Advertisment

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ଯାଏଁ ଚାଲିବ ପାଠପଢ଼ା

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବଢୁଥିବା ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

author-image
Santosh Kumar Sahoo
Morning Classes

Morning Classes

ବଢ଼ୁଥିବା ଖରାକୁ ଦେଖି ବଡ଼ ନିଷ୍ପତ୍ତି । ଏପ୍ରିଲ ୨ରୁ ଆରମ୍ଭ ହେବ ସକାଳୁଆ ସ୍କୁଲ । ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବଢୁଥିବା ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ଯାଏଁ ଚାଲିବ ସ୍କୁଲ ।

Advertisment

ସେହିପରି ତାତି ପାଇଁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ସମ୍ଭାବ୍ୟ ତାତିରୁ ସୁରକ୍ଷିତ ରହିବା ସହ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନରେ ପାନୀୟ ଜଳ ବ୍ୟବସ୍ଥା ପାଇଁ SRC ନିର୍ଦ୍ଦେଶ ଦେଇଛନ୍ତି। କେବଳ ସକାଳ ବେଳା ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେବା ସହ ଖରାକୁ ଦେଖି ସ୍କୁଲ ଟାଇମିଂ ପୁନଃ ନିର୍ଦ୍ଧାରଣ କରିବାକୁ କହିଛନ୍ତି। ତା’ସହ ସ୍କୁଲ ବସ୍ ଟାଇମିଂ ପରିବର୍ତ୍ତନ ଏବଂ ବସରେ ପିଇବା ପାଣି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି SRC। ସେହିପରି ଜିଲ୍ଲାପାଳମାନଙ୍କୁ ମଧ୍ୟ SRCଙ୍କ ଚିଠି କରିଛନ୍ତି । ଖରା ଏବଂ ଆର୍ଦ୍ରତା ବଢ଼ିବାକୁ ଥିବାରୁ ପଦକ୍ଷେପ ନେବାକୁ କହିବା ସହ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ SRC ପରାମର୍ଶ ଦେଇଛନ୍ତି ।

Heat Wave Morning School
Advertisment
Advertisment