/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723105635.jpg)
Liquor Shop
ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ଘୋଷଣା । ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ । ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଚୋରା ମଦ କାରବାର ସବୁବେଳେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେଣୁ ରାଜ୍ୟରେ ଚୋରା ମଦ ବିକ୍ରି ବନ୍ଦ କରିବା ଆମ ପାଖରେ ବଡ଼ ଚ୍ୟାଲେଞ୍ଜ ରହିଛି ବୋଲି ସେ କହିଛନ୍ତି । ଆଗାମୀ ବର୍ଷଠାରୁ ଓଡ଼ିଶାରେ ଚୋରା ମଦ ବନ୍ଦ ହେବ । ସେ ଆଧାରରେ ଆଗକୁ ନିୟମରେ ଆମୂଳଚୂଳ ପରିବର୍ତ୍ତନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଆସନ୍ତା ବର୍ଷ ଯେଉଁ ମଦନୀତି ହେବ, ସେଥିରେ ଓଡ଼ିଶାରେ ଚୋରାମଦ ବିକ୍ରି ବନ୍ଦ କରିବାକୁ ବାଟ ବାହାର କରାଯିବ । ପୂର୍ବରୁ ଯେଉଁ ମଦନୀତି ଥିଲା ସେଥିରେ କିଛି ସାବଲୀଳ କରାଯିବ । ଯେଉଁ କିଛି ସମସ୍ୟା ରହିଥିଲା, ତାକୁ କିପରି ସୂଚାରୁ ରୂପେ କରାଯିବ ସେ ଦିଗରେ ପ୍ରଚେଷ୍ଟା କରାଯାଉଛି ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଆଇନ ମନ୍ତ୍ରୀଙ୍କ ବଡ଼ ଘୋଷଣା। ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ । ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହାସହ ବଡ଼ ଚ୍ୟାଲେଜ ରହିଛି ଚୋରା ମଦ ବିକ୍ରି କିପରି ବନ୍ଦ ହେବ।#Liquor#Odisha#PrithvirajHarichandan#OTVpic.twitter.com/cNnrCpT4YF
— ଓଟିଭି (@otvkhabar) August 8, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)