Advertisment

Organ Donation: ବର୍ଷକର ପିଲା ଜନ୍ମେଶ, ଅନ୍ୟର ଜୀବନ ବଞ୍ଚାଇ ଅମର ହୋଇଗଲେ

ଜନ୍ମେଶଙ୍କ ମାଆ କହିଛନ୍ତି, ମୋ ପୁଅ ଆଉ ଫେରିବନି । ମୋ ପୁଅର ଅଙ୍ଗରେ ଆଉ କେଉଁ ମାଆ ନିଶ୍ଚୟ ଖୁସି ହେବ । ତା ମନରେ ମୋ ପୁଅ ଖୁସି ଆଣିବ । ସେଇଥିପାଇଁ ଅଙ୍ଗଦାନ ନିଷ୍ପତ୍ତି ନେଲୁ । ମୋ ପୁଅ ପାଇଁ ଆଉ କେଉଁ ପିଲା ଜୀବନ ଦାନ ପାଇବ । ସେଥିରେ ଆମେ ଖୁସି । ଏହି ନିଷ୍ପତ୍ତି କଷ୍ଟକର ଥିଲେ ବି ଆମେ ଘରେ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛୁ ।

ଅଦ୍ୟତନ ହୋଇଛି
Organ Donation

Organ Donation

Advertisment

ସାନ ସିନା, ଦାନ ତା ମହାନ। ନିଜେ ଚାଲିଗଲା କିନ୍ତୁ ପ୍ରତିବଦଳରେ ଦେଇଗଲା ଅନ୍ୟକୁ ଜୀବନ। ଏବେ ସବୁଠି ରାଉରକେଲାର ଜନ୍ମେଶ ଲେଙ୍କାଙ୍କ ପରିବାରର ନିଷ୍ପତ୍ତିକୁ ମିଳୁଛି ବାହାବା। ବର୍ଷକର ଶିଶୁ ଜନ୍ମେଶର ୨ଟି କିଡନୀ, ଗୋଟିଏ ଲିଭର୍ ଦାନ କରିଛନ୍ତି ତାଙ୍କ ପରିବାର। କିଡନୀ ଦୁଇଟି ଭୁବନେଶ୍ବରରେ ଏମ୍ସରେ ରହିଥିବାବେଳେ ଲିଭରକୁ ଦିଲ୍ଲୀ ଏମ୍ସକୁ ପଠାଯାଇଛି। ରାଉରକେଲାର ଅଶୋକ ଲେଙ୍କା ଓ ପ୍ରତିଭା ନାୟକଙ୍କ ବର୍ଷକର ପୁଅ ଜନ୍ମେଶ ଲେଙ୍କା ଶାରୀରିକ ଅସୁସ୍ଥତାରୁ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସା ପରେ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ଡାକ୍ତର। ଏହାପରେ ପରିବାର ଲୋକଙ୍କ ନିଷ୍ପତ୍ତି କ୍ରମେ ଶିଶୁର ଅଙ୍ଗଦାନ କରାଯାଇଛି। ଏହାସହିତ ରାଜ୍ୟସରକାରଙ୍କ ନିୟମ ମୁତାବକ ପୋଲିସ ପକ୍ଷରୁ ମୃତକଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି।

Advertisment

ଜନ୍ମେଶଙ୍କ ବୟସ ଥିଲା ମାତ୍ର ବର୍ଷେ ୩ ମାସ । ଗତ ମାସ ୧୩ ତାରିଖରେ ମାଆଙ୍କ ସହ ସେ ମନ୍ଦିର ଯାଇଥିଲେ । ଘରକୁ ଫେରିବାର କିଛି ସମୟ ପରେ ଜନ୍ମେଶ ରାହା ଧରି କାନ୍ଦିଥିଲେ । ତାଙ୍କ କାନ୍ଦ ବନ୍ଦ ହୋଇନଥିଲା । ତାଙ୍କ ବାପା ତାଙ୍କୁ କୋଳରେ ଧରି ବହୁତ ଚେଷ୍ଟା କରିଥିଲେ କାନ୍ଦ ବନ୍ଦ କରିବା ପାଇଁ । କିନ୍ତୁ ପାରିନଥିଲେ । ତାଙ୍କ କାନ୍ଦ ବନ୍ଦ ହୋଇଯାଇଥିଲା ଓ ସେ ନିସ୍ତେଜ ହୋଇଯାଇଥିଲେ । ଜଣାପଡିଥିଲା, ତାଙ୍କ ହାର୍ଟବିଟ୍ ବନ୍ଦ ହୋଇଯାଇଛି । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କ ହାର୍ଟବିଟ୍ ଚାଲୁ କରାଇବାରେ ସକ୍ଷମ ହୋଇଥିଲେ । କିନ୍ତୁ ତାଙ୍କର ବ୍ରେନ ଡେଡ୍ ହୋଇଯାଇଥିଲା । ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲାକୁ ଭୁବନେଶ୍ୱର ଏଏମ୍ସକୁ ଆଣାଯାଇଥିଲା ।

ଅଧିକ ପଢ଼ନ୍ତୁ: ବ୍ରେନଡେଡ୍‌ ପରେ ହେଉଥିଲା ଅଙ୍ଗଦାନ; ହଠାତ୍ ଥରିଲା ଶରୀର, ଉଠି ବସିଲେ ଯୁବକ !

Advertisment

ଜନ୍ମେଶଙ୍କ ମାଆ କହିଛନ୍ତି, ମୋ ପୁଅ ଆଉ ଫେରିବନି । ମୋ ପୁଅର ଅଙ୍ଗରେ ଆଉ କେଉଁ ମାଆ ନିଶ୍ଚୟ ଖୁସି ହେବ । ତା ମନରେ ମୋ ପୁଅ ଖୁସି ଆଣିବ । ସେଇଥିପାଇଁ ଅଙ୍ଗଦାନ ନିଷ୍ପତ୍ତି ନେଲୁ । ମୋ ପୁଅ ପାଇଁ ଆଉ କେଉଁ ପିଲା ଜୀବନ ଦାନ ପାଇବ । ସେଥିରେ ଆମେ ଖୁସି । ଏହି ନିଷ୍ପତ୍ତି କଷ୍ଟକର ଥିଲେ ବି ଆମେ ଘରେ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛୁ । ଜନ୍ମେଶଙ୍କ ଜଣେ ସଂପର୍କୀୟ କହିଛନ୍ତି, ବର୍ଷକର ଗୋଟିଏ ପିଲା ଥିଲା ସିଏ । କିନ୍ତୁ ତାକୁ ଆମେ କେବେ ଭୁଲି ପାରିବୁ ନାହିଁ । ତା’ର ବହୁତ ଭଲ ଗୁଣ ଥିଲା । ପାଦ ଧରି ମୁଣ୍ଡିଆ ମାରୁଥିବ ମାନେ ମାରୁଥିବ । ସମସ୍ତଙ୍କର ପ୍ରିୟ ଥିଲା ସେ । ସେ ଅଳ୍ପ ଦିନ ପାଇଁ ଆସିଥିଲା ସତ, କିନ୍ତୁ ଅନ୍ୟମାନଙ୍କ ଜୀବନ ବଞ୍ଚାଇ ଆରପାରିକୁ ଚାଲିଗଲା ।

ଏଭଳି ନିଷ୍ପତ୍ତି ପାଇଁ ତାଙ୍କ ପରିବାରକୁ ସବୁ ମହଲରୁ ପ୍ରଶଂସା କରାଯାଉଛି ।

ଅଧିକ ପଢ଼ନ୍ତୁ: ଅଙ୍ଗଦାନ କରି ଅମର; ମୃତ୍ୟୁ ପରେ ବି ଅନ୍ୟ ଶରୀରରେ ବଞ୍ଚି ରହିବେ ନରେଶ

Advertisment
Bhubaneswar Rourkela AIIMS Organ Donation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ