Advertisment

ଓଡ଼ିଶାରେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଆଜି ନେବେ ଦାୟିତ୍ୱ

୧୯୯୦ ବ୍ୟାଚର ଏହି ଆଇଏଏସ୍ ଅଧିକାରୀଙ୍କ ନାଁ ଉପରେ ମୋହର ମାରିଥିଲେ ରାଜ୍ୟ ସରକାର । ଓଡ଼ିଶା ଆସିବା ପୂର୍ବରୁ ଆହୁଜା କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ନିର୍ଦ୍ଦେଶକ ତଥା ସଚିବ ଭାବେ କାର୍ଯ୍ୟ କରୁଥିଲେ।

author-image
Sonali Ojha
Manoj Ahuja

Manoj Ahuja

ଓଡ଼ିଶା ଆସିଛନ୍ତି ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ମନୋଜ ଆହୁଜା। ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିଛନ୍ତି ମନୋଜ ଆହୁଜା। ମୁଖ୍ୟ ଶାସନ ସଚିବ ଭାବେ ନାମ ଘୋଷଣା ପରେ ଓଡ଼ିଶା ଫେରିଛନ୍ତି ମନୋଜ। ଆଜି ସରୁଛି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ। ଆଜି ଅପରାହ୍ନରେ ନୂଆ ମୁଖ୍ୟ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିପାରନ୍ତି ମନୋଜ ।

Advertisment

୧୯୯୦ ବ୍ୟାଚର ଏହି ଆଇଏଏସ୍ ଅଧିକାରୀଙ୍କ ନାଁ ଉପରେ ମୋହର ମାରିଥିଲେ ରାଜ୍ୟ ସରକାର । ଓଡ଼ିଶା ଆସିବା ପୂର୍ବରୁ ଆହୁଜା କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ନିର୍ଦ୍ଦେଶକ ତଥା ସଚିବ ଭାବେ କାର୍ଯ୍ୟ କରୁଥିଲେ। ୧୯୯୦ ବ୍ୟାଚ ବରିଷ୍ଠ ଆଇଏଏସ ଅଫିସର ହେଉଛନ୍ତି ମନୋଜ ଆହୁଜା । ଖୋର୍ଦ୍ଧା ଜିଲ୍ଲାପାଳ ଭାବେ କ୍ଯାରିଅର ଆରମ୍ଭ କରିଥିଲେ ମନୋଜ ଆହୁଜା । ସେ କେନ୍ଦ୍ର କୃଷି ସଚିବ ଦାୟିତ୍ଵରେ ରହିଥିଲେ।

୨୦୧୭ରେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଲାଲ ବାହାଦୂର ଶାସ୍ତ୍ରୀ ଏକାଡେମୀର ସ୍ଵତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରିଥିଲେ । ୨୦୨୦ରେ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟରେ ସେ ସିବିଏସଇ ଅଧ୍ୟକ୍ଷ ଭାବେ ଦାୟିତ୍ଵରେ ରହିଥଲେ । ଏହାପରେ ୨୦୦୯ରେ ଖାଦ୍ୟ ଯୋଗାଣ ସଚିବ, ୨୦୧୦ରେ ଖଣି ଇସ୍ପାତ ବିଭାଗ ସଚିବ ହୋଇଥିଲେ । ୨୦୧୨ରେ କ୍ରୀଡ଼ା ଯୁବ ବ୍ଯାପାର ଓ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ବାଣିଜ୍ୟ କର କମିଶନର ଥିଲେ । ୨୦୧୫ରେ ସମବାୟ ବିଭାଗର ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ।

Advertisment
Odisha’s New Chief Secretary
Advertisment
Advertisment