ସୁଭଦ୍ରା ଯୋଜନା ଫର୍ମ ଦାଖଲକୁ ନେଇ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର କଲେ ଜନସେବା କେନ୍ଦ୍ରର ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ମୁଖ୍ୟ ଦିଲ୍ଲୀପ ଦାଶ । ନିଜେ ଘରେ ରହି ଅନଲାଇନରେ କରି ପାରିବେନି ସୁଭଦ୍ରା ଯୋଜନା ଆବେଦନ । କେବଳ ଜନସେବା କେନ୍ଦ୍ର ମାଧ୍ୟମରେ ହିଁ ହୋଇପାରିବ ଆବେଦନ । ଆଜି ସନ୍ଧ୍ୟାରୁ ଖୋଲିବ ସୁଭଦ୍ରା ପୋର୍ଟାଲ । ତେଣୁ ଏବେଠୁ ଜନସେବା କେନ୍ଦ୍ରରେ ଭିଡ଼ ଲଗାନ୍ତୁନି ।
Also Read
ଅଧିକ ପଢ଼ନ୍ତୁ: ଆଜିଠୁ ଆରମ୍ଭ ସୁଭଦ୍ରା ଫର୍ମ ସଂଗ୍ରହ, ମୋ ସେବା ଓ ଜନସେବା କେନ୍ଦ୍ରରେ କରି ହେବ ଆବେଦନ
ସେହିପରି ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା ହୋଇନାହିଁ । ତେଣୁ ଶେଷ ଆବେଦନକାରୀ ଥିବା ଯାଏଁ ଜାରି ରହିବ ଫର୍ମ ଗ୍ରହଣ । ରାଜ୍ୟ ସରକାର ଅଙ୍ଗନବାଡି କର୍ମୀଙ୍କ ଜରିଆରେ ଆବେଦନକାରୀଙ୍କ ପାଖରେ ଉପଲବ୍ଧ କରାଇଛନ୍ତି ସୁଭଦ୍ରା ଫର୍ମ । କିଛି ଜନସେବା କେନ୍ଦ୍ରରେ ମଧ୍ୟ ଫର୍ମ ଉପଲବ୍ଧ ହେଉଛି । ସେମାନଙ୍କ ଠାରୁ ଫର୍ମ ନେଇ ତାକୁ ପୂରଣ କରି ଜନସେବା କେନ୍ଦ୍ରରେ ଦାଖଲ କରିବେ । ଏଥିପାଇଁ ସାଥିରେ କେବଳ ଆଧାର କାର୍ଡ ଆଣିବାକୁ ପଡ଼ିବ ।
ମୋବାଇଲ ନମ୍ବର, ଆଙ୍ଗୁଠି ଛାପ, ମୁହଁ କିମ୍ବା ଆଖି ଡୋଳା ଭଳି ୪ଟି ବିକଳ୍ପରେ ହୋଇପାରିବ ଆଧାର ଅଥେଣ୍ଟିକେସନ । ତେଣୁ ଆଧାର ଅପଡେଟ କରାଇବା ଲାଗି ମଧ୍ୟ ଲୋକମାନେ ଜନସେବା କେନ୍ଦ୍ରରେ ଅଯଥା ଭିଡ଼ ଲଗାନ୍ତୁ ନାହିଁ । ଅନେକ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜନ କରାଯାଇ ସୁଭଦ୍ରା ଯୋଜନା ଫର୍ମ ଗ୍ରହଣ ବ୍ୟବସ୍ଥା କରାଯାଉଛି ବୋଲି ଦିଲ୍ଲୀପ ଦାଶ କହିଛନ୍ତି ।
ଅଧିକ ପଢ଼ନ୍ତୁ: ‘ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ଦିଆଯିବ ନୂଆ ରାସନ କାର୍ଡ’