/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725450614.jpg)
Commissioner
ଫୁଡ୍ କମିଶନରଙ୍କୁ ଗୃହରେ ଆକ୍ଷେପ କଲେ ଯୋଗାଣ ମନ୍ତ୍ରୀ। ସିଧା ଟାର୍ଗେଟ କରିବା ସହ ମନ୍ତ୍ରୀ କହିଛନ୍ତି ଯୋଗ୍ୟତା ଥିବା ଲୋକଙ୍କୁ ବାଦ୍ ଦେଇ ଗତ ବିଜେଡି ସରକାର ଜଣେ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଖାଦ୍ୟ ସୁରକ୍ଷା କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ।
'#ଚୋର_ଡକାୟତଟାକୁ_କମିଶନର_କରି_ବସେଇଛନ୍ତି'- କୃଷ୍ଣ ଚନ୍ଦ୍ର ପାତ୍ର
'ତା ପାଠ ପଢ଼ା ଜମାରୁ ବି.ଏ । ଅଭିଜ୍ଞତା ନାହିଁ, ଗୋଟେ ଚୋର, ଡକାୟତ ଲୋକଟାକୁ ବସେଇ ଦେଇଛନ୍ତି । କ’ଣ ନା କମିଶନର ।'- କୃଷ୍ଣଚନ୍ଦ୍ର ପାତ୍ର#Food#Supply#KrushnaChandraPatra#OdishaGovernment#OdishaPolitics#OTVpic.twitter.com/Bfc24NlmRV— ଓଟିଭି (@otvkhabar) September 4, 2024
ଯେଉଁ ପଦ ପାଇଁ IFSମାନେ ଆବେଦନ କରିଥିଲେ, ସେଠାରେ ଜଣେ BA ପାସ୍ ବ୍ୟକ୍ତିଙ୍କୁ କାହିଁକି ନିଯୁକ୍ତି ଦେଇ ମାସକୁ ୩ ଲକ୍ଷ ଟଙ୍କା ଦିଆଯାଉଥିଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଚୋର ଡକାୟତଟାକୁ କମିଶନର କରି ବସେଇଛନ୍ତି । ଏନେଇ ଏକ କମିଟି ଗଠନ କରି ଯାଞ୍ଚ ହେବ ବୋଲି ଗୃହରେ ଉତ୍ତର ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଆହୁରି କହିଛନ୍ତି ଯେ, ନିଯୁକ୍ତି ପ୍ରକ୍ରିୟା ଭୁଲ୍ ଥିଲେ ସଙ୍ଗେ ସଙ୍ଗେ ତାଙ୍କୁ ଅଧ୍ୟକ୍ଷ ପଦରୁ ବିତାଡିତ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।