Advertisment

ବ୍ରେନଡେଡ୍‌ ପରେ ହେଉଥିଲା ଅଙ୍ଗଦାନ; ହଠାତ୍ ଥରିଲା ଶରୀର, ଉଠି ବସିଲେ ଯୁବକ !

ଜଣେ ବ୍ରେନ୍‌ ଡେଡ୍ ଘୋଷିତ ରୋଗୀ ଅଂଗଦାନ ପ୍ରସ୍ତୁତି ଚାଲିଥିବା ବେଳେ ଉଠି ଚାଲିବାକୁ ଲାଗିଲେ। ଏହି ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି।

author-image
Sonali Ojha
ଅଦ୍ୟତନ ହୋଇଛି
organ donation

organ donation

ମୃତ ଘୋଷିତ ବ୍ୟକ୍ତି ମଧ୍ୟ ଅନ୍ତିମ ସଂସ୍କାର ବେଳେ ଜୁଇରୁ ଉଠିଯିବା କଥା ଫିଲ୍ମ ଓ ସିରିଏଲରେ ଦେଖିଛେ। ହେଲେ ସତରେ ଏପରି ଘଟଣା ଘଟିଲେ ଆମେ ଭୟଭୀତ ହୋଇଯାଉ। ଏଭଳି ପରିସ୍ଥିତିରେ ଜଣେ ମୃତ ଘୋଷିତ ବ୍ୟକ୍ତି କିପରି ଜୀବନ୍ତ ହେଲା ବୋଲି ଆମେ ଆଶ୍ଚର୍ଯ୍ୟ ହୋଇଯାଉ। ଡାକ୍ତରଙ୍କ ଅବହେଳା ନା ଏହା ଏକ ଚମତ୍କାର ବୋଲି ଭାବୁ। ତେବେ ଏଭଳି ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ସାମନାକୁ ଆସିଛି। ଯେଉଁଠି ଜଣେ ବ୍ରେନ୍‌ ଡେଡ୍ ଘୋଷିତ ରୋଗୀ ଅଂଗଦାନ ପ୍ରସ୍ତୁତି ଚାଲିଥିବା ବେଳେ ଉଠି ଚାଲିବାକୁ ଲାଗିଲେ। ଏହି ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି।

Advertisment

ସୂଚନା ଅନୁଯାୟୀ, ଅତ୍ୟଧିକ ଡ୍ରଗ୍ ସେବନ ହେତୁ ୩୬ବର୍ଷିୟ ଆନ୍ଥୋନି ଥୋମାସ୍ ଟିଜେ ହୁଭର ଦ୍ୱିତୀୟ ଆମେରିକା କେଣ୍ଟୁକିର ରିଚେମେଣ୍ଟର ବାପ୍ଟିଷ୍ଟ ହେଲଥ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଏଠାରେ ହୃଦଘାତ ପରେ ଡାକ୍ତର ତାଙ୍କୁ ବ୍ରେନଡେଡ୍ ଘୋଷଣା କରିଥିଲେ। ତାଙ୍କର ଶେଷ ଇଚ୍ଛା ଅନୁଯାୟୀ ତାଙ୍କ ଅଙ୍ଗ ଦାନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏହି ସମୟରେ ତାଙ୍କ ଭଉଣୀ ଡୋନା ରୋହେର ଏବଂ ଅନ୍ୟ ସମ୍ପର୍କୀୟମାନେ ତାଙ୍କ ପାଖରେ ଥିଲେ।

ରୋରେର୍ କହିଛନ୍ତି ଯେ ସେହି ସମୟରେ ତାଙ୍କ ଆଖି ଖୋଲା ଥିଲା ଏବଂ ଲାଗୁଥିଲା ଯେପରି ସେ ଅପରେସନ୍ ଥିଏଟରର ଅନ୍ୟ ପାର୍ଶ୍ୱକୁ ଚାହିଁ ରହିଛନ୍ତି । ମୃତ୍ୟୁ ପରେ ଏହା ଏକ ସାଧାରଣ ପ୍ରତିଫଳନ ବୋଲି ହସ୍ପିଟାଲ୍ କର୍ମଚାରୀମାନେ କହିଥିଲେ।ଏଥିସହ ଡାକ୍ତରଙ୍କ ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନ କରିବା ପାଇଁ ସେ କିଏ ବୋଲି ତାଙ୍କୁ କୁହାଯାଇଥିଲା।ଏହି ଘଟଣାର କିଛି ମାସ ପରେ କେଣ୍ଟୁକି ଅର୍ଗାନ ଡୋନର୍ ଆଫିଲିଏଟ୍ସ (CODA)ର ଜଣେ ପୂର୍ବତନ କର୍ମଚାରୀ ଅସ୍ତ୍ରୋପଚାର ବିଷୟରେ ଏକ ଚକିତ କରିଦେବା ଭଳି ସୂଚନା ଦେଇଥିଲେ।

Advertisment

NPRର ରିପୋର୍ଟ ଅନୁଯାୟୀ, ତାଙ୍କ ଭାଇ ଅଙ୍ଗଦାନ ପ୍ରକ୍ରିୟା ସମୟରେ ସଂପୂର୍ଣ୍ଣ ସୁସ୍ଥ ଥିଲେ ଓ କାନ୍ଦୁଥିଲେ। ହ୍ୱିସଲ ବ୍ଲୋର ଲିକୋଲେଟା ମାର୍ଟିନ ଆମେରିକା କଂଗ୍ରେସ ଲୋକସଭାର ଶକ୍ତି ଏବଂ ବାଣିଜ୍ୟ କମିଟିର ଶୁଣାଣିରେ ଏହି ମାମଲା ବିଷୟରେ ଉଲ୍ଲେଖ କରିଛନ୍ତି। ଯେଉଁଥିରେ ଦେଶର ଅଙ୍ଗ କ୍ରୟ ଏବଂ ପ୍ରତିରୋପଣ ବ୍ୟବସ୍ଥା ଉପରେ ଆଲୋଚନା କରାଯାଉଥିଲା। ଆମେରିକାର ସାର୍ବଜନୀନ ପ୍ରସାରଣ ସଂଗଠନ ନ୍ୟାସନାଲ ପବ୍ଲିକ ରେଡିଓ ରିପୋର୍ଟ କରିଛି ଯେ ଟ୍ରାନ୍ସପ୍ଲାଣ୍ଟ ପାଇଁ ଫିଟନେସ ପାଇଁ ତାଙ୍କ ହାର୍ଟ ପରୀକ୍ଷା କରାଯାଉଥିବାବେଳେ ଡୋନର୍ ହଠାତ ଉଠି ଟେବୁଲ ଉପରେ ବସିଯାଇଥିଲେ। ଏହା ଦେଖି ସମସ୍ତେ ଚକିତ ହୋଇଗଲେ।

ଫେଡେରାଲ ହେଲଥ ରିସୋର୍ସ ଆଣ୍ଡ ସର୍ଭିସେସ୍ ଆଡମିନିଷ୍ଟ୍ରେସନ ଅଧୀନରେ ଏହି ମାମଲାର ତଦନ୍ତ ଚାଲିଛି। ଡାକ୍ତରଖାନା ରୋଗୀ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଭାବରେ ଦର୍ଶାଇଥିଲା, କିନ୍ତୁ ମାର୍ଟିନଙ୍କୁ ନିୟୋଜିତ କରିଥିବା କେଣ୍ଟୁକି ଅର୍ଗାନ ଡୋନେଟ୍ ଆଫିଲିଏଟ୍ (CODA) କହିଛି ଯେ ଏହି ମାମଲାକୁ ସଠିକ ଭାବରେ ଉପସ୍ଥାପିତ କରାଯାଇନାହିଁ।

ଯଦି ରୋଗୀର ଅବସ୍ଥା ନ ସୁଧୁରେ ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ସେ ହୃଦ୍‌ଘାତର ଶିକାର ହୁଅନ୍ତି ନାହିଁ, ତେବେ ରୋଗୀର ପରିବାର ସଦସ୍ୟଙ୍କୁ କୁହାଯାଏ ଯେ ଅଙ୍ଗ ଦାନ ପ୍ରକ୍ରିୟା ହୋଇପାରିବ ନାହିଁ। ଏହି ରୋଗୀଙ୍କ କ୍ଷେତ୍ରରେ ସମାନ ଘଟଣା ଘଟିଛି। CODA ପକ୍ଷରୁ କୁହାଯାଇଛି, ସେମାନେ ଜୀବନ୍ତ ରୋଗୀଙ୍କଠାରୁ କୌଣସି ଅଙ୍ଗ ନେଇ ନାହାଁନ୍ତି। ଏହି ସଂଗଠନ ରୋଗୀ ସେବାରେ ଜଡିତ ନୁହେଁ। ସେମାନେ ରୋଗୀକୁ ମୃତ ଘୋଷଣା କରନ୍ତି ନାହିଁ। କେବଳ ଅଙ୍ଗ ଦାନ ପୁନରୁଦ୍ଧାର କାର୍ଯ୍ୟ କରନ୍ତି ବୋଲି ସ୍ପଷ୍ଟ କରାଯାଇଛି।

Organ Donation Brain Dead
Advertisment
Advertisment