/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720852893.jpg)
Oxygen Plant
କେବେ କାର୍ଯ୍ୟକ୍ଷମ ହେବ ଅକ୍ସିଜେନ୍ ପ୍ଲାଣ୍ଟ ? ଦୁଇ ବର୍ଷ ହେବ ରାଜ୍ୟ ସରକାରଙ୍କ ଭାଙ୍ଗୁନି ନିଦ । ରାଜ୍ୟରେ ପୂର୍ବ ସରକାର ସମୟରେ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଦୁଇ ଦୁଇଟି ଅକ୍ସିଜେନ୍ ପ୍ଲାଣ୍ଟ ବନ୍ଦ ହୋଇଛି । ହେଲେ ଓଡ଼ିଶାରେ ନୂଆ ସରକାର ଆସିଥିବାରୁ ଏହି ପ୍ଲାଣ୍ଟ ପୁଣି ଥରେ କାର୍ଯ୍ୟକ୍ଷମ ହେବ ବୋଲି ଅଶା କରିଛନ୍ତି ସ୍ଥାନୀୟ ଲୋକେ ।
ଏହି ମେଡିକାଲ୍ କଲେଜକୁ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ରୋଗୀ ମାନେ ଉନ୍ନତ ମାନର ଚିକିତ୍ସା ସେବା ପାଇଁ ଆସିଥାନ୍ତି । ବର୍ତ୍ତମାନ୍ ବର୍ଷା ଦିନ ହୋଇଥିବାରୁ ପୂର୍ବାପେକ୍ଷା ରୋଗୀ ସଂଖ୍ୟା ବୃଦ୍ଧି ପାଉଛି । ନିୟମିତ ପ୍ରାୟ ଶହ ଶହ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହେଉଥିବା ବେଳେ ୫ ଶହରୁ ଊର୍ଦ୍ଧ୍ୱ ରୋଗୀ ଡାକ୍ତରଙ୍କ ପରାମର୍ଶ ନେଇ ଫେରୁଛନ୍ତି ।
ଏହି ମେଡିକାଲ୍ କଲେଜରେ ଏକାଧିକ ସେବା ବନ୍ଦ ହୋଇରହିଛି । ବିଶେଷ କରି ଜରୁରୀ ସେବା ଭାବେ ବିବେଚିତ ଅକ୍ସିଜେନ୍ ସେବା ପ୍ରଦାନ ଦିଗରେ ଏଠାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ।
ମେଡିକାଲ୍ କଲେଜ ପରିସରରେ ଅକ୍ସିଜେନ୍ ପ୍ରସ୍ତୁତ ପାଇଁ ତିନୋଟି ପ୍ଲାଣ୍ଟ ରହିଛି । ହେଲେ ସେଥିରୁ ମାତ୍ର ଗୋଟିଏ କାର୍ଯ୍ୟକ୍ଷମ । କୋଭିଡ ସମୟରେ ଆରମ୍ଭ ହୋଇଥିବା ଏହି ଦୁଇ ପ୍ଲାଣ୍ଟ, କିଛିଦିନ ସେବା ଯୋଗାଇବା ପରେ ଅଚଳାବସ୍ଥାରେ ରହିଛି । କୋଉଠି ପକ୍ଷୀ ବସା କଲେଣି ତ ଅନ୍ୟ କୋଉଠି ଲାଇଟ ଝୁଲୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)