Advertisment

NEET Rank Error: ନିଟ୍ ପରୀକ୍ଷାରେ ରାଙ୍କ୍ ତ୍ରୁଟି; ଅନ୍ଧାରରେ ମେଧାବୀ ଛାତ୍ରୀଙ୍କ ଭବିଷ୍ୟତ...

ଜଣେ ଛାତ୍ରୀଙ୍କ ଭିନ୍ନ ଭିନ୍ନ ମାର୍କ, ଦୁଇଟି ରାଙ୍କ...ଗୋଟିଏରେ ଅଧିକ, ଅନ୍ୟଟିରେ କମ୍ ମାର୍କ୍ ଓ ରାଙ୍କ୍...ତ୍ରୁଟି ନେଇ ନିଟ୍ କର୍ତ୍ତୃପକ୍ଷ ଶୁଣୁନଥିବା ଅଭିଯୋଗ...

author-image
Sujit kumar Swain
ଅଦ୍ୟତନ ହୋଇଛି
NEET Rank Error

NEET Rank Error

ନିଟ୍ ପରୀକ୍ଷା ରାଙ୍କ ତ୍ରୁଟିରୁ ଅନ୍ଧାରରେ ମେଧାବୀ ଛାତ୍ରୀଙ୍କ ଭବିଷ୍ୟତ। ଅଭିଯୋଗ ପରେ ବି ନିଟ୍ କର୍ତ୍ତୃପକ୍ଷଙ୍କ ସନ୍ତୋଷଜନକ ଉତ୍ତର ନମିଳିବାରୁ ପରିବାର ସହ ଆତ୍ମାହୂତି ଦେବାକୁ ଧମକ। ବଲାଙ୍ଗିର ତାଲପାଲି ପଡ଼ାର ଅଭିପ୍ସା ଅପରାଜିତା ଶତପଥୀ ନିଟ୍ ଦେଇଥିଲେ। ତେବେ ଗତ ଜୁନ୍ ୧୬ ତାରିଖରେ ବାହାରିଥିବା ଫଲରୁ ତାଙ୍କ ୫୦୬ ମାର୍କ ସହ ରାଙ୍କ୍ ଥିଲା ୪୬ ହଜାର ୧୭୨। ଏହାପରେ ଅଭିପ୍ସା ଘରୋଇ ମେଡିକାଲ କଲେଜରେ ସିଟ୍ ପାଇବା ଆଶାରେ ଜୁଲାଇ ୨୪ରେ ଓଜେଇଇ ସାଇଟରେ ପଂଜୀକରଣ କରିଥିଲେ।

Advertisment

ତେବେ ଜୁଲାଇ ୨୯ରେ ଓଜେଇଇ ତାଲିକା ପ୍ରକାଶ ପାଇବା ପରେ ଅଭିପ୍ସାଙ୍କ ନିଟ୍ ମାର୍କ୍ ୧୭୬କୁ ଖସିଯିବା ସହ ରାଙ୍କ୍ ମଧ୍ୟ ୯ ଲକ୍ଷ ୧୬ ହଜାର ୮୬୭କୁ ଖସି ଯାଇଥିଲା। ଏନେଇ ଅଭିପ୍ସା ଓ ତାଙ୍କ ଅଭିଭାବକ ବାରମ୍ବାର ନିଟ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ଓ ଆଲୋଚନା କରିଥିଲେ ବି ସେମାନଙ୍କୁ କିଛି ସନ୍ତୋଷଜନକ ଉତ୍ତର ମିଳିପାରୁନି। ଯାହାକୁ ନେଇ ଏବେ ମାନସିକ ଦୁଶ୍ଚିନ୍ତା ଭିତରେ ଅଭିପ୍ସା ଓ ତାଙ୍କ ପରିବାର। ସେପଟେ ଏ ନେଇ ନିଟ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। 

NEET NEET Exam
Advertisment
Advertisment