Advertisment

ରାଜ୍ୟରେ ନିଆଁ ବର୍ଷା; ଅଂଶୁଘାତ ମୁକାବିଲା ପାଇଁ ନନ୍ଦନକାନନରେ ସ୍ୱତନ୍ତ୍ର ବ୍ୟବସ୍ଥା

ଅଂଶୁଘାତ ମୁକାବିଲା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଡାକ୍ତରଙ୍କ ପରାମର୍ଶରେ ଜୀବଜନ୍ତୁଙ୍କୁ ଦିଆଯାଉଛି ତରଭୁଜ, ଆଖୁ ଭଳି ସପର ଫ୍ରୁଟ୍ ଏବଂ ଆଣ୍ଟି ହିଟ୍ ମେଡିସିନ।

author-image
Sonali Ojha
undefined

hwatwave

ତତଲା କଡେଇରେ ସିଝୁଛି ସାରା ଓଡ଼ିଶା। ଆସନ୍ତାକାଲିଠୁ ଆହୁରି ବଢ଼ିବ ତାତି। ଆସନ୍ତାକାଲିଠୁ ୬ ତାରିଖ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ୨ରୁ ୩ଡିଗ୍ରୀ ଯାଏଁ ଦିନ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି । ଗତକାଲି ୪୨ ଡିଗ୍ରୀ ଯାଏ ପହଞ୍ଚିଥିଲା ତାତି। ୭ ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା।

Advertisment

ଗତକାଲି ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ ରେକର୍ଡ ହୋଇଥିଲା। ସେହିପରି ଟିଟିଲାଗଡ଼ ୪୧.୫, ବୌଦ୍ଧ ୪୧.୪, ଭବାନୀପାଟଣାରେ ପାରଦ ୪୧.୨ ଡିଗ୍ରୀ ରେକର୍ଡ ହୋଇଥିଲା। ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୭.୨ ଏବଂ କଟକରେ ୩୮.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା । ଏଥର ଏପ୍ରିଲ ଅଧିକ ତତଲା ହେବ ବୋଲି ପୂର୍ବରୁ ଚେତାବନୀ ଦେଇସାରିଛି ପାଣିପାଗ ବିଭାଗ।

ଅଂଶୁଘାତ ମୁକାବିଲା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଡାକ୍ତରଙ୍କ ପରାମର୍ଶରେ ଜୀବଜନ୍ତୁଙ୍କୁ ଦିଆଯାଉଛି ତରଭୁଜ, ଆଖୁ ଭଳି ସପର ଫ୍ରୁଟ୍ ଏବଂ ଆଣ୍ଟି ହିଟ୍ ମେଡିସିନ। ଏନକ୍ଲୋଜରଗୁଡ଼ିକୁ ବାଉଁଶ ତାଟି ଓ ବେଣା ଚେର ସ୍କ୍ରିନରେ ଘୋଡ଼ାଯାଉଛି। ସବୁ ଏନକ୍ଲୋଜରକୁ ୨୪ ଘଣ୍ଟିଆ ପାଣି ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି।

Advertisment

ଖରା ଦାଉରୁ ରକ୍ଷା କରିବାକୁ ସିମ୍ପାଞ୍ଜି ଓ ଗିବନ୍ ପାଇଁ କୁଲର ବ୍ୟବସ୍ଥା ହୋଇଛି। ଭାଲୁ ପାଇଁ ବରଫ ଓ ପାଣିରେ ବୁଡ଼ି ରହିବା ଭଳି ବ୍ୟବସ୍ଥା ହୋଇଛି । ସେହିଭଳି ପକ୍ଷୀ ମାନଙ୍କ ପାଇଁ କୃତ୍ରିମ ଝରଣା ଓ ପାଣି ସିଞ୍ଚନ ବ୍ୟବସ୍ଥା ହୋଇଛି। ଏହାଛଡ଼ା ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସ୍ଥାନରେ ୫ଟି ଥଣ୍ଡା ପିଇବା ପାଣି କିଓସ୍କ ସମେତ ମୋଟ ୧୪ଟି ପାନୀୟ ଜଳ କିଓସ୍କ ରହିଛି। ଆଉ କିଛି ନୂଆ କିଓସ୍କ ଲଗାଯିବାର ବ୍ୟବସ୍ଥା କରାଯାଉଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିର୍ଦ୍ଦେଶକ କହିଛନ୍ତି। 

Nandankanan Zoo Heatwave
Advertisment
Advertisment