ ଗୁଳିଗୁଳିରେ ଘରେ ରହିବା ବି କଷ୍ଟକର ହୋଇପଡୁଛି । ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟରେ ୪୨ ଡିଗ୍ରୀ ଟପିଛି ତାପମାତ୍ରା । ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ହୀରାକୁଦରେ ୪୦, ସମ୍ବଲପୁର ୩୯.୬, ରାଉରକେଲାରେ ୩୯ ଡିଗ୍ରୀ ତପମାତ୍ରା ରେକର୍ଡ ହୋଇଛି । କେନ୍ଦୁଝରରେ ୩୬.୮, ଚାନ୍ଦବାଲି ୩୬.୪, ଭୁବନେଶ୍ବରରେ ଦିନ ସାଢ଼େ ୧୧ଟା ସୁଦ୍ଧା ୩୫.୪ ଡିଗ୍ରୀ ଛୁଇଁଛି ପାରଦ ।

Advertisment

ଫଳରେ ଦିନ ୧୦ଟା ପରେ ଘରୁ ବାହାରିବା ବଡ଼ କଷ୍ଟକର ହୋଇପଡୁଛି । ଏପରି ସ୍ଥଳେ ଯଦି ପାୱାର୍ କଟ୍ ହୁଏ ତେବେ ଜନଜୀବନ ଆହୁରି ଅସ୍ତବ୍ୟସ୍ତ ହୋଇପଡିବ । ଏହାକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ କାଟ କରାଯିବନି ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । 

ଅଧିକ ପଢ଼ନ୍ତୁ: ‘BJDକୁ ବଙ୍ଗୋପସାଗର ପାଖକୁ ନେଇଗଲେଣି, କେବଳ ସମୁଦ୍ର ଗର୍ଭରେ ବୁଡ଼ାଇବା ବାକି ଅଛି’

Advertisment
Power Cut Power Outage Odisha Heat Conditions Kanak Vardhan Singhdeo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ