ଜନସାଧରଣଙ୍କ ପାଇଁ ଖୁସି ଖବର । ଏଣିକି ୨୪ ଘଣ୍ଟା ଖୋଲା ରହିବ ନିରାମୟ ଔଷଧ କେନ୍ଦ୍ର । ଏନେଇ ନିର୍ଦ୍ଦେଶ ଦେଲେ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଯାହାଫଳରେ ଆଉ ରାତିରେ ଅସୁବିଧାରେ ପଡ଼ିବେନି ଲୋକ ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଯେପରି ଏହାର ଖିଲାପ ନ ହେବ ସେଥିପାଇଁ ସ୍କ୍ବାଡ୍ ଗଠନ ହୋଇଛି । ନିରାମୟ ଖୋଲା ନ ଥିଲେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେବ । ଔଷଧ ନିଗମର ଔଷଧ ଠିକ୍ ସମୟରେ ପହଞ୍ଚୁଛି ନା ନାହିଁ ସମୀକ୍ଷା କରିବା ସହ ଔଷଧ, ନାପକିନ୍ କିପରି ସ୍କୁଲ୍ରେ ପହଞ୍ଚିବ ତା ଉପରେ ଗୁରୁତ୍ବ ମଧ୍ୟ ଦେଇଛନ୍ତି ।
Also Read
ଅଧିକ ପଢ଼ନ୍ତୁ: ଅତିବଡ଼ି ଜଗନ୍ନାଥ ଦାସ ସ୍ମୃତି ପୀଠରେ ତାଲା, ଓଡ଼ିଆ ଅସ୍ମିତାକୁ ନେଇ ଉଠିଲା ପ୍ରଶ୍ନ!
ଓଡ଼ିଶାବାସୀଙ୍କୁ ବିଭିନ୍ନ ପ୍ରକାରର ଜୀବନରକ୍ଷକ ବ୍ୟୟବହୁଳ ଔଷଧଗୁଡ଼ିକୁ ବିନାମୂଲ୍ୟରେ ଯୋଗାଇଦେବା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଏହା ଏକ ପ୍ରୟାସ । ଜନସାଧାରଣଙ୍କୁ ମାଗଣା ଚିକିତ୍ସା ଓ ମାଗଣା ଔଷଧ ଯେଭଳି ହାତ ପାଆନ୍ତାରେ ମିଳିବ ସେଥିନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିରାମୟ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନାରେ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ସରକାରୀ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନଙ୍କୁ ମାଗଣାରେ ଜେନେରିକ୍ ମେଡିସିନ ଯୋଗାଇ ଦିଆଯିବ । ଏହାଦ୍ୱାରା ଗରୀବ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ବହୁ ପରିମାଣରେ ହ୍ରାସ ହୋଇପାରିବ ।
ଏହି ଯୋଜନା ଓଡ଼ିଶା ରାଜ୍ୟ ଔଷଧ ନିଗମ(OSMCL)ଦ୍ୱାରା ପରିଚାଳିତ ହେଉଛି । ସ୍ୱାସ୍ଥ୍ୟସେବାକୁ ଅଧିକ ଜନାଭିମୁଖୀ କରିବାପାଇଁ ୨୦୧୪ ମସିହା ବଜେଟରେ ୨୦୦କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା । ଏହିକ୍ରମରେ ଜନସାଧାରଣଙ୍କୁ କିଭଳି ଅଧିକରୁ ଅଧିକ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ସେଥିଲାଗି ଔଷଧ ନିଗମ ପ୍ରସ୍ତୁତ କରାଯାଇଛି ।
କେନ୍ଦ୍ରୀୟ ପ୍ରକ୍ରିୟାରେ ଇ-ଟେଣ୍ଡର ମାଧ୍ୟମରେ ଔଷଧ କିଣାଯିବା ସାଙ୍ଗକୁ ସ୍ୱଚ୍ଛ ଉପାୟରେ ଶୀତଳଭଣ୍ଡାରରେ ରଖିବା, ସୁବଣ୍ଟନ ବ୍ୟବସ୍ଥା କରିବା ଏବଂ ଡାକ୍ତରମାନେ ଯେଭଳି ସରକାରୀ ଔଷଧକୁ ରୋଗୀଙ୍କୁ ଯୋଗାଇବେ ତା’ ଉପରେ ଗୁରୁତ୍ୱ ଦିଆଯାଉଛି । ସମସ୍ତ ବିଧି ଏବଂ ବଣ୍ଟନ ପ୍ରକ୍ରିୟା ଅନଲାଇନରେ ବି ହେଉଛି ।