Advertisment

KIIT University: କିଟ୍ ପ୍ରତିଷ୍ଠାତାଙ୍କ ହିଟଲରୀ ଶାସନ ! NIFTକୁ ବାଟ ଛାଡୁନି KIIT...

ଅଚ୍ୟୁତ ସାମନ୍ତଙ୍କ ସାମନ୍ତବାଦୀ ନୀତି। ସରକାରୀ ସଂସ୍ଥାକୁ ବି ଛାଡ଼ୁନାହାନ୍ତି ସରକାରୀ ବାଟ। ଫାଟକ ପକାଇ, ସିକ୍ୟୁରିଟି ଜଗାଇ ଓଗାଳୁଛନ୍ତି ରାସ୍ତା।

ଅଦ୍ୟତନ ହୋଇଛି
undefined

ବାଟ ଛାଡ଼ୁନି KIIT

Advertisment

କିଟ୍ ପ୍ରତିଷ୍ଠାତାଙ୍କ ହିଟଲରୀ ଶାସନ! ଅଚ୍ୟୁତ ସାମନ୍ତଙ୍କ ସାମନ୍ତବାଦୀ ନୀତି। ସରକାରୀ ସଂସ୍ଥାକୁ ବି ଛାଡ଼ୁନାହାନ୍ତି ସରକାରୀ ବାଟ। ଫାଟକ ପକାଇ, ସିକ୍ୟୁରିଟି ଜଗାଇ ଓଗାଳୁଛନ୍ତି ରାସ୍ତା। ନୋ ପାର୍କିଂ ସାଇନ୍ ବୋର୍ଡରେ କଳା ବୋଳି ଜୋର୍ ଜବରଦସ୍ତ କରୁଛନ୍ତି ପାର୍କିଂ।  ଭୁବନେସ୍ବର କିଟ୍ କ୍ୟାଂପସର ଗେଟ୍ ନମ୍ବର-୬। ଯେଉଁଠି ସର୍ବସାଧାରଣଙ୍କ ପ୍ରବେଶ ମନା। କିଟ୍ ଛାତ୍ରଛାତ୍ରୀଙ୍କ ବାଦ୍ ଅନ୍ୟ କେହି ପଶିଲେ, ଅଟକାଉଛନ୍ତି। NIFT ଓ ପୋଷାକ ଉଷ୍ମାୟନ କେନ୍ଦ୍ର। NIFT ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଏଠାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ କିଟ୍ ଅଟକାଉଥିବାରୁ NIFTକୁ ମୁଖ୍ୟ ରାସ୍ତା ନିକଟରେ ଦିନ ରାତି ନିଜର ସିକ୍ୟୁରିଟି ଛିଡ଼ା କରାଇବାକୁ ପଡ଼ୁଛି। ଏମିତିକି ପାର୍ସଲ ଆଣି ଆସୁଥିବା ଗାଡ଼ିକୁ ବି ଛାଡ଼ୁ ନ ଥିବାରୁ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ରାସ୍ତା ପାଖକୁ ଯିବାକୁ ପଡୁଛି।

Advertisment

ଅଧିକ ପଢ଼ନ୍ତୁ: କିଟ୍ ଘଟଣାରେ ପୋଲିସ କମିଶନରଙ୍କୁ ଭେଟି ପୋଲିସର ନିଷ୍କ୍ରିୟତା କଥା କହିଲା CPIM

ସେପଟେ କିଟ୍ ଘଟଣାରେ ପୋଲିସ କମିଶନରଙ୍କୁ ଭେଟି ନ୍ୟାୟିକ ତଦନ୍ତ ଦାବିକଲେ ସିପିଏମର ବରିଷ୍ଠ ନେତା ଜନାର୍ଦ୍ଦନ ପତି । ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରି କହିଲେ ପୋଲିସ୍ ଓ କିଟ୍ ପ୍ରଶାସନ ମଧ୍ୟରେ ହାତଗଣ୍ଠି ପଡିଛି । ଏହି ଘଟଣାରେ ପୋଲିସ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ପୋଲିସ କମିଶନର ଏସ୍ ଦେବଦତ୍ତ ସିଂଙ୍କୁ ଭେଟି ସିଧାସଳଖ କହିଲେ । ଘଟଣାରେ ସମ୍ପୃକ୍ତ ଲୋକ ତଥା କିଟ୍ କର୍ମଚାରୀ ଯେଉଁମାନେ ନେପାଳୀ ଛାତ୍ରଛାତ୍ରୀଙ୍କୁ ମାଡ ମାରିଛନ୍ତି ଓ ଅଶାଳୀନ ଭାଷାରେ ଗାଳିଗୁଲଜ କରିଛନ୍ତି ସେମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନଥିବା ସିପିଏମର ବରିଷ୍ଠ ନେତା ଜନାର୍ଦ୍ଦନ ପତି କହିଛନ୍ତି ।

Advertisment

ସାରା ବିଶ୍ୱରେ ଭାରତକୁ ଯେଉଁମାନେ ନିନ୍ଦିତ କରିଛନ୍ତି ସେମାନଙ୍କୁ ଏପର୍ଯ୍ୟନ୍ତ ପୋଲିସ ଗିରଫ କରିନଥିବା ସେ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ସିପିଏମ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଇନର ଶାସନ ଏଠି ନଥିବା ଅଭିଯୋଗ କରି ସେ କହିଛନ୍ତି, ପୋଲିସ୍ କିଭଳି ଦଫା ଲଗାଇଲା ଯେ, ଅଭିଯୁକ୍ତମାନଙ୍କୁ ସେହିଦିନ କୋର୍ଟରେ ଜାମିନ୍ ମିଳିଗଲା ।

ଯେଉଁ ମହିଳା ନେପାଳର ବଜେଟ୍ ନେଇ କଟୁ ମନ୍ତବ୍ୟ ଦେଇଥିଲେ, ତାଙ୍କୁ ମଧ୍ୟ ପୋଲିସ୍ ଗିରଫ କରିନାହିଁ । ଏକ ବିଶ୍ୱବିଦ୍ୟାଳୟରେ କେବଳ ଏକ ନିର୍ଦ୍ଦିଷ୍ଟ ଦେଶର ପିଲାଙ୍କ ପାଇଁ ସାଇନ୍-ଇ-ଡାଏ ଘୋଷଣା କରାଯିବା ଘଟଣା ଦେଶରେ ପ୍ରଥମ ବୋଲି ସେ କହିଛନ୍ତି । ଏହା ଏକ ବିଶ୍ୱସ୍ତରୀୟ ପ୍ରସଙ୍ଗ । ନେପାଳ ଛାତ୍ରଛାତ୍ରୀଙ୍କୁ କିଟର କର୍ମଚାରୀ ଓ ବାଉନ୍ସର ଅର୍ଥାତ ଭଡାଟିଆ ଗୁଣ୍ଡାମାନେ ଯେତେବେଳେ ପିଟୁଥିଲେ ସେତେବେଳେ ପୋଲିସ୍ ଚୁପ୍ ରହିଥିଲା । ଯେଉଁ ବାଉନ୍ସରମାନେ ପିଟୁଥିଲେ, ସେମାନଙ୍କୁ ପୋଲିସ୍ ଗିରଫ କରିନାହିଁ ବୋଲି କହିଛନ୍ତି ଜନାର୍ଦ୍ଦନ । ଏହି ବାଉନ୍ସରଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କ ଅପରାଧିକ ପୃଷ୍ଠଭୂମି ଯାଞ୍ଚ କରାଯିବାକୁ ସେ ଦାବି କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: କିଟ୍ ଘଟଣାରେ ନେପାଳ ମାନବାଧିକାର କମିଶନଙ୍କ ଚିଠି, ତୁରନ୍ତ ନ୍ୟାୟ ଦିଅ

Bhubaneswar KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ