Advertisment

ଶ୍ରୀମନ୍ଦିରରେ ଶ୍ରୀଜିଉ; ଆଜି ବାହାରିବ ନୀଳାଚଳ ଅବଢା

ଆଜି ବାହାରିବ ନୀଳାଚଳ ଅବଢା, ଶ୍ରୀଜିଉଙ୍କ ଠାରେ ଲାଗି ପରେ ଅପରାହ୍ନରେ ବାହାରିବ ମହାପ୍ରସାଦ..

author-image
Pallipuspa Samal
ଅଦ୍ୟତନ ହୋଇଛି
abhada

abhada

ଆଜି ବାହାରିବ ନୀଳାଚଳ ଅବଢା। ମହାପ୍ରଭୁ ରତ୍ନବେଦୀକୁ ବିଜେ ପରେ ପୁଣି ଦୈନନ୍ଦିନ ନୀତିକାନ୍ତି ସ୍ବାଭାବିକ ହୋଇଛି । ୧୩ ଦିନ ପରେ ନୀଳାଚଳ ଅବଢା ପାଇବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ଶ୍ରୀଜିଉଙ୍କ ଠାରେ ଲାଗି ପରେ ଅପରାହ୍ନରେ ବାହାରିବ ମହାପ୍ରସାଦ। ଗତକାଲି ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ବଡ଼ଦେଉଳକୁ ଆସିଥିଲେ । ରସଗୋଲା ଖୁଆଇ ମାଆ ଲକ୍ଷ୍ମୀଙ୍କର ମାନଭଞ୍ଜନ କରିଥିଲେ ବ୍ରହ୍ମାଣ୍ଡ ଠାକୁର।

Advertisment

ନୀଳାଦ୍ରିବିଜେ ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ଆଗରେ ଆହେ ନୀଳଶୈଳ ଜଣାଣ ଗାଇଲେ ଶ୍ରଦ୍ଧାଳୁ। ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ସମେତ ହଜାର ହଜାର ଶ୍ରଦ୍ଧାଳୁ ସମବେତ ହୋଇ ଜଣାଣ ଗାଇଥିଲେ। ବର୍ଷା ସତ୍ତ୍ବେ ଶ୍ରଦ୍ଧାଳୁଙ୍କ ଦ୍ବାରା ଏ ଜଣାଣ ବଡ଼ଦାଣ୍ଡରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା 

ପବିତ୍ର ବାହୁଡାଯାତ୍ରା, ସୁନାବେଶ ଏବଂ ଅଧରପଣା ନୀତିକାନ୍ତି ପରିଚାଳନା ସହିତ ଐତିହାସିକ ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟାରେ ମହାପ୍ରଭୁ ଆଶୀର୍ବାଦ କରିଥିବାରୁ ଏହି ରଥଯାତ୍ରା ବ୍ୟକ୍ତିଗତ ଭାବେ ଅବିସ୍ମରଣୀୟ ବୋଲି ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଏହା ସମ୍ଭବ ହୋଇଛି, ସମସ୍ତ ସେବକଙ୍କ ଅକୁଣ୍ଠ ସହଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ, ଜିଲ୍ଲା ତଥା ପୋଲିସ୍ ପ୍ରଶାସନ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ବୋଲି ସୋସିଆଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Advertisment

ସେପଟେ ନନ୍ଦିଘୋଷ ରଥ ଆଗରେ ଯୋଗ କରି ଚର୍ଚ୍ଚାରେ ପୁରୀର ଅଭିଜିତ ତ୍ରିପାଠୀ। ମହାପ୍ରଭୁଙ୍କ ଆଗରେ ଯୋଗର ବିଭିନ୍ନ ମୁଦ୍ରା ସେ ପ୍ରଦର୍ଶନ କରିଛନ୍ତି । ଦଶମ ଶ୍ରେଣୀର ଛାତ୍ର ଅଭିଜିତଙ୍କ ପିଲାଟି ବେଳୁ ଯୋଗ ପ୍ରତି ଆଗ୍ରହ ଥିଲା। ଯୋଗ ବିଭିନ୍ନ କଠିନ ମୁଦ୍ରାକୁ ଅତି ସହଜରେ କରିଥାନ୍ତି ଅଭିଜିତ । ବଡ଼ଦାଣ୍ଡରେ ଅଭିଜିତଙ୍କ ଯୋଗମୁଦ୍ରା ଶ୍ରଦ୍ଧାଳୁଙ୍କୁ ଚକିତ କରିଥିଲା ।

Puri Puri Abhada
Advertisment
Advertisment