Advertisment

ବିଧାନସଭାରେ ବିଧାୟକଙ୍କ ଶପଥ ପାଠ: ପ୍ରଥମେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଶପଥ ନେଉଛନ୍ତି ରାଜ୍ୟର ନବନିର୍ବାଚିତ ବିଧାୟକ । ଶପଥ ପାଠ କରାଉଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ପ୍ରଥମେ ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ।

author-image
Sujit kumar Swain
ଅଦ୍ୟତନ ହୋଇଛି
Odisha MLAs Oath Taking Ceremony

oath-taking-ceremony

ଶପଥ ନେଉଛନ୍ତି ବିଧାୟକ। ଏଥର ନବନିର୍ବାଚିତ ବିଧାୟକ ମାନେ ଶପଥ ନେଉଛନ୍ତି। ତିନି ଦିନ ପାଇଁ ଆରମ୍ଭ ହୋଇଥିବା ବିଧାନସଭାର ଅଧିବେଶନରେ ଶପଥ ପାଠ କାର୍ଯ୍ୟକ୍ରମ ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ପ୍ରଥମେ ଶପଥ ନେଇଛନ୍ତି। 

Advertisment

ଏହା ପରେ ପରେ ବିଧାୟକ ମାନେ ଜଣେ ଜଣେ କରି ଶପଥ ନେଉଛନ୍ତି । ଏଥର କିନ୍ତୁ ଅନେକ ପୁରୁଣା ମୁହଁଙ୍କୁ ମିଳିଛି ନୂଆ ପରିଚୟ। ନବୀନ ପଟ୍ଟନାୟକ ଏଥର ଆଉ ମୁଖ୍ୟମନ୍ତ୍ରୀ ନୁହେଁ ବରଂ ବିରୋଧୀ ଦଳ ଆସନରେ ବସିଛନ୍ତି। ହିଞ୍ଜିଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ସେ ଶପଥ ନେଇଛନ୍ତି। ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ବିଧାୟକଙ୍କୁ ଶପଥ ପାଠ କରାଇଛନ୍ତି। ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ନେତା ମାନେ ବିଧାନସଭାକୁ ମୁଣ୍ଡିଆ ମାରି ପ୍ରବେଶ କରିଥିଲେ। ୨୦ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ଏଥର ବିଧାନସଭାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ୮୨ ଜଣ ନୂଆ ବିଧାୟକ।

ଅଧିକ ପଢ଼ନ୍ତୁ: ବିଧାନସଭାକୁ ସାଇକେଲ ଧରି ପହଞ୍ଚିଲେ ସିଦ୍ଧାନ୍ତ; ସୁସ୍ଥ ରହିବା ପାଇଁ କଲେ ଆହ୍ବାନ...

Advertisment

ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହା ହେଉଛି ପ୍ରଥମ ବିଧାନସଭା ଅଧିବେଶନ। ଏହି ତିନିଦିନିଆ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତ୍ରିସ୍ତରୀୟ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ବିଧାନସଭା।  

ଗତକାଲି ବିଧାନସଭାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ । ପୋଲିସ କମିଶନର ସଞ୍ଜୀବ ପଣ୍ଡା ଓ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ଏହି ଯାଞ୍ଚ ସମୟରେ ଉପସ୍ଥିତ ଥିଲେ। ପୋଲିସ କମିଶନର ସୁରକ୍ଷା ଦାୟିତ୍ବରେ ଥିବାବେଳେ ୭୫ ପୋଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୋଲିସ୍ ନିୟୋଜିତ ହୋଇଛନ୍ତି । ଏଥିସହ ଆଣ୍ଟି ସାବୋଟେଜ୍ ଓ ଆଣ୍ଟି ଟେରୋରିଷ୍ଟ ଟିମ୍ ମଧ୍ୟ ରହିଛନ୍ତି ।  

Chief Minister Odisha Assembly Oath Taking Ceremony Mohan Majhi
Advertisment
Advertisment