Advertisment

Naba Das Muder: ନବ ଦାସଙ୍କ ହତ୍ୟା ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ୍; ମେଡ଼ିକାଲରୁ ଏୟାରପୋର୍ଟ ଯାଏଁ ତନାଘନା

କ୍ରାଇମବ୍ରାଞ୍ଚ ଘଣ୍ଟାଚକଟା ଭିତରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ କରାଯାଇଥିବା ନବ ଦାସଙ୍କ ଇସିଜି ରିପୋର୍ଟକୁ ନେଇ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ ସଂଗୀନ ଅଭିଯୋଗ ଆଣି କହିଛନ୍ତି, କ୍ରାଇମବ୍ରାଞ୍ଚର ଚାର୍ଜସିଟରେ ଇସିଜି ରିପୋର୍ଟ ନାହିଁ ।

undefined

Naba Das Murder Case

Advertisment

ଆଗକୁ ବଢୁଛି ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ତଦନ୍ତର ଗତି । ରହସ୍ୟ ବଢ଼ାଉଛି ଗୋଟିଏ ପରେ ଗୋଟିଏ ତଥ୍ୟ । ସାନି ତଦନ୍ତର ପ୍ରକ୍ରିୟା ଭିତରେ ଆଜି ଦ୍ବିତୀୟ ଦିନ ପାଇଁ ଘାଣ୍ଟିଛି କ୍ରାଇମବ୍ରାଞ୍ଚ । ଦୁଇ ଦିନ ହେଲା ନବ ଦାସଙ୍କ ଝାରସୁଗୁଡ଼ା ସରବାହାଲ୍ ସ୍ଥିତ ବାସଭବନରେ କେନ୍ଦ୍ରୀଭୂତ ତଦନ୍ତ ପ୍ରକ୍ରିୟା ଭିତରେ ଆଜି ନବ ଦାସଙ୍କ ପତ୍ନୀ ମୀନତିଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ।

Advertisment

କାହିଁକି ହୋଇଥାଇପାରେ ହତ୍ୟା ? ବ୍ୟାବସାୟିକ, ରାଜନୈତିକ ନା ଅନ୍ୟ କାରଣ? ଗତକାଲି ପରେ ଆଜି ପୁଣି ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ । କାରଣ ୨୦୨୩ ଫେବ୍ରୁଆରୀ ୧୧ରେ ହୋଇଥିବା ୧୬୧ ବୟାନ ରେକର୍ଡରେ ମୀନତି କହିଥିଲେ ଏହା ଏକ ପ୍ରି-ପ୍ଲାନ୍ଡ ମର୍ଡର । ତାଙ୍କ ସ୍ବାମୀଙ୍କ ବହୁ ଶତ୍ରୁ ଅଛନ୍ତି । ତେଣୁ ଏସବୁ ଦିଗରେ ଘଣ୍ଟାଚକଟା କରିଛି କ୍ରାଇମବ୍ରାଞ୍ଚ ।

ଏହାସହ କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ା ମେଡ଼ିକାଲର କାଜୁଆଲଟିରେ ନବଙ୍କ ଚିକିତ୍ସା କରିଥିବା ତତ୍କାଳୀନ ଡାକ୍ତର ଡୋଳାମଣି ତାଣ୍ଡିଙ୍କୁ ବି ପଚରାଉଚରା କରିଛି । ଯେହେତୁ ମେଡ଼ିକାଲରୁ ଭୁବନେଶ୍ବରକୁ ଏୟାରଲିଫ୍ଟ ପାଇଁ ନବ ଦାସଙ୍କୁ ଝାରସୁଗୁଡ଼ା ଏୟାରପୋର୍ଟକୁ ଆମ୍ବୁଲାନ୍ସରେ ନିଆଯାଇଥିଲା । ତେଣୁ ସେହି ଏୟାରପୋର୍ଟକୁ ଯାଇ କାହିଁକି, କେଉଁ ଅବସ୍ଥାରେ ଏବଂ କେଉଁ ସମୟରେ ନବ ଦାସଙ୍କୁ ଏୟାରଲିଫ୍ଟ କରାଗଲା ? ଏୟାରଲିଫ୍ଟବେଳେ ସାଙ୍ଗରେ କେଉଁମାନେ ଥିଲେ ? ସବୁକିଛିର କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିଛି ।

Advertisment

ଅଧିକ ପଢ଼ନ୍ତୁ:  ନବ ଦାସ ହତ୍ୟା ମାମଲା; CBI ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କଲେ ନବଙ୍କ ପତ୍ନୀ

କ୍ରାଇମବ୍ରାଞ୍ଚ ଘଣ୍ଟାଚକଟା ଭିତରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ କରାଯାଇଥିବା ନବ ଦାସଙ୍କ ଇସିଜି ରିପୋର୍ଟକୁ ନେଇ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ ସଂଗୀନ ଅଭିଯୋଗ ଆଣି କହିଛନ୍ତି, କ୍ରାଇମବ୍ରାଞ୍ଚର ଚାର୍ଜସିଟରେ ଇସିଜି ରିପୋର୍ଟ ନାହିଁ । ନବଙ୍କୁ ମେଡ଼ିକାଲରେ ଭର୍ତ୍ତି ପରେ କରାଯାଇଥିବା ଇସିଜି ରିପୋର୍ଟ ସଂପର୍କରେ ଚାର୍ଜସିଟରେ ଉଲ୍ଲେଖ ନାହିଁ । ଚାର୍ଜସିଟରେ କେବଳ ଇଞ୍ଜୁରୀ ରିପୋର୍ଟ ଏବଂ ଆଉଟଡୋର ଟିକେଟ୍ ଦାଖଲ କରିଯାଇଛି । ଏହା ଯଦି ସତ, ତେବେ କୁଆଡ଼େ ଗଲା ଇସିଜି ରିପୋର୍ଟ? କାହିଁକି ରିପୋର୍ଟ ଦାଖଲ କରାଯାଇନଥିଲା? ତାକୁ ନେଇ ନାନା ପ୍ରଶ୍ନ ଉଠିଥିବାବେଳେ ନବ ଦାସଙ୍କୁ ଚିକିତ୍ସା କରିଥିବା ଡାକ୍ତର ଡୋଳାମଣି ତାଣ୍ଡି ମଧ୍ୟ ଜେରାବେଳେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ଗୋପାଳଙ୍କ ଓକିଲ ନରେଶ ନାଏକ କହିଛନ୍ତି ।

Advertisment

ତେବେ ଏନେଇ ତଦନ୍ତକାରୀ ସଂସ୍ଥାର ପ୍ରତିକ୍ରିୟା ମିଳିପାରିନାହିଁ । ଏପଟେ ସିବିଆଇ ତଦନ୍ତ ଦାବି ପ୍ରସଙ୍ଗକୁ ନେଇ ଚାଲିଛି ରାଜନୈତିକ ବୟାନବାଜି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସିବିଆଇ ତଦନ୍ତ ପାଇଁ ଲେଖାର ଆବଶ୍ୟକ ନାହିଁ । ସରକାର ସିଧା ସିବିଆଇକୁ କେସ୍ ହସ୍ତାନ୍ତର କରନ୍ତୁ । ସେପଟେ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ନବ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ପୂର୍ବରୁ ବି ଦାବି କରିଥିଲି, ଆଜି ବି ଦାବି କରୁଛି ।

ଅଧିକ ପଢ଼ନ୍ତୁ: 'ନବ ଦାସଙ୍କ ହତ୍ୟା ମାମଲାରେ ପ୍ରକୃତ ଦୋଷୀଙ୍କୁ ଧରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବ’

Crime Branch Naba Das Odisha Politics Investigation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ